Saturday, April 11, 2026
25.2 C
Odisha

    କେବିସିରେ ବର୍ଷିଆନ ଅଭିନେତ୍ରୀ ହେଲେନଙ୍କ କାହାଣୀ କହିଲେ ଅମିତାଭ

    ଆଗକୁ ପଢନ୍ତୁ

    କେବିସି ୧୫ର ହଟ୍‌ସିଟ୍‌ରେ ବସିଥିବା ଲଳିତ କୁମାର ନାମକ ବ୍ୟକ୍ତିଙ୍କୁ ଅମିତାଭ ବଚ୍ଚନଙ୍କ ୨୫ ଲକ୍ଷ ଟଙ୍କିଆ ପ୍ରଶ୍ନ ଥିଲା ବର୍ଷିଆନ ଅଭିନେତ୍ରୀ ହେଲେନଙ୍କ ସଂପର୍କରେ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଜାପାନ ସେତେବେଳର ବର୍ମା ଏବଂ ଏବେକାର ମ୍ୟାନମାରକୁ ଅଧିଗ୍ରହଣ କରିବାକୁ ଆସିବାରୁ ୧୯୪୩ ମସିହାରେ ହେଲେନଙ୍କ ପରିବାର ସେଠାରୁ ଖସି ଭାରତକୁ ପଳାଇ ଆସିଥିଲେ। ହେଲେନ ଜଣେ ଭଲ ନର୍ତ୍ତକୀ। ଚରିତ୍ର ଅଭିନୟ ପାଇଁ ମଧ୍ୟ ସେ ବେଶ୍‌ ପରିଚିତ। ରେଙ୍ଗୁନରେ ଜନ୍ମିତ ହେଲେନଙ୍କ ପରିବାର ଜଙ୍ଗଲ, ପାହାଡ଼, ପର୍ବତ ଏବଂ ନଦୀ ଆଦି ଦୁର୍ଗମ ପଥ ପାର୍‌ ହୋଇ ଆସାମର ଦିବ୍ରୁଗଡ଼କୁ ପଳାଇ ଆସିଥିଲେ।

    ଏହାପରେ ୧୯ ବର୍ଷ ବୟସରେ ୧୯୫୮ ମସିହାରେ ସେ ସିନେମାରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ହାଓଡା ବ୍ରିଜ୍‌ ସିନେମାରେ ମେରା ନାମ୍ ଚିନ୍‌ ଚିନ୍‌ ଚୁ ଗୀତରେ ସେ ତାଙ୍କର ଯାଦୁ ଦେଖାଇଥିଲେ। କିଂବଦନ୍ତି ଅଭିନେତା ଶମି କପୁରଙ୍କ ସହ ଜଙ୍ଗଲୀ ସିନେମାର ସୁକୁ ସୁକୁ, ଚାଇନା ଟାଉନ୍‌ର ୟାମା ୟାମା ଏବଂ ତିସ୍‌ରି ମଞ୍ଜିଲରେ ଓ ହସିନା ଜୁଲଫୋନୱାଲି ଆଦି ଗୀତରେ ଅଭିନୟ କରିଛନ୍ତି। ଅମିତାଭ ହଟସିଟ୍‌ରେ ବସିଥିବା ପ୍ରତିଯୋଗୀ ଲଳିତଙ୍କୁ ୨୫ ଲକ୍ଷ ଟଙ୍କା ଜିତିବା ପାଇଁ କେଉଁ ଅଭିନେତ୍ରୀ ମ୍ୟାନମାରରେ ଜନ୍ମ‌ ହୋଇ ଭାରତକୁ ପରିବାର ସହିତ ପଳାଇ ଆସିଥିଲେ ପଚାରିଥିଲେ। ଉତ୍ତରର ବିକଳ୍ପ ଭାବେ ସୁଲୋଚନା, ସୁରୈୟା, ନଦିରା ଏବଂ ହେଲେନଙ୍କ ନାମ ରହିଥିଲା। କିନ୍ତୁ ଲଳିତ ଏହାର ଉତ୍ତର ଦେଇ ନପାରି ଖେଳରୁ ଓହରି ଯାଇଥିଲେ। ଏହାପରେ ଏହାର ଉତ୍ତର ହେଲେନ ବୋଲି କହିବା ସହିତ ତାଙ୍କ ଭାରତ ଆସିବା କାହାଣୀ ଓ ସିନେମା ସଂପର୍କରେ ଅବତାରଣା କରିଥିଲେ। ଲଳିତ ୧୨ ଲକ୍ଷ ୫୦ ହଜାର ଟଙ୍କା ଜିତି ଖେଳରୁ ଓହରି ଯାଇଥିଲେ।

    ଅମିତାଭ ମଧ୍ୟ ହେଲେନଙ୍କ ସହିତ କେତେକ ସିନେମାରେ ଅଭିନୟ କରିଛନ୍ତି। ହେଲେନ ଜଣେ ଦୟାଳୁ ଏବଂ ସହାନୁଭୂତିସଂପନ୍ନ ମହିଳା। ପ୍ରତ୍ୟେକଙ୍କର ଦାୟିତ୍ବ ସେ ନିଅନ୍ତି। ତାଙ୍କର ସୁନ୍ଦର ସ୍ବାସ୍ଥ୍ୟ ପାଇଁ ଆମେ ପ୍ରାର୍ଥନା କରୁଛୁ। ହେଲେନଙ୍କୁ ଏବେ ୮୫ ବର୍ଷ ହୋଇଥିବାବେଳେ ଅମିତାଭଙ୍କୁ ୮୧ ବର୍ଷ। ମୋହବତେଁ, ଡନ୍‌, ଅମର ଆକବର ଆନ୍ଥୋନି, ‌ଦ ଗ୍ରେଟ୍ ଗାମ୍ବଲର ଓ ରାମ ବଳରାମ ଭଳି ସିନେମାରେ ସେମାନେ ଅଭିନୟ କରିଛନ୍ତି। ବର୍ଷିଆନ ଚିତ୍ରନାଟ୍ୟ ଲେଖକ ସଲିମ ଖାନ୍‌ଙ୍କୁ ସେ ବିବାହ କରିଛନ୍ତି। ଅଭିନେତା ସଲମନ ଖାନ୍‌ଙ୍କର ସେ ସାବତ ମା’।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    58 %
    1.8kmh
    0 %
    Fri
    25 °
    Sat
    38 °
    Sun
    40 °
    Mon
    42 °
    Tue
    43 °

    ସମ୍ବନ୍ଧିତ