Sunday, October 4, 2026
29.6 C
Odisha

    ଜାତୀୟ ରାଜପଥ-୧୬ରେ ସିରିଜ ଦୁର୍ଘଟଣା: ପଛକୁ ପଛ ପିଟି ହେଲେ ୩ ଗାଡ଼ି, ବାଇକ ଆରୋହୀ ମୃତ

    ଆଗକୁ ପଢନ୍ତୁ

    ଭଦ୍ରକ: ଜାତୀୟ ରାଜପଥ-୧୬ରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିଷ୍ଣୁପୁର ଛକରେ ସିରିଜ୍‌ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି। ଏଠାରେ ଏକ ଟ୍ରକ୍‌କୁ ଟ୍ୟାଙ୍କର ଧକ୍କା ଦେବା ପରେ କାରକୁ ଟ୍ରକ୍‌ ପିଟିଥିଲା। ସୂଚନା ଅନୁଯାୟୀ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ତେଲ ବୋଝେଇ ଟ୍ୟାଙ୍କର ଏକ ଟ୍ରଲରକୁ ଧକ୍କା ଦେଇଥିଲା। ପରେ ଟ୍ରଲରଟି ରାସ୍ତା କଡ଼ରେ ଥିବା ଏକ କାରକୁ ଧକ୍କା ଦେବା ସହ ରାଜପଥ ପାର୍ଶ୍ଵରେ ଥିବା ଏକ ଇଟା ଫାକ୍ଟ୍ରି ଭିତରେ ପଶି ଯାଇଥିଲା। ଏହି ସମୟରେ ଜନୈକ ବାଇକ ଆରୋହୀଙ୍କ ଉପରେ ମଧ୍ୟ ଗାଡ଼ି ଚଢିଯିବା ଫଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ସହ ୧୬ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଗମନାଗମନ ବନ୍ଦ ରହିଛି। ରାସ୍ତା ଉପରେ ଉଭୟ ପାର୍ଶ୍ଵରେ ଗାଡ଼ି ଠିଆ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ