Monday, September 28, 2026
29.4 C
Odisha

    ଫ୍ୟାନ ସର୍ଟ ସର୍କିଟ୍ ଫାଟିଲା ଗ୍ୟାସ ସିଲିଣ୍ଡର: ପତିପତ୍ନୀଙ୍କ ସମେତ ୩ ଗୁରୁତର

    ଆଗକୁ ପଢନ୍ତୁ

    ନୟାଗଡ଼: ନୟାଗଡ଼ ଜିଲ୍ଲା ଭାପୁର ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କ କ୍ୱାର୍ଟର୍ସରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫ୍ୟାନ ସର୍ଟ ସର୍କିଟ୍ ହେବା ପରେ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଏହା ଫାଟି ଯାଇଥିଲା। ବିସ୍ଫୋରଣ ଯୋଗୁ ଘରର ଛାତ ଉଡ଼ି ଯାଇଥିଲା। ଏହି ଅଘଟଣ ଯୋଗୁ ପତିପତ୍ନୀଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ରାତି ୩ଟା ବେଳେ ଏହି ଘଟଣା ଘଟିଛି।ଘରେ ଭାପୁର ତହସିଲ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ଦାସ, ତାଙ୍କ ସ୍ତ୍ରୀ, ୩ ପିଲା ଓ ମା’ଶୋଇଥିଲେ। ହଠାତ ମା’ ଶୋଇଥିବା ରୁମରେ ଥିବା ଟେବୁଲ ଫ୍ୟାନ ବିଦ୍ୟୁତ୍‌ ସର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିଲା। ଆଖି ପିଛୁଳାକେ ଚାରିଆଡେ ନିଆଁ ବ୍ୟାପିଥିଲା।ସମସ୍ତେ ଭୟରେ ଘର ବାହାରକୁ ଚାଲି ଯାଇଥିଲେ। ନିଆଁ ବ୍ୟାପିବାରୁ ଘରେ ଥିବା ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ପ୍ରଚଣ୍ଡ ଶବ୍ଦ ହେବା ସହ ଘରର ଛାତ ଉଡିଯାଇଥିଲା। ନିଆଁରେ କୈଳାସ, ତାଙ୍କ ପତ୍ନୀ ଓ ମାଆଙ୍କର ଶରୀରର ବିଭିନ୍ନ ସ୍ଥାନ ଜଳିଯାଇଛି।

    ସ୍ଥାନୀୟ ଲୋକେ ସେମାନଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଖବର ପାଇ ଭାପୁର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିକାଣ୍ଡରେ କ୍ୱାର୍ଟର୍ସରେ ଥିବା ସମସ୍ତ ସାମଗ୍ରୀ ଜଳି ଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ