Friday, October 23, 2026
26.8 C
Odisha

    ୭୫ବର୍ଷ ପରେ ପୂରଣ ହେଲା ଶିମିଳିପାଳ ବନବାସୀଙ୍କ ବିଜୁଳି ସ୍ବପ୍ନ

    ଆଗକୁ ପଢନ୍ତୁ

    ବାରିପଦା: ସ୍ବାଧୀନତାର ୭୭ବର୍ଷ ପରେ ମଧ୍ୟ ବନବାସୀଙ୍କ ଘରେ ବିଜୁଳି ପହଁଚି ପାରି ନ ଥିଲା। ସୂର୍ଯ୍ୟାସ୍ତ ପରେ ଏଠାରେ ସମସ୍ତଙ୍କ ଘରେ ତାଟିକବାଟ ପଡ଼ିଯାଏ। କିରାସିନି ଦର ମହଙ୍ଗା ଥିବାରୁ ରାତିସାରା ସେମାନେ କାଠଗଣ୍ଡି ଜାଳି ଉଜାଗର ରହୁଥିଲେ। ଏବେ ସୂର୍ଯ୍ୟାସ୍ତ ପରେ ବି ସୂର୍ଯ୍ୟର ଆଲୋକରେ ଆଲୋକିତ ହୋଇଛି ବନବାସୀଙ୍କ ଅନ୍ଧାରୀ ଘର। ଶିମିଳିପାଳ ବନବାସୀଙ୍କ ଘରେ ପହଞ୍ଚିଛି ବିଜୁଳି। ସୋଲାର ମାଇକ୍ରୋ ଗ୍ରୀଡ୍‌ରୁ ପ୍ରତ୍ୟେକ ଘରକୁ ବିଦ୍ୟୁତ୍‌‌ ଖୁଣ୍ଟ ସାହାଯ୍ୟରେ ବିଜୁଳି ସଂଯୋଗ ହୋଇଛି। ଯେଉଁ ଘର ଦୂରରେ ରହିଛି, ସେଠାକୁ ବ୍ୟକ୍ତିଗତ ଭାବେ ସୋଲାର ଯୋଗେ ବିଜୁଳି ଯୋଗାଇ ଦିଆଯାଇଛି। ଗାଁରେ ବିଜୁଳି ଆଲୁଅ ଜଳିବା ଦେଖି ବନବାସୀ ଖୁସିରେ ଆତ୍ମବିଭୋର୍‌ ହୋଇଛନ୍ତି। ଅଭୟାରଣ୍ୟର ଯଶିପୁର ବ୍ଲକର ଅସ୍ତକୁଅଁର, ଗୁଡ଼ଗୁଡ଼ିଆ ଏବଂ ବରେଇପାଣି ପଞ୍ଚାୟତର ୪୨ଟି ଗାଁର ୫ ହଜାର ୯୦୦ ପରିବାର ଏହାଦ୍ବାରା ଉପକୃତ ହେଇଛନ୍ତି। ବର୍ତ୍ତମାନ ବନବାସୀ ୨୪ଘଣ୍ଟିଆ ନିରବଚ୍ଛିନ୍ନ ବିଜୁଳି ସୁବିଧା ପାଇବା ସହ ଟିଭି, ରେଫ୍ରିଜେଟର, ଫ୍ୟାନ ଓ କୁଲର ଆଦି ବ୍ୟବହାର କରିପାରିବେ। ଏହି ୫, ୯୦୦ ପରିବାରକୁ ବିଦ୍ୟୁତ ଯୋଗାଣ ପାଇଁ ଶିମିଳିପାଳ ଅଭୟାରଣ୍ୟରେ ହିଁ ୧୭ଟି ମାଇକ୍ରୋ ଗ୍ରୀଡ୍‌ ସ୍ଥାପନ ହୋଇଛି। ଏଥିପାଇଁ ୩୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି ପ୍ରକଳ୍ପ ୨୫ବର୍ଷ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଚାଲିପାରିବ। ଏହା ଓଡ଼ିଶା ଇତିହାସରେ ପ୍ରଥମ ଘଟଣା ବୋଲି ସୋଲାର ପ୍ରକଳ୍ପର ଜେନେରାଲ ମ୍ୟାନେଜର ରାଜୀବ କୁମାର ନାଏକ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    65 %
    1.5kmh
    5 %
    Fri
    24 °
    Sat
    29 °
    Sun
    28 °
    Mon
    28 °
    Tue
    29 °

    ସମ୍ବନ୍ଧିତ