Saturday, March 28, 2026
37.7 C
Odisha

    ବିଜେଡିକୁ ଶକ୍ତ ଝଟକା: ଦଳ ଛାଡ଼ିଲେ ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

    ଆଗକୁ ପଢନ୍ତୁ

    ସିମୁଳିଆ: ବାଲେଶ୍ବର ଜିଲ୍ଲା ବିଜେଡିକୁ ଶକ୍ତ ଧକ୍କା। ପୁଣି ଦଳ ଛାଡ଼ିଲେ ଆଉଜଣେ ବିଧାୟକ। ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ  ନିଜର ଇସ୍ତଫାପତ୍ର ଦଳ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଏନେଇ ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ସିମୁଳିଆ ଓ ଖଇରାବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିବି। ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରୁ ବିଧାୟକ ହୋଇଥିଲେ। କିନ୍ତୁ ଦଳ ଏଥର ତାଙ୍କୁ ଟିକେଟ ନଦେବା କାରଣରୁ  ସେ ଅସନ୍ତୁଷ୍ଟଥିଲେ। ଏହାଛଡ଼ା ଦଳରେ ଅଣଦେଖା ଏକ କାରଣ ବି କୁହାଯାଉଛି। ଏବେ ବିଜେଡିରୁ ଇସ୍ତଫା ଦେଇଛନ୍ତି ସେ। ହେଲେ ଏବେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କେଉଁ ଦଳରେ ଯୋଗ ଦେବେ, ତାହା ଉପରେ ରହିଛି ସମସ୍ତଙ୍କ ନଜର।

    ସୂଚନାଯୋଗ୍ୟ, ବାଲେଶ୍ବର ଜିଲ୍ଲା ସୋର ବିଧାୟକ ପର୍ଶୁରାମ ଧଡ଼ା କିଛି ଦିନ ତଳେ ବିଜେଡି ଛାଡ଼ି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଥିଲେ। ତାଙ୍କ ସହ ବିଜେଡିର କେତେକ ସ୍ଥାନୀୟ ନେତା ବି ବିଜେପିରେ ମିଶିଥିଲେ। ଆଜି ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଜେପି ସହ-ପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଥିଲେ।

    ତେଣେ କିଛି ଦିନ ତଳେ ବାଲେଶ୍ବର ଜିଲ୍ଲା ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ସୁକାନ୍ତ ଖଟୁଆ ଦଳ ଛାଡ଼ିବା ପରେ ସେଠାରେ ବି ବିଜେଡିକୁ ଶକ୍ତ ଧକ୍କା ଲାଗିଥିଲା। ୨୦୧୯ରେ ବିଜୁ ଜନତା ଦଳ(ବିଜେଡି)ର ପ୍ରାର୍ଥୀ ସନ୍ତୋଷ ଖଟୁଆ ଦଳ ଛାଡ଼ିଥିଲେ।। ବିଜେଡିରୁ ଟିକେଟ ନମିଳିବା ପରେ ସେ ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.7 ° C
    37.7 °
    37.7 °
    17 %
    4.7kmh
    1 %
    Sat
    38 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ