Wednesday, October 7, 2026
31.4 C
Odisha

    ଓଡ଼ିଶାରେ ଚର୍ଚ୍ଚିତ ଅଭିନେତା ଅରୁଣ ଗୋଭିଲ: ବିଜେପି ପାଇଁ ୪ଟି ସ୍ଥାନରେ ପ୍ରଚାର କରିବେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିଜେପି ନେତା ତଥା ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ର ରାମ ଭୂମିକାରେ ଅଭିନୟ କରିଥିବା ଚର୍ଚ୍ଚିତ ଅଭିନେତା ଅରୁଣ ଗୋଭିଲ  ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଦଳ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଅରୁଣ ଗୋଭିଲ କହିଛନ୍ତି,  ଦେଶର ପ୍ରଗତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଠାରୁ ଭଲ ବିକଳ୍ପ କିଛି ହୋଇନପାରେ। ଦେଶର ବିକାଶ ସବୁଠାରୁ ବଡ଼ଏଜେଣ୍ଡା। ଏଣୁ ବିଜେପିକୁ ସମସ୍ତେ ଭୋଟ ଦେବା ଉଚିତ। ଭୁବନେଶ୍ୱର ବିମାନବନ୍ଦରରୁ ସିଧା ଚପର ଯୋଗେ ସେ କେନ୍ଦୁଝର ଅଭିମୁଖେ ଯାତ୍ରା କରିଛନ୍ତି। ଅରୁଣ ଗୋଭିଲଙ୍କ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଓ ତେଲକୋଇରେ ଆୟୋଜିତ ଜନସମାବେଶରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ଅପରାହ୍ନରେ ଢେଙ୍କାନାଳ ଓ ଜୟଦେବ ନିର୍ବାଚନ ମଣ୍ଡଳୀରେରେ ଅରୁଣ ଗୋଭିଲଙ୍କର ରୋଡ ସୋ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ