Saturday, October 3, 2026
23.6 C
Odisha

    ବରିଷ୍ଠ ସିପିଆଇଏମ୍ ନେତା ସୀତାରାମ ୟେଚୁରୀ ଗୁରୁତର ; ଏମ୍ସର ଜରୁରୀକାଳୀନ ବିଭାଗରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ଅସୁସ୍ଥତା କାରଣରୁ ସିପିଆଇ(ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସିପିଆଇ(ଏମ୍)ର ବରିଷ୍ଠ ନେତାଙ୍କୁ ପ୍ରବଳ ଜ୍ୱର ହେବାରୁ ସୋମବାର ସନ୍ଧ୍ୟାରେ ପ୍ରଥମେ ଦିଲ୍ଲୀ ଏମ୍ସର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ଏମ୍ସର ଡାକ୍ତରମାନେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଇଛନ୍ତି। ୭୨ ବର୍ଷୀୟ ସୀତାରାମ ୟେଚୁରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଦିଲ୍ଲୀ ଏମ୍ସ କୌଣସି ସୂଚନା ଦେଇନାହିଁ। ତେବେ ସିପିଆଇ(ଏମ୍) ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୟେଚୁରୀଙ୍କୁ ନିମୋନିଆ କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୟେଚୁରୀଙ୍କ ଚିକିତ୍ସା ଚାଲିଛି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ନିକଟରେ ୟେଚୁରୀଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ମଧ୍ୟ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ