Saturday, March 28, 2026
38.2 C
Odisha

    SL vs BAN 3rd ODI: କୁସାଲ ମେଣ୍ଡିସଙ୍କ ଦମଦାର ଶତକ..ବାଂଲାଦେଶର ଲଜ୍ଜାଜନକ ପରାଜୟ, ODI ସିରିଜ ଜିତିଲା ଶ୍ରୀଲଙ୍କା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଗତକାଲି ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ଏବଂ ବାଂଲାଦେଶ କ୍ରିକେଟ୍ ଟିମ୍ ମଧ୍ୟରେ ନିର୍ଣ୍ଣାୟକ ଓ୍ବାନ ଡେ ମ୍ୟାଚ୍ ଖେଳାଯାଇଥିଲା । ଯେଉଁଥିରେ ଆୟୋଜକ ଶ୍ରୀଲଙ୍କା ସମ୍ପୂର୍ଣ୍ଣ ଭାବରେ ପ୍ରାଧାନ୍ୟ ବିସ୍ତାର କରିଥିଲା। 99 ରନର ଅନ୍ତରରେ ହାରିଲା ବାଂଲାଦେଶ । ପାଲେକେଲ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ କୁସାଲ ମେଣ୍ଡିସ୍ ଶତକ ହାସଲ କରିଥିଲେ । ସେ ୧୨୪ ରନ୍ ର ଏକ ଚମତ୍କାର ଇନିଂସ ଖେଳିଥିଲେ । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଟିମ୍ ୨୮୫ ରନ୍ କରିଥିଲା। ଲକ୍ଷ୍ୟ ପିଛା କରିବା ସମୟରେ ବାଂଲାଦେଶକୁ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।

    ଶ୍ରୀଲଙ୍କା ଅଧିନାୟକ ଚାରିଥ୍ ଆସଲାଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । କୁସାଲ ମେଣ୍ଡିସ୍ ୧୧୪ ବଲ୍ ରେ ୧୮ ଚୌକା ସହାୟତାରେ ୧୨୪ ରନ୍ କରିଥିଲେ । ଅଧିନାୟକ ଆସଲାଙ୍କା ୬୮ ବଲ୍ ରେ ୯ ଚୌକା ସହାୟତାରେ ୫୮ ରନ୍ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ବାଂଲାଦେଶକୁ ୨୮୬ ରନ୍ ର ଟାର୍ଗେଟ ଦେଇଥିଲା। ଏପରିକି ଶ୍ରୀଲଙ୍କାର ସମ୍ପୂର୍ଣ୍ଣ ଇନିଂସରେ ଗୋଟିଏ ବି ଛକା ଲାଗି ନଥିଲା। ତୃତୀୟ ଦିନିକିଆରେ ଭ୍ରମଣକାରୀ ଦଳ ୧୮୬ ରନରେ ପରାସ୍ତ ହୋଇଥିଲା। ବାଂଲାଦେଶ ପକ୍ଷରୁ ତୌହିଦ ହିରଡୋୟ ସର୍ବାଧିକ ୫୧ ରନ କରିଥିଲେ। ଅସୀଥା ଫର୍ଣ୍ଣାଣ୍ଡୋ ଏବଂ ଦୁଷ୍ମନ୍ତ ଚାମୀରା ୩-୩ ୱିକେଟ ନେଇଥିଲେ । ଦୁନିଥା ଭେଲାଲାଗେ ଏବଂ ୱାନିନ୍ଦୁ ହସରଙ୍ଗା ୨-୨ ୱିକେଟ ନେଇଥିଲେ । ମ୍ୟାଚ ଚାଲିଥିବା ବେଳେ ବାଲାଂଦେଶ ହାରିବା ନେଇ ସ୍ପଷ୍ଟ ଦେଖାଯାଉଥିଲା । ନିର୍ଣ୍ଣାୟକ ମ୍ୟାଚ୍ ଜିତି ଶ୍ରୀଲଙ୍କା ୩ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜକୁ ୨-୧ରେ ଜିତିଥିଲା। ଶ୍ରୀଲଙ୍କା ସିରିଜର ପ୍ରଥମ ମ୍ୟାଚ୍ ଜିତିଥିଲା, ବାଂଲାଦେଶ ଦ୍ୱିତୀୟ ଦିନିକିଆ ଜିତି ସିରିଜକୁ ସମାନ କରିଥିଲା। ନିର୍ଣ୍ଣାୟକ ମ୍ୟାଚ୍ ରେ ମେଣ୍ଡିସଙ୍କ ଶ୍ରେଷ୍ଠ ଖେଳାଳି ଏବଂ ସିରିଜର ଶ୍ରେଷ୍ଠ ଖେଳାଳି ଭାବରେ ମନୋନୀତ କରାଯାଇଥିଲା। ସେ ଶେଷ ଦୁଇଟି ମ୍ୟାଚ୍ ରେ ଯଥାକ୍ରମେ ୪୫ ଏବଂ ୫୬ ରନର ଇନିଂସ ଖେଳିଥିଲେ।

    ଶ୍ରୀଲଙ୍କା ପାଇଁ ଓ୍ବାନଡେ ସିରିଜ ଜିତିଥିବା ୩୦ ବର୍ଷୀୟ ବ୍ୟାଟସମ୍ୟାନଙ୍କ ନାମ କୁସାଲ ମେଣ୍ଡିସ୍ । ମେଣ୍ଡିସ୍ ବାଂଲାଦେଶ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ସର୍ବାଧିକ ୨୨୫ ରନ୍ କରିଛନ୍ତି । ସେ ୩୩ ଚୌକା ଏବଂ ୨ ଛକା ମାରି ୭୫ ହାରରେ ଏହି ରନ୍ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    15 %
    4.1kmh
    10 %
    Sat
    37 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ