Thursday, October 1, 2026
28.6 C
Odisha

    କାଙ୍ଗୁ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

    ଆଗକୁ ପଢନ୍ତୁ

    କୋରାପୁଟ: ଲଘୁ ଖାଦ୍ୟଶସ୍ୟର ସଂରକ୍ଷଣ ଓ ତାହାର ବ୍ୟବହାର ଲାଗି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଓଡିଶା ମିଲେଟ୍ ମିସନ୍। ଏଥିରେ ମାଣ୍ଡିଆକୁ ଗୁରୁତ୍ବ ଦିଆଯାଇଥିବା ବେଳେଅନ୍ୟ କ୍ଷୁଦ୍ରଶସ୍ୟକୁ ଅଣଦେଖା କରାଯାଉଛି। କାଙ୍ଗୁ ଭଳି କ୍ଷୁଦ୍ରଶସ୍ୟ ଚାଷ କରୁଥିବା ଚାଷୀ ପ୍ରୋତ୍ସାହନରୁ ବାଦ ପଡ଼ୁଛନ୍ତି। ଏହାର ପ୍ରଭବାରେ ପୂର୍ବ ଅପେକ୍ଷା କୋରାପୁଟ ଜିଲ୍ଲାରେ କାଙ୍ଗୁ ଚାଷ ଯଥେଷ୍ଟ କମିଯାଇଛି। ହାତଗଣତି କେତେକ ଚାଷୀ ଏହି ଚାଷ କରୁଛନ୍ତି। ତେଣୁ ଚାଷୀଙ୍କ ନିକଟରେ ମଧ୍ୟ ଆଉ ପାରମ୍ପରିକ ବିହନ ଦେଖୁବାକୁ ମିଳୁନି। କାଳକ୍ରମେ ଏହା ହଜିବାକୁ ବସିଲାଣି।

    ଜିଲ୍ଲାର ନନ୍ଦପୁର, ଲମତାପୁଟ, ପଟାଙ୍ଗି ଓ ଦଶମନ୍ତପୁର ଆଦି ବ୍ଳକ୍ ସମେତ ଅନ୍ୟ କେତେକ ସ୍ଥାନରେ କାଙ୍ଗୁ ଚାଷ ହେଉଛି। ମିଲେଟ୍ ମିସନ୍ ପକ୍ଷରୁ ପ୍ରାୟ ଶହେ ହେକ୍ଟର ଜମିରେ ଏହି ଚାଷ କରାଯାଉଛି। ମାଣ୍ଡିଆ ଭଳି ଏହାର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସପି) ନାହିଁ। ବଜାରୀକରଣ ବ୍ୟବସ୍ଥା ନଥିବାରୁ ଚାଷୀ ଶୋଷଣର ଶିକାର ହେଉଛନ୍ତି। କେଜି ପ୍ରତି ଶହେ ଟଙ୍କାରେ ବାହାର ଅଞ୍ଚଳର ବ୍ୟବସାୟୀମାନେ ଏହାକୁ କିଣି ନେଉଛନ୍ତି। ପରେ ବିଭିନ୍ନ କମ୍ପାନିର ଟ୍ୟାଗ୍ ଲଗାଇ ମୋଟା ଅଙ୍କରେ ଇ-ବଜାର ଓ ମଲ ଗୁଡିକରେ ବିକ୍ରି କରାଯାଉଛି। ଔଷଧୀୟ ଗୁଣ ପାଇଁ ଲୋକେ ଏହାକୁ କିଣି ନେଉଛନ୍ତି।
    ଚାଷୀ ପୂର୍ଣ୍ଣ ପାଙ୍ଗୀ କହିଛନ୍ତି, ତାଙ୍କ ବାପା ଓ ଜେଳେ ବାପା କାଙ୍କୁ ଚାଷ ବହୁତ୍ ପରିମାଣରେ କରୁଥିଲେ। ବର୍ତ୍ତମାନ୍ ଏହା କମି ଯାଇଛି। ଚାଷ ଜମିର ହିଡ଼ରେ ଏହା କରାଯାଉଛି। ପୂର୍ବରୁ ଭଟା ଜମି(ଡଙ୍ଗର) ଗୁଡ଼ିକରେ ସ୍ବତନ୍ତ୍ର ଭାବେ ଚାଷ ହେଉଥିଲା । ବର୍ତ୍ତମାନ ବହୁ ପାରମ୍ପରିକ ବିହନ ଲୋପ ପାଇବାକୁ ବସିଲାଣି। ମାଣ୍ଡିଆ ଭଳି ଏହାକୁ ପ୍ରୋତ୍ସାହନ ଦେଲେ ଚାଷ ବୃଦ୍ଧି ପାଇବ। ଅନ୍ୟଜଣେ ଚାଷୀ ସହଦେବ ମୁଦୁଲି କହିଛନ୍ତି, କାଙ୍ଗୁର ପାରମ୍ପରିକ ବିହନ ଗୁଡ଼ିକର ସଂରକ୍ଷଣ ଆବଶ୍ୟକ । ସରକାର ଖାଦ୍ୟରେ ପୋଷଣ ଥିବା କ୍ଷୁଦ୍ର ଖାଦ୍ୟଶସ୍ୟ ଗୁଡ଼ିକର ବ୍ୟବହାର ପାଇଁ କହୁଛନ୍ତି। ଅଥଚ ପ୍ରୋତ୍ସାହନ ଦେଉନାହାନ୍ତି। ପୂର୍ବରୁ ସ୍ଥାନୀୟ ଲୋକ ହିଁ ଏହାକୁ ଖାଉଥିଲେ। ବର୍ତ୍ତମାନ ଏହାର ବ୍ୟବହାର ବହୁଳ ପରିମାଣରେ ହେଉଛି। ଲୋକେ କାଙ୍ଗୁରେ ବିରିଆନି, ପଲାଉ, କ୍ଷୀରି, ଦୋଷା ଓ ଉପମା ଭଳି ଖାଦ୍ୟ ପ୍ରସ୍ତୁତକରି ଖାଉଛନ୍ତି। ତଥାପି ଚାଷ କମି କମି ଯାଉଛି ।

    ଏହାର ସଂରକ୍ଷଣ ଜରୁରୀ। ଏ ସମ୍ପର୍କରେ ଆତ୍ମାର ଡେପୁଟି ପ୍ରୋଜେକ୍ଟ ଡାଇରେକ୍ଟର ତାପସଚନ୍ଦ୍ର ରାୟଙ୍କୁ ପଚାରିବାରୁ କହିଛନ୍ତି, ମିଲେଟ ମିଶନ୍ ଅଧୀନରେ ୭୦ ପ୍ରତିଶତ ମାଣ୍ଡିଆ ଚାଷ କରାଯାଉଛି। ୩୦ ପ୍ରତିଶତ କାଙ୍ଗୁ ଓ ଅନ୍ୟ ମିଲେଟ୍ ଜାତୀୟ ଚାଷ ଗୁଡ଼ିକ ହେଉଛି। କାଙ୍ଗୁରେ ପ୍ରୋଟିନ୍, ଫାଇବର ଓ ଆବଶ୍ୟକ ପୋଷକତତ୍ୱ ଭରପୁର ମାତ୍ରାରେ ରହିଛି। ଏହାର ବେଞ୍ଚ ମାକିଂ ପ୍ରାଇସ୍ ସ୍ଥିର କରିବା ପାଇଁ ମିଲେଟ୍ ମିଶନ ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା। କାଙ୍ଗୁ ଓ ସୁଆଁ ପାଇଁ ବେଂଚ ମାର୍କ ଦର କିଲୋ ପିଛା ୪୨ଟଙ୍କା ନିର୍ଦ୍ଧାରିତ କରାଯାଇଥିଲା। ତେବେ ପୁରୁଣା ସରକାର ଏହାକୁ ଅନୁମୋଦନ କରି ନଥିଲେ। ନୂଆ ସରକାର ଏ ଯାଏଁ କାର୍ଯ୍ୟକାରୀ କରି ନାହାନ୍ତି। ଏହାକୁ କାର୍ଯ୍ୟକାରୀ କରିଲେ ଚାଷୀ ଲାଭବାନ ହୋଇପାରିବେ ଏବଂ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.6 ° C
    28.6 °
    28.6 °
    65 %
    1.4kmh
    12 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ