Thursday, October 1, 2026
28.5 C
Odisha

    ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା

    ଆଗକୁ ପଢନ୍ତୁ

    ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା। ସ୍ନାନ ମଣ୍ଡପରେ ଦର୍ଶନ ଦେବେ ଶ୍ରୀଜିଉ। ତିନି ଠାକୁରଙ୍କ ଗଜବେଶ ଦେଖିବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ଚାରି ପାର୍ଶ୍ଵ ସହ ସିଂହଦ୍ଵାରରେ ଜମିବ ଭକ୍ତଙ୍କ ଭିଡ଼। ଖାଲି ଯେ ଶ୍ରୀମନ୍ଦିର କିମ୍ବା ଏହାର ଚତୁଃପାର୍ଶ୍ଵରେ ଭିଡ଼ ଜମିବ ତାହା ନୁହେଁ । ସମୁଦ୍ର ବେଳାଭୂମିରେ ବି ଲାଗିବ ପର୍ଯ୍ୟଟକ ତଥା ଯାତ୍ରୀଙ୍କ ଭିଡ଼। ସହରର ବିଭିନ୍ନ ଗଳିକନ୍ଦି ଜାମ୍ ହେବାର ଆକଳନ କରାଯାଇଛି। ତେଣୁ ଏହି ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପୁଲିସ ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥାକୁ ୫ଟି ଭାଗରେ ବିଭକ୍ତ କରାଯାଇଛି। ଏଥିରେ ୪ ଜଣ କମାଣ୍ଡାଣ୍ଟ୍ ତଥା ଏସ୍‌ପି ଲେବୁଲ ଅଫିସରଙ୍କ ସହ ୧୫ ଜଣ ଡେପୁଟି କମାଣ୍ଡାଣ୍ଟ ତଥା ଅତିରିକ୍ତ ଏସ୍‌ପି, ୩୦ ଜଣ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ତଥା ଡିଏସ୍‌ପି, ୬୫ ଜଣ ସୁବେଦାର୍ ତଥା ଇନ୍ସପେକ୍ଟର, ୩୨୩ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୫୧ ଜଣ ହାବିଲ୍‌ଦାର, ୧୨ ଜଣ ଟ୍ରାଫିକ୍ ହାବିଲ୍ଦାର, ୩୬୫ ଜଣ କନଷ୍ଟେବଳ,୫୨ ଜଣ ଟ୍ରାଫିକ୍ କନଷ୍ଟେବଳ, ୫୯୪ ଜଣ ହୋମ୍‌ଗାର୍ଡ ଏବଂ ୬୮ ପ୍ଲାଟୁନ୍ ୧ ସେକ୍ସନ୍ ଫୋର୍ସ ମୁତୟନ ହେବେ। ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରୁ ଶ୍ରୀମନ୍ଦିର ଭିତରେ ଜଣେ କମାଣ୍ଡାଣ୍ଡ୍ ତଥା ଏସ୍‌ପି, ୬ ଜଣ ଡେପୁଟି କମାଣ୍ଡାଣ୍ଟ୍ ତଥା ଅତିରିକ୍ତ ଏସ୍‌ପି,୧୩ ଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ୍ ତଥା ଡିଏସ୍‌, ୨୭ ଜଣ ସୁବେଦାର୍ ତଥା ଇନ୍ସପେକ୍ଟର, ୧୦୫ ଜଣ ଏସ୍‌ଆଇ ଓ ଏଏସ୍ଇ, ୧୨ ଜଣ ହାବିଲ୍ଦାର୍, ୧୨୨ ଜଣ କନଷ୍ଟେବଳ, ୮୪ ଜଣ ହୋମ୍‌ଗାର୍ଡ ଏବଂ ୩୪ ପ୍ଲାଟୁନ୍ ଫୋର୍ସ ଜଗିବେ। ଶ୍ରୀମନ୍ଦିର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ ୨ ଜଣ କମାଣ୍ଡାଣ୍ଟ୍‌ ତଥା ଏସ୍‌ପି, ୫ ଜଣ ଡେପୁଟି କମାଣ୍ଡାଣ୍ଟ୍ ତଥା ଅତିରିକ୍ତ ଏସ୍‌, ୮ ଜଣ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ତଥା ଡିଏସ୍‌, ୨୪ ଜଣ ସୁବେଦାର୍ ତଥା ଇନ୍ସପେକ୍ଟର, ୯୯ ଜଣ ଏସ୍ ଇ ଓ ଏଏସ୍ ଆଇ, ୪୧ ଜଣ କନେଷ୍ଟବଳ, ୬ ଜଣ ଟ୍ରାଫିକ୍ କନଷ୍ଟେବଳ, ୩୪ ଜଣ ହୋମ୍‌ଗାର୍ଡ ଏବଂ ୨୩ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ଶ୍ରଦ୍ଧାଳୁ ଓ ଭିଆଇପିଙ୍କ ସୁରକ୍ଷା ପାଇଁ ଜଣେ ଡେପୁଟି କମାଣ୍ଡାଣ୍ଟ୍‌ ତଥା ଅତିରିକ୍ତଏସ୍‌ପି, ୨ ଜଣ ଆସିଷ୍ଟାଣ୍ଡ୍ କମାଣ୍ଡାଣ୍ଡ୍ ତଥା ଡିଏସ୍‌ପି, ୩ ଜଣ ସୁବେଦାର୍ ତଥା ଇନ୍ସପେକ୍ଟର, ୨୧ ଜଣ ଏସ ଆଳୁ ଓ ଏଏସ୍ଇ, ୫ ଜଣ ହାବିଲ୍ଦାର, ୫୪ ଜଣ କନଷ୍ଟେବଳ, ୪୦ ଜଣ ହୋମ୍‌ଗାର୍ଡ ଏବଂ ୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ । ସେହିପରି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଜଣେ କମାଣ୍ଡାଣ୍ଟ୍ ତଥା ଏସ୍‌ପି ରାଙ୍କ୍ ଅଧିକାରୀ, ୨ ଡେପୁଟି କମାଣ୍ଡାଣ୍ଟ୍ ତଥା ଅତିରିକ୍ତ ଏସ୍‌, ୬ ଜଣ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ତଥା ଡିଏସ୍‌, ୧୦ ଜଣ ସୁବେଦାର୍ ତଥା ଇନ୍ସପେକ୍ଟର, ୮୭ ଜଣ ଏସ୍ ଆଇ ଓ ଏଏସ୍ ଆଇ, ୩୪ ଜଣ ହାବିଲ୍ଦାର୍, ୧୨ ଜଣ ଟ୍ରାଫିକ୍ ହାବିଲ୍ଦାର୍, ୧୪୦ ଜଣ କନେଷ୍ଟବଳ, ୪୬ ଜଣ ଟ୍ରାଫିକ୍ କନଷ୍ଟେବଳ, ୪୦୬ ଜଣ ହୋମ୍‌ଗାର୍ଡ, ୮ ପ୍ଲାଟୁନ୍ ୨ ସେକ୍ସନ୍ ଫୋର୍ସ ମୁତୟନ ହେବେ। ବେଳାଭୂମିରେ ଯାତ୍ରୀଙ୍କ ନିୟନ୍ତ୍ରଣ ପାଇଁ ଜଣେ ଡେପୁଟି କମାଣ୍ଡାଣ୍ଟ୍ ତଥା ଅତିରିକ୍ତ ଏସ୍, ଜଣେ ଆସିଷ୍ଟାଣ୍ଡ୍ କମାଣ୍ଡାଣ୍ଟ୍ ତଥା ଡିଏସ୍‌, ଜଣେ ସୁବେଦାର୍ ତଥା ଇନ୍ସପେକ୍ଟର, ୯ ଜଣ ଏସ୍‌ ଇ ଓ ଏଏସ୍‌ଆଇ, ୮ ଜଣ କନଷ୍ଟେବଳ, ୩୦ ଜଣ ହୋମ୍‌ଗାର୍ଡ ଓ ୧ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ଅନ୍ୟାନ୍ୟ ସେବା ପାଇଁ ୨ ଜଣ ଏସ୍‌ଆଇ ଓ ଏଏସ୍‌ଆଇ ଏବଂ ୨ ସେକ୍ସନ୍ ଫୋର୍ସ ମୁତୟନ ହେବେ ବୋଲି ପଲିସ ପକ୍ଷରୁ ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.5 ° C
    28.5 °
    28.5 °
    71 %
    1.6kmh
    18 %
    Thu
    26 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ