Wednesday, July 24, 2024
27 C
Odisha

    ବେଙ୍ଗାଲୁରୁରେ ସୋଆ ଆୟୋଜିତ ଆଲିଶିପ୍ ++ରେ କର୍ପୋରେଟ ନେତୃତ୍ୱ ଯୋଗଦାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୨୬/୦୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଗତ ଶନିବାର ବେଙ୍ଗାଲୁରୁ ଠାରେ କର୍ପୋରେଟ ନେତୃବୃନ୍ଦଙ୍କୁ ନେଇ ‘ଆଲିଶିପ୍ ++’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
    ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ ଜଣ କର୍ପୋରେଟ ନେତୃବୃନ୍ଦ ଯୋଗ ଦେଇଥିଲେ । ଏଥିରେ ପ୍ରଥମ ଭାରତୀୟ ଭାବେ ଆଥଲେଟିକ୍ସରେ ୱାର୍ଲ୍ଡ ଚାମ୍ପିଅନ୍‌ସିପ ପଦକ ହାସଲ କରିଥିବା ଅଲିମ୍ପିଆନ୍ ଅଞ୍ଜୁ ବବି ଜର୍ଜ ଙ୍କ ସମେତ ବିଭିନ୍ନ ପ୍ରତିଷ୍ଠିତ ବକ୍ତା ଓ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ ।
    ଜର୍ଜ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲି ଯୋଗ ଦେଇ ‘କ୍ରୀଡ଼ା କ୍ଷେତ୍ରରେ ନେତୃତ୍ୱ’ ପ୍ରସଙ୍ଗରେ ବକ୍ତବ୍ୟ ରଖି ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ନିଜ ଅନୁଭୂତି ଓ ଚିନ୍ତାଧାରା ବଖାଣି ଥିଲେ ।
    ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ନିଜ ବକ୍ତବ୍ୟ ରଖିବା ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ନେତୃତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସୋଆର ଡିନ୍ (କର୍ପୋରେଟ୍ ରିଲେସନ୍ସ ଆଣ୍ଡ ପ୍ଲେସ୍‌ମେଂଟ) ଡକ୍ଟର ରାଜ କୁମାର ହୋତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
    ଓପନ୍ ଲିଙ୍କ ଫାଉଣ୍ଡେସନ୍‌ର ଚିଫ୍ ଷ୍ଟ୍ରାଟେଜିଷ୍ଟ ଶ୍ରୀ ରାଜୀବ କୁମାର ସିଂ ଆୟୋଜିତ ଆଲୋଚନା ଚକ୍ରକୁ ସଂଚାଳନ କରିଥିଲେ । ଏଥିରେ ଲିଡରସିପ୍ ଏବଂ କର୍ପୋରେଟ ରିଲେସନ୍ କ୍ଷେତ୍ରରେ ବର୍ତମାନ ଏବଂ ଭବିଷ୍ୟତ ଧାରାକୁ ନେଇ ଆଲୋଚନା କରାଯାଇଥିଲା ।
    ଆଲୋଚନା ଚକ୍ରରେ ଇଞ୍ଜିନିୟରିଂ ଏକାଡେମୀ ଅଫ୍ ଏଲ୍ ଆଣ୍ଡ ଟି ଟେକ୍ନୋଲୋଜି ସର୍ଭିସେସ୍‌ର ଗ୍ଲୋବାଲ ହେଡ୍ ଶ୍ରୀ ପି. ବି. କୋଟୁର, ଟୋରୀ ହ୍ୟାରିସ୍ ଇନ୍‌ଟିଗ୍ରେସନ୍ ସଲ୍ୟୁସନ୍ସର ସିଏଚ୍‌ଆର୍‌ଓ ଶ୍ରୀମତି ସି. ଅପର୍ଣ୍ଣା, ବିଏନ୍‌ୱାଇ ମେଲନ୍‌ର ଉପସଭାପତି ଶ୍ରୀ ବାଲିରାମ୍ ମୁଟାଗେକର ଓ ଟ୍ୟାଲି ସଲ୍ୟୁସନ୍‌ସର ପ୍ରାଇଭେଟ ଲିମିଟେଡ୍‌ର ଚିଫ୍ ପିପୁଲ୍ ଅଫିସର ଡକ୍ଟର ଏସ୍‌. ଜେ. ନାଗାନାଗୌଡଙ୍କ ସମେତ ମାଇକ୍ରୋସଫ୍‌ଟ, ଡେଲ୍‌, ସ୍କାଲାର ଏବଂ ଅନ୍ୟାନ୍ୟ ବିଭିନ୍ନ କମ୍ପାନୀର ନେତୃବର୍ଗ ଏହି ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27 ° C
    27 °
    27 °
    82 %
    4.6kmh
    99 %
    Wed
    27 °
    Thu
    25 °
    Fri
    25 °
    Sat
    27 °
    Sun
    31 °

    ସମ୍ବନ୍ଧିତ