Tuesday, September 8, 2026
29.8 C
Odisha

    ମହାଭାରତ କାବ୍ୟ ଉପରେ ଗବେଷଣା କରୁଥିବା ହଲାଣ୍ଡର ବିଶିଷ୍ଟ ଗବେଷକଙ୍କର ସୋଆ ପରିଦର୍ଶନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମହାଭାରତ କାବ୍ୟକୁ ନେଇ ଦୀର୍ଘ ୨୦ ବର୍ଷ ହେବ ଗବେଷଣା ଚଳାଇଥିବା ହଲାଣ୍ଡର ପ୍ରଫେସର ଆର୍ଲୋ ଗ୍ରିଫିଥ୍‌ସ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍‌ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ୍ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍‌) ପରିଦର୍ଶନ କରିବା ସହ ଗବେଷକ ମାନଙ୍କ ସହ ଆଲୋଚନା କରିଥିଲେ ।
    ପ୍ରାଚୀନ ପକ୍ଷରୁ ପ୍ରକାଶିତ ହେଉଥିବା ସାରୋଳ ମହାଭାରଥର ପାଠ ଆଧାରିତ ତଥ୍ୟ ସମ୍ପର୍କରେ ଜାଣିବା ପାଇଁ ସେ ଅଧିକ ଆଗ୍ରହ ପ୍ରକାଶ କରିଥିଲେ । ପ୍ରଫେସର ଗ୍ରିଫିଥ୍‌ସ ଫ୍ରେଂଚ ସ୍କୁଲ୍ ଅଫ୍ ଏସିଆନ୍ ଷ୍ଟଡିଜ୍‌ରେ ଦକ୍ଷିଣ ପୂର୍ବ ଏସିଆ ପ୍ରଫେସର ଭାବେ କାର୍ଯ୍ୟ କରନ୍ତି । ପ୍ରାଞ୍ଜଳ ଭାବେ ଓଡ଼ିଆ ଭାଷା କହିପାରୁଥିବା ତଥା ନିୟମିତ ଓଡ଼ିଶା ଆସୁଥିବା ପ୍ରଫେସର ଗ୍ରିଫିଥ୍‌ସ ମହାଭାରତ କାବ୍ୟକୁ ନେଇ ଗବେଷଣା କରୁଛନ୍ତି । ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ପ୍ରଥମ ବିଶ୍ୱ ଓଡ଼ିଆ
    ଭାଷା ସ୧ିଳନୀରେ ଯୋଗ ଦେବା ପାଇଁ ସେ ଭୁବନେଶ୍ୱର ଆସିଥିଲେ । ସେ ବର୍ତମାନ ଇଣ୍ଡୋନେସିଆରେ ଅବସ୍ଥାପିତ ।
    ଏହି ଅବସରରେ ସେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ଆଲୋଚନା ସମୟରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ପ୍ରାଚୀନ୍‌ର ସାରୋଳ ମହାଭାରଥ ସମ୍ପାଦକ ମଣ୍ଡଳୀର ସଦସ୍ୟ ପ୍ରଫେସର ଗୈାରାଙ୍ଗ ଚରଣ ଦାସ, ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ଏବଂ ପ୍ରଫେସର ସନ୍ତୋଷ କୁମାର ରଥ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.8 ° C
    29.8 °
    29.8 °
    73 %
    3.3kmh
    96 %
    Tue
    29 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ