Wednesday, August 19, 2026
24.2 C
Odisha

    ସୋସିଆଲ ମିଡ଼ିଆରେ ଉପସ୍ଥାପିକା Viral: ଭୁଲ ସ୍ୱୀକାର କରି ପରେ କାହିଁକି Delete କଲେ ଭିଡିଓ?

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ଭୁବନେଶ୍ୱର ଜନତା ମୈଦାନ ଠାରେ ଅନୁଷ୍ଠିତ ହୋଇଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଗତ ଫେବୃଆରୀ ୩ ତାରିଖରୁ ଏହି ସମ୍ମିଳନୀ ଜାରି ରହିଛି। ତେବେ ଏହି ସମ୍ମିଳନୀର ଏକ ଭିଡିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି।

    ଘଟଣା ହେଉଛି, ଏହି ସମ୍ମିଳନୀ ଶୁଭାରମ୍ଭ ବେଳେ ‘ବନ୍ଦେ ଉତ୍କଳ ଜନନୀ’ ଗାନ ପୂର୍ବରୁ ଉପସ୍ଥାପିକା ସଂହତି ପାଣି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ଏକାଧିକ ଥର ‘କଣ୍ଠକବି’ ବୋଲି ଉଚ୍ଚାରଣ କରିଥିଲେ। ପରେ ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଥିଲା । ଏହାକୁ ବିଭିନ୍ନ ବର୍ଗର ଲୋକେ ତୀବ୍ର ସମାଲୋଚନା କରିବା ପରେ ଉପସ୍ଥାପିକା ସଂହତି ପାଣି ଏହାକୁ ‘ସ୍ଲିପ୍ ଅଫ୍ ଟଙ୍ଗ୍’ ବୋଲି କହିବା ସହ ଭୁଲ ସ୍ୱୀକାର କରି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। କିନ୍ତୁ ସେହି ପୋଷ୍ଟଟି ସୋସିଆଲ ମିଡ଼ିଆରେ ଆଉ ଦେଖିବାକୁ ମିଳୁନାହିଁ। ତେବେ ଉକ୍ତ ପୋଷ୍ଟକୁ ସେ କାହିଁକି ଡିଲିଟ୍ କଲେ, ତାକୁ ନେଇ ପ୍ରଶ୍ନ ଉଠିଛି। କିନ୍ତୁ ଏନେଇ ସଂହତିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

    ଏଠାରେ କହି ରଖୁଛୁ ଯେ, ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ନେଇ ସାରା ରାଜ୍ୟବାସୀ ବେଶ ଉତ୍ସାହିତ ରହିଛନ୍ତି। ସବୁ ବର୍ଗର ବ୍ୟକ୍ତିବିଶେଷ ଏହି ସମ୍ମିଳନୀରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି। ତେବେ ଶାସ୍ତ୍ରୀୟ ଭାଷା ଓଡ଼ିଆକୁ ଅଧିକ ଲୋକପ୍ରିୟ କରିବାକୁ ଏହି ସମ୍ମିଳନୀରେ ଆଲୋଚନା ଜାରି ରହିଛି। ଏହା ସହ ଓଡ଼ିଆ ଭାଷାକୁ ଅଧିକରୁ ଅଧିକ ଉପଯୋଗ ପାଇଁ ମାନସମନ୍ଥନ ଚାଲିଛି। ସେପଟେ ଓଡ଼ିଆ ଭାଷାର ପ୍ରାଚୀନତା ଓ ଭବିଷ୍ୟତର ପ୍ରାସଙ୍ଗିକତା ସମ୍ପର୍କରେ ମଧ୍ୟ ତର୍ଜମା କରାଯାଉଛି। ବହୁ ଓଡ଼ିଆ ଭାଷାବିତ ମାନେ ଏହି ସମ୍ମିଳନୀରେ ଯୋଗଦେଇ ଆଲୋଚନା ଜାରି ରଖିଛନ୍ତି। ଗତ ଫେବୃଆରୀ ୩ ତାରିଖରୁ ଏହି ସମ୍ମିଳନୀ ଜାରି ରହିଛି। ତେବେ ଫେବୃଆରୀ ୩ରୁ ୫ ତାରିଖ ଯାଏଁ ଏହି ସମ୍ମିଳନୀ ଚାଲିବ ବୋଲି କୁହାଯାଇଥିଲା। କିନ୍ତୁ ଏହି ସମ୍ମିଳନୀକୁ ଆଉ ୩ ଦିନ ପାଇଁ ବୃଦ୍ଧି କରାଯାଇଛି। ଫଳରେ ଆସନ୍ତା ୮ ତାରିଖ ଦିନ ଏହି ସମ୍ମିଳନୀ ଶେଷ ହେବ ବୋଲି ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    91 %
    1.5kmh
    93 %
    Wed
    24 °
    Thu
    29 °
    Fri
    29 °
    Sat
    25 °
    Sun
    25 °

    ସମ୍ବନ୍ଧିତ