Sunday, September 13, 2026
28.7 C
Odisha

    ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଅସ୍ମିତା ପାଇଁ କାମ କରିବୁ: ରାଜ୍ୟପାଳ ରଘୁବର ଦାସ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଧାନସଭା ଅଧିବେଶନ ଆରମ୍ଭରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଅଭିଭାଷଣ ରଖିଛନ୍ତି। ସେ କହିଛନ୍ତି, ବିକଶିତ ଓଡ଼ିଶା ଗଠନ ସରକାରଙ୍କ ଲକ୍ଷ୍ୟ। ନୂଆ ସରକାର ଗଠନ ହେବା ମାତ୍ରେ କିଛି ପ୍ରତିଶ୍ରୁତି ପୂରଣ ହୋଇଛି। ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଅସ୍ମିତା ପାଇଁ କାମ କରିବୁ। କୃଷକଙ୍କ ଉନ୍ନତି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବୁ। କୃଷକଙ୍କୁ ସଶକ୍ତ କରିବା ପାଇଁ ପିଏମ୍‌ କିଷାନ ଲାଗୁ କରିବୁ। ଓଡ଼ିଶାରେ ଆୟୁଷ୍ମାନ୍ ଭାରତ ଯୋଜନା ଲାଗୁ କରାଯିବ। ମତ୍ସ୍ୟଚାଷ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ମୋ ସରକାର ନିରପେକ୍ଷତାର ସହ କାମ କରିବ। ଯୁବକଙ୍କୁ ରୋଜଗାର ମୋ ସରକାରର ପ୍ରାଥମିକତା। ଯେଉଁ ପ୍ରତିଶ୍ରୁତି ଦିଆଯାଇଛି, ତାହା ପୂରଣ କରାଯିବ। ମହିଳା ଭୂମିହୀନ କୃଷକଙ୍କୁ ପ୍ରୋତ୍ସାହିତ କରିବେ ସରକାର। ବଲାଙ୍ଗୀର କଳାହାଣ୍ଡି ବରଗଡ଼ ଓ ନୂଆପଡ଼ାରେ ୧୦ଟି ଜଳସେଚନ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯିବ।
    ସେ ଆହୁରି କହିଛନ୍ତି, ଭାରତବର୍ଷରେ ଓଡ଼ିଶା ହେବ ବାଜରା ହବ୍। ବାଜରା ଜାତୀୟ ଶସ୍ୟ ଉତ୍ପାଦନ ପାଇଁ ଓ ବ୍ୟବହାର ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ। ସରକାରୀ କ୍ୟାଣ୍ଟିନ ଓ ବିଦ୍ୟାଳୟରେ ବାଜରା ପ୍ରଚଳନ ପାଇଁ ପଦକ୍ଷେପ ନିଆଯିବ। ଗ୍ରୀନ ଇଣ୍ଡଷ୍ଟ୍ରିଆଲ ପଲିସି କାର୍ଯ୍ୟକାରୀ କରାଯିବ। ବୈଦ୍ୟୁତିକ ଯାନବାହାନକୁ ପ୍ରୋତ୍ସାହନ ପାଇଁ ଚାରି ଓ ଛ ଚକିଆ ଜାନକୁ ସବସିଡି ଦେବ ସରକାର। ଉପକୂଳ ଅଂଚଳରେ ବାତ୍ୟା ପ୍ରଭାବ କମାଇବାକୁ ଉପକୁଳ ଅଂଚଳରେ ୪୮୦ କିଲୋମିଟର ବନିକରଣ କାର୍ଯ୍ୟକ୍ରମ ହାତକୁ ନେବେ।
    ୨୦୨୭ ସୁଦ୍ଧା ପୁଷ୍ଟିହୀନତା ହ୍ରାସ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ୧୦ ଲକ୍ଷ, ସହରାଞ୍ଚଳରେ ୫ ଲକ୍ଷ ଘର କରିବାକୁ ଲକ୍ଷ୍ୟ ରଖାଯାଇଛି।ଅଙ୍ଗନବାଡିକୁ ୨୦୩୦ ସୁଦ୍ଧା ସକ୍ଷମ ଅଙ୍ଗନବାଡିରେ ପରିଣତ କରାଯିବ। ବିଦ୍ୟାଳୟ ସ୍ତରରେ ଶିକ୍ଷାଦାନ ଉଦେଶ୍ୟରେ ଅଙ୍ଗନବାଡି କର୍ମୀଙ୍କୁ ଶୈକ୍ଷିକ ସାଧନ ବ୍ୟକ୍ତି ତାଲିମ ଦିଆଯିବ। ଜନଜାତି ଛାତ୍ରଛାତ୍ରୀ ପାଖକୁ ପାଠାଗାର ପଠାଇବା ପାଇଁ ଲାଇବ୍ରେରୀ ଅନ ହୁଇଲ କାର୍ଯ୍ୟକ୍ରମ ଆରମ୍ଭ କରିବେ ସରକାର। ସରକାରୀ ବିଦ୍ୟାଳୟରେ ଏଆଇର ବ୍ୟବହାର ହେବ।

    ରାଜ୍ୟପାଳ ରଘୁବର ଦାସ ନିଜ ଅଭିଭାଷଣରେ ଆହୁରି କହିଛନ୍ତି, ସାରା ରାଜ୍ୟରେ ୩ ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତ କରାଯିବ। ଜିଲ୍ଲା ଡାକ୍ତରଖାନାରେ ସ୍ତ୍ରୀ ରୋଗ, ଶିଶୁ ରୋଗ ବିଶେଷଜ୍ଞ ଏବଂ ନର୍ସଙ୍କ ଆବଶ୍ୟକତାକୁ ସୁନିଶ୍ଚିତ କରାଯିବ।ଉପକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନାମ ପରିବର୍ତନ କରାଯାଇ ଆରୋଗ୍ୟ ମନ୍ଦିର କରାଯିବ।
    ପ୍ରତି ସିଏଚସିରେ ଗୋଟେ ଭ୍ରମ୍ୟମାଣ ଚିକିତ୍ସା ୟୁନିଟ ରହିବ। ୨୦୩୦ ସୁଦ୍ଧା ଓଡ଼ିଶାକୁ ମ୍ୟାଲେରିଆ ମୁକ୍ତ କରାଯିବ। ନୂଆ କ୍ରୀଡ଼ାନୀତି ଆସିବ, କ୍ରୀଡ଼ାବିତଙ୍କୁ ପ୍ରଶିକ୍ଷଣ ଦିଆଯିବା ପାଇଁ କ୍ରୀଡ଼ା ଏକାଡେମୀ ଓ ନର୍ସରୀ ପ୍ରତିଷ୍ଠା କରାଯିବ। ଧାମରା, ପାରାଦ୍ୱୀପ ଓ ଗୋପାଳପୁର ବନ୍ଦର ଆଖପାଖ ଅଂଚଳରେ ନୂତନ ଶିଳ୍ପାଞ୍ଚଳର ବିକାଶ ହେବ
    ସେ ଆହୁରି କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ଚଳଚଞ୍ଚଳ କରାଯିବ। ଦୁଇ ବର୍ଷ ମଧ୍ୟରେ ୬୫ ହଜାର ସରକାରୀ ପଦବୀ ପୂରଣ କରାଯିବ। ଓଡ଼ିଶା ହସ୍ତଶିଳ୍ପ ଡିଜାଇନ ବ୍ୟାଙ୍କ ପ୍ରତିଷ୍ଠା କରାଯିବ। ହସ୍ତଶିଳ୍ପ ଉତ୍ପାଦକୁ ବ୍ରାଣ୍ଡ ଭାବରେ ପରିଚିତ କରାଯିବ। ଶିଳ୍ପ କ୍ଷେତ୍ରରେ ୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ।ଅନୁସୂଚିତ ଅଂଚଳକୁ ପଂଚାୟତ ସମ୍ପ୍ରସାରଣ କରିବା ପାଇଁ ପେଶା ଆଇନକୁ କାର୍ଯ୍ୟକାରୀ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ