Saturday, September 26, 2026
24.6 C
Odisha

    ଆଗାମୀ ୫ ବର୍ଷ ଭିତରେ ପ୍ରଧାନମନ୍ତ୍ରୀଙ୍କ ସହଯୋଗରେ ଓଡ଼ିଶାକୁ ସର୍ବାଧିକ ୧ ଲକ୍ଷ କୋଟ ଟଙ୍କାର ପ୍ରୋଜେକ୍ଟ ଆସିବ: ଅଶ୍ୱିନୀ ବୈଷ୍ଣବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କେନ୍ଦ୍ର ରେଳ, ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଜୟ ଜଗନ୍ନାଥ, ଜୟ ଶ୍ରୀରାମ ଓ ଭାରତ ମାତାକୀ ଜୟ ନାରାରେ କମ୍ପି ଉଠିଥିଲା ପୁରା ସମ୍ବର୍ଦ୍ଧନା ଉତ୍ସବର ପରିବେଶ। ଭୁବନେଶ୍ୱରରେ ଆୟୋଜିତ ବିଜେପିିର ବିଜୟ ସମ୍ବର୍ଦ୍ଧନା ସଭାରେ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ରେଲୱେ ବିକାଶର ଭବିଷ୍ୟତ ନେଇ ପ୍ରତିଶ୍ରୁତି ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ କହିଛନ୍ତି, ରାଜ୍ୟରେ ଦଳର ବିଜୟ ପାଇଁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉଦ୍ୟମ ବାସ୍ତବରେ ପ୍ରଶଂସନୀୟ। ଏହାସହ ଓଡ଼ିଶାବାସୀଙ୍କ ସହଯୋଗ ଓ ସ୍ନେହ , ଶ୍ରଦ୍ଧା ମଧ୍ୟ ମୂଲ୍ୟବାନ।

    କେନ୍ଦ୍ର ରେଳ, ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆହୁରି କହିଛନ୍ତି, ‘୧୦ ବର୍ଷ ତଳେ ଓଡ଼ିଶାକୁ ଦିଆଯାଉଥିଲା କେବଳ ୮୦୦ କୋଟି ଟଙ୍କା, ଯାହା କୌଣସି ବିକାଶ କାମ ପାଇଁ ଅତି ନଗଣ୍ୟ। ଆଗରୁ ଓଡ଼ିଶା ପ୍ରତିି ଅବହେଳା କରାଯାଉଥିଲା। କିନ୍ତୁ ମୋଦୀ ସରକାରଙ୍କ ଶାସନ କାଳରେ ଓଡ଼ିଶାକୁ ବେଶ୍ ଗୁରୁତ୍ୱ ଦିଆଯାଉଛି। ୧୦ ବର୍ଷ ଭିତରେ ମୋଦୀ ଓଡ଼ିଶାର ଦାୟିତ୍ୱକୁ ଗୁରୁତ୍ୱ ଦେଇ ଫଣ୍ଡକୁ ୪ ଗୁଣା କଲେ। ଓଡ଼ିଶାକୁ ପ୍ରତି ବର୍ଷ ୧୦ ହଜାର କୋଟି ଟଙ୍କାର ଅଧିକ ଅନୁଦାନ ମିଳୁଛି। ରେଲୱେ କ୍ଷେତ୍ରରେ ବିକାଶ ମିଳୁଛି। ଏବେ ଓଡ଼ିଶାରେ ରେଲୱେର ବିକାଶ ପାଇଁ ୧୦ ହଜାର ୫୩୬ କୋଟି ଟଙ୍କାର ଅନୁଦାନ ମିଳିଛି। ‘ଗତ ୧୦ ବର୍ଷ ଭିତରେ ଓଡ଼ିଶାରେ ନୂଆ ରେଲୱେ ଲାଇନ୍ ଯାହା ତିଆରି ହୋଇଛି ତାହା ଏକ ରେକର୍ଡ। ୧୮୨୬ କିଲୋମିଟର ନୂଆ ରେଲୱେ ଲାଇନ୍ ତିଆରି ହୋଇଛି। କହିବାକୁ ଗଲେ ଓଡ଼ିଶାରେ ଯେତିକି ରେଲୱେ ଲାଇନ୍ ତିଆରିି ହୋଇଛି ତାହା ଶ୍ରୀଲଙ୍କାର ସମୁଦାୟ ରେଲୱେ ଟ୍ରାକ୍ ଠାରୁ ଅଧିକ। ପୁରା ଶ୍ରୀଲଙ୍କାରେ ରେଲୱେ ନେଟୱର୍କ ୧୭ ଶହ କିଲୋମିଟର ହୋଇଥିବାବେଳେ ଓଡ଼ିଶାରେ ତା’ଠାରୁ ଅଧିକ ଲମ୍ବର ରେଲୱେ ଲାଇନ୍ ନିର୍ମାଣ କରାଯାଇଛି। ଏହା ସବୁଠୁ ବଡ଼ ଉପଲବ୍ଧି’।

    ‘ଏବେ ଡବଲ ଇଞ୍ଜିନ ସରକାର ସମୟରେ ଓଡ଼ିଶାରେ ରେଲୱେର ଆହୁରି ବିକାଶ ହେବ। କାରଣ ପୂର୍ବରୁ ଟ୍ରାକ୍ ନିର୍ମାଣ ପାଇଁ ଜମି ମିଳିବାରେ ଭାରି ସମସ୍ୟା ହେଉଥିଲା ତେଣୁ କାମ କରିବାରେ ବିଳମ୍ବ ହେଉଥିଲା। ଏବେ ମୋହନ ଚରଣ ମାଝୀଙ୍କ ସରକାର ସହ ରାଜ୍ୟରେ ରେଲୱେ ଆହୁରି ବିକାଶର ଧାରା ଜୋରସୋରରେ ଆଗେଇବ। ଆଗାମୀ ୫ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହଯୋଗରେ ଓଡ଼ିଶାକୁ ସର୍ବାଧିକ ୧ ଲକ୍ଷ କୋଟ ଟଙ୍କାର ପ୍ରୋଜେକ୍ଟ ଆସିବ , ଓଡ଼ିଶା ରେକର୍ଡ କରିବ ଇତିହାସ ରଚିବ। ଏହାସହ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ୨୫ ଜିଲ୍ଲାରୁ ପାଇଁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ। ୧୦ ବର୍ଷ ତଳେ ରଥଯାତ୍ରା ସମୟରେ ପୁରୀକୁ ୮୯ଟି ଟ୍ରେନ ଚାଲୁଥିବାବେଳେ ଏବେ ଏହା ୩୧୫ରେ ପହଞ୍ଚିଛି।

    ଏହାପରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି କ୍ଷେତ୍ରରେ ଯୁବକଙ୍କୁୁ ସୁଯୋଗ ଦିଆଯିବା ଉପରେ ଆଲୋକପାତ କରିଥିଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ କହିଛନ୍ତି, ‘ଓଡ଼ିଶାରେ ବିରାଟ ବଡ଼ ଇଲେକ୍ଟ୍ରୋନିକ୍ସ ମ୍ୟାନ୍ୟୁଫ୍ୟାକଚରିଙ୍ଗ କ୍ଲଷ୍ଟର ନିର୍ମାଣ ହେବ। ଏଥିପାଇଁ ପୂର୍ବରୁ ମୋଦୀ ସରକାର ଅର୍ଥ ମଂଜୁରୀ କରି ରଖିଛନ୍ତି। ଏହାଦ୍ୱାରା ରାଜ୍ୟର ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ନିଜର କର୍ତ୍ତବ୍ୟନିଷ୍ଠା ସହ ବିଜେପି ଆଗାମୀ ୫୦ ବର୍ଷ ଯାଏଁ ଓଡ଼ିଶାର ସେବା କରିବ, ଏହା ଆମ ସମସ୍ତଙ୍କର ପ୍ରାର୍ଥନା’ କହି ନିଜ ବକ୍ତବ୍ୟ ଶେଷ କରିଥିଲେ ଅଶ୍ୱିନୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    90 %
    2.2kmh
    100 %
    Sat
    31 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ