Tuesday, September 8, 2026
29.8 C
Odisha

    ଟସ୍ ଜିତିଲା ଶ୍ରୀଲଙ୍କା, ପ୍ରଥମେ ବୋଲିଂ ନିଷ୍ପତ୍ତି, ଟିମ୍ ଇଣ୍ଡିଆର ବ୍ୟାଟିଂ ଆରମ୍ଭ

    ଆଗକୁ ପଢନ୍ତୁ

    କଲମ୍ବୋ: ଶ୍ରୀଲଙ୍କା ଏବଂ ଟିମ୍ ଇଣ୍ଡିଆ ପ୍ରଥମ ଟି-୨୦ରେ ମୁହାଁମୁହିଁ ହୋଇଛନ୍ତି। ପାଲ୍ଲେକେଲେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କା ଦଳର ଅଧିନାୟକ ଚାରିଥ୍ ଆଶାଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟିମ୍ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି।

    ଟିମ୍ ଇଣ୍ଡିଆ ସ୍କ୍ବାଡ୍‌ରେ ସୂର୍ଯ୍ୟକୁମାର ଯାଦବ (ଅଧିନାୟକ) , ଋଷଭ ପନ୍ତ (ୱିକେଟ କିପର) , ଶୁଭମାନ ଗିଲ , ଯଶସ୍ୱୀ ଜୟସ୍ବାଲ , ହାର୍ଦ୍ଦିକ ପାଣ୍ଡ୍ୟା , ରିଙ୍କୁ ସିଂ , ୱାଶିଂଟନ୍ ସୁନ୍ଦର , ଆକ୍ଷର ପଟେଲ , ରବି ବିଶ୍ନୋଇ , ଅର୍ଶଦୀପ ସିଂ , ମହମ୍ମଦ ସିରାଜ , ସଞ୍ଜୁ ସାମସନ୍ , ରିୟାନ୍ ପରାଗ , ଖଲିଲ ଅହମ୍ମଦ, ଶିବମ୍ ଦୁବେ ପ୍ରମୁଖ ରହିଛନ୍ତି।

    ସେହିପରି ଶ୍ରୀଲଙ୍କା ସ୍କ୍ବାଡ୍‌ରେ କୁସାଲ ମେଣ୍ଡିସ୍ (ୱିକେଟ କିପର) , ଚାରିଥ ଆଶାଲଙ୍କା (ଅଧିନାୟକ) , ପୃଥମ୍ ନିସଙ୍କା , ଅଭିସ୍କା ଫର୍ଣ୍ଣାଣ୍ଡୋ , ଦାସୁନ୍ ଶାନାକା , କାମିଣ୍ଡୁ ମେଣ୍ଡିସ୍ , ୱାନିଣ୍ଡୁ ହାସାରଙ୍ଗା , ମହେଶ ଥିଶାନା , ଦିଲଶାନ୍ ମଧୁଶଙ୍କା , ମାଥେଶା ପାଥିରାନା , ବିନୁରା ଫର୍ନାଣ୍ଡୋ , ଦୀନେଶ ଚାନ୍ଦିମାଲ୍ , କୁସାଲ ପେରେରା , ଆଶିଷ୍ଠ ଫେର୍ଣ୍ଣାଡୋ, ଦୁନିଥ ୱେଲେଗା, ଚାମିନ୍ଦୁ ବିକ୍ରମସିଂଘେ ପ୍ରମୁଖ ଅଛନ୍ତି। ସୂଚନାଯୋଗ୍ୟ, ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ ୩ ଟି-୨୦ ସିରିଜ୍ ଏବଂ ୩ଟି ଏକ ଦିବସୀୟ ମ୍ୟାଚ୍ ଖେଳିବ।

    ଭାରତ ଶ୍ରୀଲଙ୍କା ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ :

    ୨୭ ଜୁଲାଇ – ପ୍ରଥମ ଟି-୨୦ (ପଲ୍ଲେକେଲେ)

    ୨୮ ଜୁଲାଇ – ୨ୟ ଟି-୨୦ (ପଲ୍ଲେକେଲେ)

    ୩୦ ଜୁଲାଇ – ତୃତୀୟ ଟି-୨୦(ପଲ୍ଲେକେଲେ)

    ୨ ଅଗଷ୍ଟ – ପ୍ରଥମ ଏକଦିବସୀୟ (କଲମ୍ବୋ)

    ୪ ଅଗଷ୍ଟ – ୨ୟ ଏକଦିବସୀୟ (କଲମ୍ବୋ)

    ୭ ଅଗଷ୍ଟ – ତୃତୀୟ ଏକଦିବସୀୟ (କଲମ୍ବୋ)

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.8 ° C
    29.8 °
    29.8 °
    73 %
    3.3kmh
    96 %
    Tue
    29 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ