Friday, January 3, 2025
15.4 C
Odisha

    ହାର୍ଟ ସମ୍ବନ୍ଧୀୟ ରୋଗ ସହ ଓଜନ କମ୍ କରିବାକୁ ଚାହୁଁଛନ୍ତି କି ? ପ୍ରତ୍ୟେକ ଦିନ ପିଅନ୍ତୁ ଅଁଳା ପାଣି

    ଆଗକୁ ପଢନ୍ତୁ

    ସୁସ୍ଥ ଜୀବନ ଜାପନ କରିବା ପାଇଁ ସମସ୍ତେ ଚାହିଁଥାନ୍ତି । ହେଲେ ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ ସମସ୍ୟା ବେସ୍ ବଢ଼ିଚାଲିଛି । ସ୍ୱାସ୍ଥ୍ୟ ଅସୁସ୍ଥତାକୁ ନେଇ ପ୍ରାୟ ଅଧିକାଂଶ ଲୋକ ଚିନ୍ତାରେ ପଡୁଛନ୍ତି । କାରଣ ସ୍ୱାସ୍ଥ୍ୟ ଯଦି ଖରାପ ହୁଏ ତେବେ ଶରୀର ବହୁତ ଦୁର୍ବଳ ହୋଇଯିବ । ଏହା ସହ କୌଣସି କାମ କରିବାକୁ ମଧ୍ୟ ସମର୍ଥ ହେବ ନାହିଁ । ଖାସ୍ କରି ବର୍ତ୍ତମାନ ଚାଲିଛି ଶୀତ ଋତୁ, ଯାହା ସ୍ୱାସ୍ଥ୍ୟକୁ ଖରାପ କରିଦିଏ ଏବଂ ଅନେକ ରୋଗରେ ମଧ୍ୟ ଆକ୍ରାନ୍ତ ହେବାକୁ ପଡିଥାଏ । ଯେମିତିକି ଶୀତ ଦିନରେ ଥଣ୍ଡା, କାଶ, ଆଣ୍ଠୁଗଣ୍ଠୀ ବିନ୍ଧା ଇତ୍ୟାଦି ସମସ୍ୟା ହୋଇଥାଏ । ଏହା ସହ ହାର୍ଟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଉପୁଜିଥାଏ । ଯଦି ଆପଣ ନିଜକୁ ସୁସ୍ଥ ରଖିବାକୁ ଚାହୁଛନ୍ତି ତେବେ ଆପଣଙ୍କୁ ଏକ ଫଳ ବିଷୟରେ କହିବୁ, ଯାହାକୁ ଖାଇଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ । ତେବେ ଆସନ୍ତୁ ଜାଣିବା ସେହି ଫଳର ନାମ କ’ଣ?

    ସେହି ଫଳଟିର ନାମ ହେଉଛି ଅଁଳା । ଏହା ଅନେକ ସମସ୍ୟରେୁ ମୁକ୍ତି ଦେଇଥାଏ । ଯଦି ଆପଣଙ୍କର ହାର୍ଟ ସମସ୍ୟା, ୟୁମ୍ୟୁନ୍ ସିଷ୍ଟମ୍ ଏବଂ ନିଜର ଓଜନ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି ତେବେ ଆପଣ ନିୟମିତ ଭାବରେ ଅଁଳା ଖାଆନ୍ତୁ । ଆର୍ୟୁବେଦ ଅନୁଯାୟୀ, ଅଁଳା ସହିତ ଅଁଳା ପାଣି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭ ଦାୟକ ହୋଇଥାଏ । ଯଦି ଆପଣ ନିୟମତି ଭାବରେ ଅଁଳା ପାଣି ପିଅନ୍ତି ତେବେ ଅନେକ ସମସ୍ୟା ଦୂର ହେବ । ଏହା ସହ ଖାଲି ସ୍ୱାସ୍ଥ୍ୟ ସମସ୍ୟା ନୁହେଁ ବରଂ କେଶ ପାଇଁ ମଧ୍ୟ ବହୁତ ଲାଭ ଦାୟକ ହୋଇଥାଏ ଏହି ଅଳାଁ ପାଣି । ଆପଣ ଦୈନଦିନ ଖାଦ୍ୟରେ ଅଁଳା ପାଣି ସାମିଲ୍ କରିବା ଦ୍ୱାରା କେଉଁ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ ଆସନ୍ତୁ ଜାଣିବା ।
    ହାର୍ଟ ସମ୍ବନ୍ଧୀୟ ରୋଗର ଆଶଙ୍କା କମ୍ କରାଏ :

    ଅଁଳା ପାଣିରେ ମିଳୁଥିବା ସମସ୍ତ ଉପାଦାନ ଆପଣଙ୍କ ହାର୍ଟ ସମସ୍ୟାକୁ ମଜବୁତ କରିବାରେ ସାହାଯ୍ୟ କରିବ । ଯଦି ଆପଣଙ୍କର ଗୁରୁତର କିମ୍ବା ସାଂଘାତିକ ହାର୍ଟ ସମ୍ବନ୍ଧୀୟ ରୋଗର ଆଶଙ୍କା କମ୍ କରିବାକୁ ଚହୁଁଛନ୍ତି ତେବେ ଆପଣ ଆପଣଙ୍କର ଦୈନଦିନ ଖାଦ୍ୟରେ ଅଁଳା ଜଳକୁ ସାମିଲ୍ କରିବା ଉଚିତ୍ । କେବଳ ଏତିକି ନୁହେଁ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଅଁଳା ପାଣି ସହାୟକ ହୋଇପାରିବ ।

    ଇମ୍ୟୁନ୍ ସିଷ୍ଟମକୁ ମଜବୁତ୍ ରଖେ :

    ଅଁଳା ପାଣିରେ ଭଲ ପରିମାଣରେ ଭିଟାମିନ୍ ‘ସି’ ମିଳିଥାଏ । ଯାହା ଦ୍ୱାରା ଇମ୍ୟୁନ୍ ସିଷ୍ଟମ୍ ମଜବୁତ୍ ରହିଥାଏ । ଶୀତଦିନେ ବାରମ୍ବାର ଅସୁସ୍ଥ ନହେବା ପାଇଁ ଅଁଳା ପାଣି ପିଇବା ଅଭ୍ୟାସ୍ କରନ୍ତୁ । ଏହା ସହ ପେଟ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂର କରିବରାରେ ସାହାଯ୍ୟ କରିବ ।

    ଓଜନକୁ କମ୍ କରେ :

    ଅଧିକାଂଶ ଲୋକେମାନେ ନିଜର ଓଜନ ବଢିବାକୁ ନେଇ ବହୁତ ଟେନସନରେ ରହୁଛନ୍ତି । ଏହା ସହ ବହୁ ପ୍ରକାର ପରିଶ୍ରମ ମଧ୍ୟ କରୁଛନ୍ତି, ହେଲେ କୌଣସି ଫଳାଫଳ ମିଳୁନାହିଁ । ଯଦି ଆପଣମାନେ ଏହି ଓଜନ ସମସ୍ୟାକୁ ନେଇ ଚିନ୍ତାରେ ରହୁଛନ୍ତି ତେବେ ପ୍ରତ୍ୟେକ ଦିନ ଗୋଟିଏ ଗ୍ଲାସ୍ ଅଁଳା ପାଣି ପିଅନ୍ତୁ । ଆପଣଙ୍କ ଶରୀରରେ ଜମା ହୋଇ ରହିଥିବା ଚର୍ବିକୁ ଜଳାଇବାରେ ଅଁଳା ପାଣି ସାହାଯ୍ୟ କରେ । ଅଁଳା ପାଣି ପିଇ ଆପଣଙ୍କ ଶରୀରର ମେଟୋବୋଲିଜିମକୁ ବଢ଼ାଇପାରିବେ । ଏଥି ସହ ଔଷଧୀୟ ଗୁଣରେ ଭରପୂର ରହିଥାଏ ଅଁଳା ପାଣି, ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ ହେବ ।

    ଯଦି ଆପଣ ଏହି ପରି ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ତେବେ ପ୍ରତ୍ୟେକ ଦିନ ଅଁଳା ପାଣି ପିଇବା ଅଭ୍ୟାସ କରନ୍ତୁ, ଦେଖିବେ ଆପଣଙ୍କର ସମସ୍ତ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    15.4 ° C
    15.4 °
    15.4 °
    37 %
    1kmh
    81 %
    Fri
    28 °
    Sat
    28 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ