Sunday, October 4, 2026
24.3 C
Odisha

    ପାଣ୍ଡିଆନଙ୍କୁ ନୁହେଁ, ବିଜେଡିର ପରାଜୟ ପାଇଁ ଦୋଷ ଦେବାର ଅଛି ତ ନବୀନ ପଟ୍ଟନାୟକଙ୍କୁ ଦିଅ: ଦେବାଶିଷ ସାମନ୍ତରାୟ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଅମର ଶତପଥୀ ଓ ପ୍ରସନ୍ନ ପାଟଶାଣୀଙ୍କ ବିସ୍ପୋରକ ବୟାନ ଉପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ‘ପାଣ୍ଡିଆନ ଆମ ନେତା ନୁହନ୍ତି। ବିଜେଡିର ପରାଜୟ ପାଇଁ ଦୋଷ ଦେବାର ଅଛି ତ ନବୀନ ପଟ୍ଟନାୟକଙ୍କୁ ଦିଅ। ପ୍ରସନ୍ନ ପାଟ୍ଟଶାଣୀ ଏଥର ଟିକେଟ ପାଇଲେ ନାହିଁ ବୋଲି ଏବେ ଏମିତି କହୁଛନ୍ତି। ପ୍ରସନ୍ନ ପାଟ୍ଟଶାଣିଙ୍କୁ ଦଳ ପୂର୍ବରୁ ଅନେକ ଥର ସାଂସଦ କରିଛି, ବହୁତ ଫାଇଦା ସେ ଦଳରୁ ପାଇଛନ୍ତି। ବିଜେଡିରୁ ଏବେ ଯିଏ ଛାଡ଼ି ଚାଲିଗଲେ ବି ଫରକ ପଡିବ ନାହିଁ ।

    ଦେବାଶିଷ ସାମନ୍ତରାୟ ଆହୁରି କହିଛନ୍ତି, ଅମର ଶତପଥୀ ବାରମ୍ବାର ଦଳ ପରିବର୍ତ୍ତନ କଲେ ତାଙ୍କ ଭୋଟର ହିଁ ତାଙ୍କୁ ଭଲ ନଜରରେ ଦେଖିବେ ନାହିଁ। ପୂର୍ବରୁ ଏନସିପିରେ ଥିଲା ବେଳେ ବି ସେ ବିଜେଡି ବିରୁଦ୍ଧରେ କହୁଥିଲେ। ପୁଣି କେମିତି ବିଜେଡକୁ ଫେରିଥିଲେ।

    ପୂର୍ବରୁ ବିଜେଡି ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରିଥିଲେ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣି ଓ ଅମର ଶତପଥୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ