ଭୁବନେଶ୍ବର: ଗତ ସାଧାରଣ ନିର୍ବାଚନରେ ଇଭିଏମ୍ ଜାଲିଆତି ନେଇ ଅଭିଯୋଗ କରିଛି ବିଜେଡି | ଏନେଇ ବିଜେଡି ସାଂସଦମାନେ ଗତକାଲି ନିର୍ବାଚନ କମିଶନ ଅଫ ଇଣ୍ଡିଆଙ୍କୁ ଭେଟିଥିଲେ | ବିଭିନ୍ନ ନିର୍ବାଚନ ମଣ୍ଡଳୀର ଉଦାହରଣ ଦେଇ ଅଭିଯୋଗ କରିଛି ବିଜେଡି | ଏନେଇ ବିଧାୟକ ଅରୁଣ ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନିର୍ବାଚନ ପରେ ଓଡ଼ିଶାରେ ୩୮ହଜାର ବୁଥରେ ଦଳ ତରଫରୁ ଜିଲ୍ଲାପାଳମାନଙ୍କୁ ତଥ୍ୟ ମାଗିଲୁ, କିନ୍ତୁ ସେମାନେ ଦେଲେ ନାହିଁ | ଏହା ସର୍ବସାଧାରଣ ତଥ୍ୟ, କିନ୍ତୁ ଦେଲେ ନାହିଁ | ଅନୁଭବ କଲୁ ରାଜ୍ୟ ସରକାର ଅଲିଖିତ ନିର୍ଦ୍ଦେଶ ଦେଇଛନ୍ତି | ଛଅ ମାସ ଭିତରେ ଅସଂଗତି ଦେଖିଲୁ | କିଛି ବୁଥ ରେ ଅସଂଗତି ଅଛି | ଛଅ ମାସ ଧରି ରିସର୍ଚ୍ଚ କରିଛୁ | ନିର୍ବାଚନ କମିଶନରଙ୍କୁ ପ୍ରଶ୍ନ ସାଟିଫାଇଡ୍ କପି ମାଗିଲେ କାହିଁକି ଦେଉନାହାନ୍ତି | ନିର୍ବାଚନ ବେଳେ ସନ୍ଧ୍ୟା ୫ଟାରେ କ୍ଲୋଜ ଅଫ ପୋଲ ହୁଏ ଏବଂ ରାତି ୧୧ଟା ୪୫ରେ ଏଣ୍ଡ ଅଫ ପୋଲ ହୁଏ | ଦୁଇ ଦିନ କାହିଁକି ସମୟ ନେଲେ କହିବା ପାଇଁ | ସନ୍ଧ୍ୟା ୫ଟାରେ ଯେତିକି ଡାଟା ଦେଖେଇଲେ ରାତି ୧୧ଟା ୪୫ରେ ଡାଟା ଭିନ୍ନ ଆସିଲା | ଗୋଟିଏ ଗୋଟିଏ ବୁଥରେ ଭୋଟ ବଢୁଛି ତ କମୁଛି | ଏହି ଅସଂଗତି ପାଇଁ ଦାୟୀ କିଏ |
ଜାଲିଆତି ଫଳାଫଳରେ ଯିଏ ଜିତେ ସିଏ ଜାଲିଆ ଦଳ | ଆମ ସାଂସଦମାନେ ନିର୍ବାଚନ କମିଶନରଙ୍କୁ ଭେଟି ସ୍ୱଚ୍ଛତା, ବୈଧ୍ୟତା ଓ ନିରେପେକ୍ଷତା ପ୍ରକାଶ କରିବାକୁ ଅନୁରୋଧ କଲେ। କିନ୍ତୁ ବିଜେପି କାହିଁକି ଚିହିଁକି ଉଠିଲା | ଓଡ଼ିଶାର ଲୋକ କହୁଥିଲେ ନବୀନ ପୁଣି ସରକାର କରିବେ | ସାଧାରଣ ଲୋକଙ୍କ ଭିତରେ ପ୍ରଶ୍ନ ଏମିତି କେମିତି ହେଲା | ଲୋକେ କହୁଛନ୍ତି ବିଜେଡି ହାରିବା କଥା ନୁହଁ | ଏହା ଓଡ଼ିଶାବାସୀଙ୍କ ମନରେ ଦ୍ୱନ୍ଦ୍ୱ ଓ ସନ୍ଦେହ ସୃଷ୍ଟି କରିଛି | ଏହାର ସ୍ପଷ୍ଟୀକରଣ ପାଇଁ ଆମେ ଭେଟିଛୁ |