Friday, October 2, 2026
22.9 C
Odisha

    ଚିଟଫଣ୍ଡ ଠକେଇର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଚିଟଫଣ୍ଡ ଠକେଇର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଥରେ ନୁହେଁ ବରଂ ଦୁଇ ଦୁଇ ଥର ଚିଟଫଣ୍ଡର ଶିକାର ହୋଇଥିଲେ। ଚିଟଫଣ୍ଡର ଶିକାର ହୋଇଥିବା ନେଇ ନିଜେ କହିଛନ୍ତି ମୁଖ୍ୟମନ୍ତ୍ରୀ। ୧୯୯୦ ଓ ୨୦୦୨ରେ ଚିଟଫଣ୍ଡ ସଂସ୍ଥା ଦ୍ବାରା ଶିକାର ହୋଇଥିଲେ। ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ଠକିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟ ଜମାକାରୀଙ୍କ ଭଳି ମୋହନ ଟଙ୍କା ଯୋଗାଡ଼ କରି ସଂସ୍ଥାରେ ଜମା କରିଥିଲେ। କିନ୍ତୁ ଉଠାଣ ବେଳକୁ ସଂସ୍ଥା ନଥିବା ଜାଣିବାକୁ ପାଇଥିଲେ। ୧୯୮୬ ଆଇନରେ ଅପିଲ କରିଥିଲେ ମଧ୍ୟ ପଇସା ମିଳିନଥିଲା ବୋଲି ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ କହିଛନ୍ତି ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ସ୍ପଷ୍ଟ ହୋଇଛି ଯେ, ଚିଟଫଣ୍ଡ ଠକେଇର ଚେର ବହୁତ ବର୍ଷ ଧରି ଲମ୍ବିଛି। ମୁଖ୍ୟମନ୍ତ୍ରୀଙ୍କ ଭଳି ଅନେକ ଜମାକାରୀ ଚିଟଫଣ୍ଡ ସଂସ୍ଥାରେ ଟଙ୍କା ଜମା କରି ଏବେ ସୁଦ୍ଧା ଟଙ୍କା ଫେରି ପାଇନାହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ