Tuesday, September 8, 2026
25.2 C
Odisha

    ଶୀତରେ ଥରୁଛି ଇସ୍ପାତ ସହର: ୭ଦିନରେ ସର୍ବନିମ୍ନ ତାପମାତ୍ରା ୫.୭ ଡିଗ୍ରିକୁ ଖସିଲା

    ଆଗକୁ ପଢନ୍ତୁ

    ରାଉରକେଲା: ଇସ୍ପାତ ସହରରେ ଶୀତ ଅସହ୍ୟ ହେଲାଣି। ଗତ ସପ୍ତାହେ ହେଲା ରାଜ୍ୟର ସର୍ବାଧିକ ଶୀତୁଆ ସହର ତାଲିକାରେ ରାଉରକେଲା ଶୀର୍ଷରେ ରହୁଛି। ଗତ ୧୨ ତାରିଖରୁ ସହରର ସର୍ବନିମ୍ନ ତାପମାତ୍ରା ରାଜ୍ୟର ଅନ୍ୟ ଜିଲ୍ଲା/ସହର ତୁଳନାରେ ଢ଼େର୍‌ କମ୍‌ ରହିଛି।
    ବି‌ଶେଷକରି ୧୩ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳକୁ ରହିଥିଲା। ଚଳିତବର୍ଷ ଲଗାତାର ଦୁଇଦିନ, ଅର୍ଥାତ୍‌ ୧୬ ଓ ୧୭ ତାରିଖରେ ତାପମାତ୍ରା ସର୍ବନିମ୍ନ ୫.୭ ଡିଗ୍ରି ରହିଥିଲା। ହାଡ଼ଭଙ୍ଗା ଶୀତ ସାଙ୍ଗକୁ କୁହୁଡ଼ି, ଗମନାଗମନ ତଥା ଦୈନନ୍ଦିନ ଜୀବନଯାପନକୁ ବହୁମାତ୍ରାରେ ପ୍ରଭାବିତ କରିଛି। ଗତ ୧୭ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା(ରାଉରକେଲା ବ୍ୟତିତ)ତାପମାତ୍ରା ୮.୬ ଡିଗ୍ରି ରେକର୍ଡ କରାଯାଇଥିଲା। ସର୍ବଦା ଚଳଚଞ୍ଚଳ ତଥା ଯାତ୍ରୀଙ୍କ ଗମନାଗମନ‌ ଯୋଗୁଁ ବ୍ୟସ୍ତବହୁଳ ରିଂ ରୋଡ୍‌ ମଧ୍ୟ ରାତି ୧୦ଟା ପରେ ଖାଁ ଖାଁ ଲାଗୁଛି। ଏତଦ୍‌ବ୍ୟତୀତ ରାତି ୮/୯ଟାରୁ ସକାଳ ୯ଟା ଯାଏ କୁହୁଡ଼ି, ଯାତାୟତକୁ ଏକପ୍ରକାର ଠପ୍‌ କରିଦେଇଛି।

    ଆଗାମୀ ୫ ଦିନ ରାଉରକେଲାରେ ତାପମାତ୍ରା କମ୍‌ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବୁଧବାରଠାରୁ ରବିବାର ପର୍ଯ୍ୟନ୍ତ ସହରର ସର୍ବନିମ୍ନ ତାପମାତ୍ରା ୯/୧୦ ଡିଗ୍ରି‌ ରହିବ ବୋଲି କହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    90 %
    1.5kmh
    96 %
    Tue
    25 °
    Wed
    31 °
    Thu
    30 °
    Fri
    27 °
    Sat
    29 °

    ସମ୍ବନ୍ଧିତ