Sunday, April 12, 2026
36.4 C
Odisha

    ଷ୍ଟ୍ରବେରି ଚାଷ: ଓପିଲିପି ବନ୍ଦ ପରେ ମୁହଁ ଫେରାଇଲେ ବଣ୍ଡା ଜନଜାତି

    ଆଗକୁ ପଢନ୍ତୁ

    ମାଲକାନଗିରି: ବଣ୍ଡାଘାଟି ଜିଲ୍ଲାର ସବୁଠାରୁ ଉଚ୍ଚ ପାହାଡ ଉପରେ ଅବସ୍ଥାପିତ ହୋଇଥିବାରୁ ଏଠାରେ ଶୀତର ପ୍ରକୋପ ସବୁଠାରେ ବେଶୀ ରହିଥାଏ। ଶୀତ ଦିନେ ଏଠାରେ ପାରଦ ୧୦କୁ ପହଞ୍ଚିଯାଇଥାଏ। ତେବେ ଗତବର୍ଷ ଏଠାରେ ଓପିଲିପି ତରଫରୁ ବଣ୍ଡା ଜନଜାତିର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଷ୍ଟ୍ରବେରି ଚାଷ କରିବା ପାଇଁ ଏହି ଜନଜାତିଙ୍କୁ ଉତ୍ସାହିତ କରାଯାଇଥିଲା। ଓପିଲିସି ନିଜେ ଚାଷ ଜମିକୁ ସମତଳ କରିବା ସହ ଏହାର ଚାଷ ପ୍ରଣାଳୀ ବଣ୍ଡା ଜନଜାତିଙ୍କୁ ଶିକ୍ଷା ଦେବା ସହ ଚାଷରେ ସହଯୋଗ କରିଥିଲେ।କିନ୍ତୁ ଏହି ଚାଷ କରିବାକୁ ମୁଦୁଲିପଡା ଗ୍ରାମର ଦୁଇ ଭାଇ ଲକ୍ଷ୍ମଣ ମୁଦୁଲି ଓ ମଙ୍ଗଳୁ ମୁଦୁଲି ବାହାରିଥିଲେ। ଏହା ସଫଳ ହେଲେ ବଣ୍ଡାଘାଟିରେ ଅନ୍ୟ ଗ୍ରାମର ଲୋକେ ମଧ୍ୟ ଏହି ଚାଷ ପ୍ରତି ଆକୃଷ୍ଟ ହେବେ ବୋଲି କୁହାଯାଇଥିଲା। ଚାଷ ହେଲା ଏବଂ ଭଲ ଉତ୍ପାଦନ ମଧ୍ୟ ହେଲା। କିନ୍ତୁ ଓପିଲିପି ବନ୍ଦ ହେବା ପରେ ଏହି ଚାଷ ଠାରୁ ମୁହଁ ଫେରାଇ ନେଇଛନ୍ତି ବଣ୍ଡା ଜନଜାତି। ସେମାନଙ୍କୁ ଆଉ କିଏ ଏହାର ଚାଷ ପ୍ରଣାଳୀ ଏବଂ ଆର୍ଥିକ ସହଯୋଗ କରିବା ପାଇଁ ଆଗେଇ ଆସିଲେ ନାହିଁ।

    ପ୍ରତିବର୍ଷ ସେପ୍ଟେମ୍ବର ବେଳକୁ ଏହି ଚାଷ ଆରମ୍ଭ ହୋଇଥାଏ। ଡିସେମ୍ବର ବେଳକୁ ଭଲ ଉତ୍ପାଦନ ହୋଇଥାଏ। ଏହା ସଫଳ ହେବା ପରେ ବହୁ ଚାଷୀ ଏହି ଚାଷ ପ୍ରତି ଆକୃଷ୍ଟ ମଧ୍ୟ ହୋଇଥିଲେ। କିନ୍ତୁ କେବଳ ଗୋଟିଏ ବର୍ଷ ଚାଷ କରାଯିବା ପରେ ଏବେ ଆର୍ଥିକ ସମସ୍ୟା ଏବଂ ତାଲିମ ଦେବା ପାଇଁ ସରକାରୀ ସଂସ୍ଥା ନଥିବାରୁ ବଣ୍ଡା ଜନଜାତିର ଚାଷୀ ଏହି ଚାଷ ଠାରୁ ଦୁରେଇ ଗଲେ। ଏବେ ବଣ୍ଡାଙ୍କୁ ଷ୍ଟ୍ରବେରି ଚାଷରେ ସରକାର ଭେଳିକି ଦେଖାଇଲେ ବୋଲି କୁହାଯାଇଛି। ଚାଷୀ ଏବେ ଏହି ଚାଷ କରିବାକୁ ଚାହୁଁଥିଲେ ମଧ୍ୟ ଓପିଲିପି ବନ୍ଦ ହେବା ଯୋଗୁଁ ଏହି ଚାଷ ମଧ୍ୟ ବନ୍ଦ ହୋଇଗଲା।ତେବେ ଜିଲ୍ଲାପାଳ ଚାହିଁଲେ ଏହି ଚାଷ ପୁଣି ବଣ୍ଡାଘାଟିରେ ଆରମ୍ଭ ହୋଇପାରିବ ବୋଲି କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.4 ° C
    36.4 °
    36.4 °
    11 %
    1.2kmh
    0 %
    Sun
    39 °
    Mon
    41 °
    Tue
    42 °
    Wed
    44 °
    Thu
    44 °

    ସମ୍ବନ୍ଧିତ