Sunday, October 4, 2026
22.7 C
Odisha

    ଶିକାରୀ ଘରେ ଏସ୍‌ଟିପିଏଫ୍‌ର ଚଢ଼ଉ

    ଆଗକୁ ପଢନ୍ତୁ

    ଯଶିପୁର/ପଦ୍ମପୁର: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ନଅଣା ରେଞ୍ଜର ମକାବାଡ଼ି ଗ୍ରାମର ଜଣେ ଶିକାରୀ ଘରେ ଅଚାନକ ଚଢ଼ଉ କରିଛି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ସୁରକ୍ଷା ବାହିନୀ (ଏସ୍‌ଟିପିଏଫ୍)। ସଂପୃକ୍ତ ଶିକାରୀ ଘରୁ ବାଘ ଖପୁରୀ, ହାଡ଼, ହରିଣ ଖପୁରୀ, ଶିଙ୍ଗ ସମେତ ଶିକାର ସାମଗ୍ରୀ, ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି। ଗିରଫ ଶିକାରୀ ହେଉଛି ମକାବାଡ଼ି ଗ୍ରାମର ଲାଙ୍କା ବଦ୍ରା।
    ଲାଙ୍କା ଉପରେ ଦୀର୍ଘଦିନ ଧରି ଏସ୍‌ଟିପିଏଫ୍‌ ସନ୍ଦେହ କରି ଆସୁଥିଲା। ଶିମିଳିପାଳ ଏସିଏଫ୍‌ ନିକେସ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ଅଚାନକ ତା’ ଘର ଉପରେ ଚଢ଼ଉ କରିଥିଲା ଏସ୍‌ଟିପିଏଫ ଟିମ୍। ଚଢ଼ଉ ବେଳେ ତା’ ଘରୁ କଲରାପତରିଆ ବାଘ ଖପୁରୀ, ମେରୁଦଣ୍ଡ ହାଡ଼, ହରିଣ ଖପୁରୀ ଓ ଶିଙ୍ଗ, ତିନୋଟି ଶିକାରୀ ଫାଶ, ଧନୁତୀର, ଶୁଖିଲା ମାଂସ, ଫାର୍ସା, ବିଷ ଓ ବ୍ୟାଗ୍‌ ଜବତ କରାଯାଇଥିଲା। ଅଭିଯୁକ୍ତକୁ ଗିରଫ କରାଯାଇ ଘଞ୍ଚ ଜଙ୍ଗଲରେ ଥିବା ନଅଣା ରେଞ୍ଜ କମ୍ପାର୍ଟମେଣ୍ଟ ନଂ. ପି୧୭ରେ ଶିକାରସ୍ଥଳକୁ ନିଆଯାଇ ସିନ୍‌ ରିକ୍ରିଏସନ କରାଯାଇଛି। ସେଠାରୁ ମଧ୍ୟ କିଛି ବନ୍ୟଜନ୍ତୁଙ୍କ ହାଡ଼ ଜବତ କରିଛି ଟିମ୍‌। ଏ ନେଇ ନଅଣା ରେଞ୍ଜରେ କେସ୍‌ ନଂବର ୨/୨୪ରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲୁ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ