Saturday, October 3, 2026
24.7 C
Odisha

    ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଚଞ୍ଚକତା କରିଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଖୁବ୍ ଶୀଘ୍ର ରତ୍ନଭଣ୍ଡାର ମରାମତି କରାଯିବ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ ଆହୁରି କହିଛନ୍ତି, ପ୍ରାଥମିକ ଯାଞ୍ଚ ସରିଛି, ଖୁବ ଶୀଘ୍ର ଏଏସଆଇ ମରାମତି ଆରମ୍ଭ କରିବ। ପ୍ରଥମେ ବାହାର ରତ୍ନଭଣ୍ଡାରର କାମ ଆରମ୍ଭ ହେବ। ପରେ ଭିତର ଭଣ୍ଡାର ମରାମତି କାମ ହେବ। ଲେଜର ସ୍କାନିଂ ହେବ କି ନାହିଁ ନିଷ୍ପତ୍ତି ନିଆଯିବ। ମହାପ୍ରଭୁଙ୍କ ରୀତିନୀତିରେ ଯେପରି କୌଣସି ଅସୁବିଧା ନହେବ ତାକୁ ପ୍ରଥମିକତା ଦିଆଯିବ। ସେ ସମ୍ପର୍କରେ ସେବାୟତଙ୍କ ସହ ଆଲୋଚନା ସରିଛି। ଏଣେ ଏସଓପିରେ କିଛି ସଂଶୋଧନ ଦରକାର ଥିଲା, ସେନେଇ ନିଷ୍ପତ୍ତି ହୋଇ ସାରିଛି।ତେଣେ  ରତ୍ନଭଣ୍ଡାର ଚାବି ହଜିବା ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବଡ଼ ବୟାନ ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଚାବି ପ୍ରହେଳିକା ଗତ ସରକାର ବାବୁମାନେ କରିଥିଲେ। ପ୍ରହେଳିକା କରି ରତ୍ନଭଣ୍ଡାର ନ ଖୋଲିବାକୁ ଷଡ଼ଯନ୍ତ୍ର ହୋଇଥିଲା। କିନ୍ତୁ କିଏ ଦାୟୀ, ତାହା ଏଯାଏ ଜଣାପଡ଼ିନାହିଁ । ଏବେ ଏହି ଷଡ଼ଯନ୍ତ୍ରର ଖୁଲାସା ହେବ ଏବଂ ଯେଉଁମାନେ ଚଞ୍ଚକତା କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.7 ° C
    24.7 °
    24.7 °
    83 %
    1.4kmh
    16 %
    Sat
    24 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ