Monday, September 28, 2026
24.7 C
Odisha

    ଦହି ସହ ଚିନି ମିଶାଇ ଖାଉଥିଲେ ସାବଧାନ !

    ଆଗକୁ ପଢନ୍ତୁ

    ସାଧାରଣତଃ କୌଣସି ନୂଆ ଜିନିଷର ଆରମ୍ଭ ବା ଶୁଭକାମ ପୂର୍ବରୁ ଆମେ ଦହିରେ ଚିନି ମିଶାଇ ଖାଇଥାଉ। ଏପରି କରିଲେ ଉକ୍ତ କାମ ସଫଳ ହେବ ବୋଲି ବିଶ୍ୱାସ ରହିଛି। ଦହି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଭଲ। ବହୁତ ଲୋକ ଏଥିରେ ଚିନି ମିଶାଇ ଖାଇବାକୁ ପସନ୍ଦ କରିଥାନ୍ତି। ଯଦି ସବୁବେଳେ ଏପରି ଖାଉଛନ୍ତି,ତେବେ ଏହାର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇପାରେ। ଏହା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇପାରେ। ସେଥିପାଇଁ ପ୍ରତ୍ୟେକ ଦିନ ଦହିରେ ଚିନି ମିଶାଇ ଖାଆନ୍ତୁ ନାହିଁ।

    ଦହି ସହ ଚିନି ମିଶାଇ ଖାଇବାର ପରିଣାମ
    ବଢିଥାଏ ଓଜନ-ଯଦି ଆପଣ ପ୍ରତ୍ୟେକ ଦିନ ଦହିରେ ଚିନି ମିଶାଇ ଖାଉଛନ୍ତି,ତେବେ ଆପଣଙ୍କର ପେଟ ବଢିପାରେ। ଚିନି ଅଧିକ ମାତ୍ରାରେ କ୍ୟାଲୋରି ରହିଥାଏ, ଯାହା ଆପଣଙ୍କର ଓଜନ ଖବ୍ ଶୀଘ୍ର ବଢାଇଥାଏ। ଏହାଦ୍ୱାରା ମୋଟାପଣ ବଢିଥାଏ। ପରେ ଏହି ମୋଟାପଣ ଅନେକ ରୋଗର କାରଣ ହୋଇଥାଏ।

    ମଧୁମେହର ବିପଦ-ଅଧିକ ଚିନି ଖାଇବାଦ୍ୱାରା ଶରୀରରେ ଶର୍କରାର ମାତ୍ରା ବଢିଥାଏ। ଏହାଦ୍ୱାରା ଟାଇପ୍ ୨ ମଧୁମେହର ବିପଦ ରହିଥାଏ। ଦହିରେ ପ୍ରାକୃତିକ ଲାକ୍ଟୋଜ୍ ରହିଥାଏ, ଯାହା ଏକ ପ୍ରକାରର ଶର୍କରା ଅଟେ। ତେବେ ଏଥିରେ ଯଦି ଆପଣ ଚିନି ମିଶାଇ ଖାଉଛନ୍ତି ତେବେ ଶରୀରରେ ଶର୍କରାର ମାତ୍ରା ଖୁବ୍ ଶୀଘ୍ର ବଢିଥାଏ।

    ଟାଣିଆଣେ ହୃଦରୋଗ- ଅଧିକ ମାତ୍ରାରେ ଚିନି ଖାଇବା ଦ୍ୱାରା ରକ୍ତରେ ଟ୍ରାଇଗ୍ଲିସରାଇଡସ ଏବଂ ଅନ୍ୟ ହାନିକାରକ ଫ୍ୟାଟ୍ ବଢିଥାଏ। ଯାହାଦ୍ୱାରା ହୃଦ୍ରୋଗର ବିପଦ ବଢିଥାଏ। ନିଜ ହୃଦୟର ଉତ୍ତମ ସ୍ୱାସ୍ଥ୍ୟପାଇଁ ଦହିରେ ଚିନି ମିଶାଇ ଖାଆନ୍ତୁନାହିଁ।

    ଦାନ୍ତ ସମ୍ୱନ୍ଧୀୟ ରୋଗ- ଦହିରେ ଚିନି ମିଶାଇ ଖାଇବା ଦ୍ୱାରା ଦାନ୍ତ ଖରାପ ହୋଇଥାଏ। ଚିନି ବ୍ୟାକ୍ଟେରିଆର ପ୍ରମୁଖ ସ୍ରୋତ ଅଟେ। ଯାହା ଏସିଡ୍ ଉତ୍ପନ୍ନ କରିଥାଏ ଏବଂ ଦାନ୍ତର କ୍ଷତି କରାଇଥାଏ। ଏହାଦ୍ୱାରା ଦାନ୍ତର ଗହ୍ୱରରେ ଗର୍ତ୍ତ ସୃଷ୍ଟି ହୋଇଥାଏ ଏବଂ ଆହୁରି ଅନେକ ରୋଗ କରାଇ ଦାନ୍ତର କ୍ଷତି କରାଇଥାଏ।

    ପାଚନକ୍ରିୟାରେ ସମସ୍ୟା- ଚିନିର ମାତ୍ରାଧିକ ସେବନ ପାଚନକ୍ରିୟାରେ ସମସ୍ୟା ଆଣିପାରେ। ଏହା କାରଣରୁ ବ୍ଲୋଟିଙ୍ଗ, ଗ୍ୟାସ ଏବଂ ଏସିଡିଟିର ସମସ୍ୟା ଦେଖାଦେଇପାରେ। ସେଥିପାଇଁ ପ୍ରତ୍ୟେକ ଦିନ ମାତ୍ରାଧିକ ଚିନି ଖାଇବା ଅନୁଚିତ। ଏହା ପେଟକୁ ନାନାଦି ରୂପରେ କ୍ଷତି ପହଞ୍ଚାଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ