Saturday, September 26, 2026
28.5 C
Odisha

    ଗ୍ରାମବାସୀ କହିଲେ- ଶୋଇଥିବା ଆଦିବାସୀଙ୍କୁ ଫସାଇଛି ପୁଲିସ

    ଆଗକୁ ପଢନ୍ତୁ

    ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ପୁଲିସ ୮ ଜଣ ନକ୍ସଲକୁ ଗିରଫ କରିଥିବା ଯୁକ୍ତି ବାଢିଛି। ପୁଲିସର ଏହା ବି କହିବା ହେଲା ଯେ ଏହି ମାଓବାଦୀମାନଙ୍କ ଠାରୁ ବିସ୍ଫୋରକ ସାମଗ୍ରୀ ଜବତ କରିଛି, ଯାହାକୁ ସେମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ବ୍ୟବହାର କରିଥାନ୍ତେ। ସୁକମା ପୁଲିସ, ଡିଆରଜି, ସିଆରପିଏଫ, ବସ୍ତର ଫାଇଟରସ୍ ପ୍ରମୁଖ ଯବାନଙ୍କ ଦ୍ବାରା ଏହି ୮ ଜଣ ନକ୍ସଲ ଗିରଫ ହୋଇଥିବା ପୁଲିସ କହିଛି। କିନ୍ତୁ ଅନ୍ୟଦିଗରେ ବେନପୁଲି ଗ୍ରାମବାସୀଙ୍କ କହିବା ହେଲା ପୁଲିସ ଜବରଦସ୍ତ ଏହି ଲୋକମାନଙ୍କ ଘରେ ବିସ୍ଫୋରକ ରଖି ସେମାନଙ୍କୁ ମାଓବାଦୀର ଆଖ୍ୟା ଦେଉଛନ୍ତି।

    ଗ୍ରାମବାସୀ କହିଛନ୍ତି, ରାତିରେ ଶୋଇଥିବା ବେଳେ ପୁଲିସ କର୍ମଚାରୀମାନେ ୧୪ ଜଣ ଲୋକଙ୍କୁ ବଳପୂର୍ବକ ଉଠାଇ ନେଇଥିଲେ। ସେଥିମଧ୍ୟରୁ ୮ ଜଣଙ୍କୁ ନକ୍ସଲ କହି କୋର୍ଟ ଚାଲାଣ କରିଥିବା ଗ୍ରାମବାସୀ କହିଛନ୍ତି। ଗିରଫ ହୋଇଥିବା ନକ୍ସଲମାନଙ୍କ ମଧ୍ୟରୁ ଜଣେ ୧ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲ ରହିଥିବା ପୁଲିସ କହିଛି। ଗିରଫ ହୋଇଥିବା ନକ୍ସଲମାନେ ହେଲେ ମୁଚାକି ଲଖମା(୪୦), କୁଞ୍ଜମ ଦେବା(୩୫), ଉଇକା ହୁର୍ରା(୪୫), କମଲୁ ବିଜ୍ଜା(୪୦), ମୁଚାକି ପାଲା(୩୩), ମଡକମ ସୋନୁ(୪୦), ମୁଚାକି ସୁଦୁରୁ(୨୫), କମଲୁ ଚେତୁ(୨୮)। ଏମାନଙ୍କ ଠାରୁ ୪ଟି ଜିଲୋଟିନ ରାଡ, ୪ ଡିଟୋନେଟର, ବିଦ୍ୟୁତ ତାର, କୋଡେକ୍ସ ତାର, ପେନସିଲ ସେଲ, ୨୦୦ ଗ୍ରାମ ବାରୁଦ, ୪ଟି ଦିଆସିଲି, ୪ଟି ଟାଇଗର ବୋମା ଭଳି ବିସ୍ଫୋରକ ଜବତ କରାଯାଇଥିବା କୁହାଯାଇଛି। ଏମାନଙ୍କୁ ପୁଲିସ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରାଯାଇଥିବା କୁହାଯାଇଛି। ରିମାଣ୍ଡରେ ଅଣାଯାଇ ନକ୍ସଲଙ୍କର ସମସ୍ତ ଗତିବିଧି ଏବଂ ପ୍ଲାନ ବିଷୟରେ ଏମାନଙ୍କ ଠାରୁ ତଥ୍ୟ ଆଦାୟ କରାଯିବ ବୋଲି କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.5 ° C
    28.5 °
    28.5 °
    78 %
    3.4kmh
    68 %
    Sat
    29 °
    Sun
    29 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ