Sunday, September 13, 2026
28.7 C
Odisha

    ସୁଲତାନ ଜୋହର କପ୍‌: ଭାରତୀୟ ଦଳରେ ଓଡ଼ିଶାରୁ ୩

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସୁଲତାନ ଜୋହର କପ୍‌ ହକି ପ୍ରତିଯୋଗିତା ଲାଗି ଭାରତୀୟ କନିଷ୍ଠ ଦଳ ରବିବାର ଘୋଷିତ ହୋଇଛି। ଏହି ୧୮ ଜଣିଆ ଦଳରେ ଓଡ଼ିଶାରୁ ୩ ଜଣ ଖେଳାଳି ଅନମୋଲ ଏକ୍କା, ମୁକେଶ ଟୋପ୍ପୋ, ରୋଶନ କୁଜୁର ସ୍ଥାନ ପାଇଛନ୍ତି। ଦଳର ନେତୃତ୍ବ ଭାର ଅମିର ଅଲ୍ଲୀଙ୍କୁ ମିଳିଥିଲା ବେଳେ ରୋହିତ ଉପଅଧିନାୟକ ଅଛନ୍ତି। ସୁଲତାନ ଜୋହର କପ୍‌ର ଦ୍ବାଦଶ ସଂସ୍କରଣ ମାଲେସିଆରେ ଚଳିତ ମାସ ୧୯ରୁ ୨୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଭାରତ ଉଦ୍‌ଘାଟନୀ ଦିବସରେ ଜାପାନ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ୨୦ରେ ଗ୍ରେଟ୍‌ବ୍ରିଟେନ୍‌, ୨୨ରେ ମାଲେସିଆ, ୨୩ରେ ଅଷ୍ଟ୍ରେଲିଆ, ୨୫ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ‌ଲିଗ୍‌ ମ୍ୟାଚ୍‌ ଖେଳିବ। ଗ୍ରୁପ୍‌ ପର୍ଯ୍ୟାୟର ‌ଶୀର୍ଷ ଦୁଇ ଦଳ ୨୬ ତାରିଖ ଫାଇନାଲ୍‌ରେ ମୁହାଁମୁହିଁ ହେବେ।
    ଭାରତୀୟ ଦଳ: ଗୋଲରକ୍ଷକ-ବିକ୍ରମଜିତ ସିଂହ, ଅଲ୍ଲୀ ଖାନ, ଡିଫେଣ୍ଡର-ଅମିର ଅଲ୍ଲୀ, ତାଲେମ ପ୍ରିୟବର୍ତ, ଶର୍ଦାନନ୍ଦ ତିୱାରୀ, ସୁଖବିନ୍ଦର, ଅନମୋଲ ଏକ୍କା, ରୋହିତ, ମିଡ୍‌ଫିଲ୍ଡର-ଅଙ୍କିତ ପାଲ, ମନମୀତ ସିଂହ, ରୋଶନ କୁଜୁର, ମୁକେଶ ଟୋପ୍ପୋ, ଚନ୍ଦନ ୟାଦବ, ଫରୱାର୍ଡସ-ଗୁରଜୋଟ ସିଂହ, ସୌରଭ ଆନନ୍ଦ କୁଶୱା, ଦିଲରାଜ ସିଂହ, ଅର୍ଶଦୀପ ସିଂହ, ମହମ୍ମଦ କୋନୈ ଡାଡ୍‌।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ