Sunday, September 27, 2026
24.7 C
Odisha

    NEET-UG ପରୀକ୍ଷା ବିବାଦ; ଜରୁରୀ ଶୁଣାଣି ପାଇଁ କେନ୍ଦ୍ରୀୟ ସଂସ୍ଥା କରିଥିବା ଆବେଦନ ଖାରଜ

    ଆଗକୁ ପଢନ୍ତୁ

    ମେଡିକାଲ ପ୍ରବେଶିକା ପରୀକ୍ଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ଓ ସିବିଆଇର ଆବେଦନ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ପରୀକ୍ଷାରେ ହୋଇଥିବା ଅନିୟମିତତା ଅଭିଯୋଗ ଉପରେ ତଦନ୍ତ ପାଇଁ ଇଡି ଓ ସିବିଆଇ ଜରୁରୀ ଶୁଶାଣି କରିବାକୁ ଆବେଦନ କରିଥିଲେ, ଯାହାକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।

    ଜୁଲାଇ 8ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ସମୟରେ ଆବେଦନକାରୀଙ୍କୁ ସେମାନଙ୍କ ମତାମତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

    ପ୍ରକାଶ ଥାଉକି, NEET-UG ପରୀକ୍ଷା ଅନିୟମିତତା ବିବାଦ ଓ  ଅର୍ଥ ହେରଫେର ଅଧିନିୟମ (PMLA) ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଏବଂ କ୍ରାଇମବ୍ରାଞ୍ଚ ବ୍ୟୁରୋ ଅଫ୍ ଇଣ୍ଡିଆ(CBI) ପକ୍ଷରୁ ଏହି ଆବେଦନ କରାଯାଇଥିଲା, ଯାହାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।

    ଦେଶ ଭରି ନିଟ୍ ପରୀକ୍ଷାକୁ ନେଇ ଚାଲିଥିବା ବିବାଦ ଉପରେ ଜୁନ୍ ୨୦ରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ। ଏହଗାକୁ ନେଇ ବିଭିନ୍ନ କୋର୍ଟରେ ଥିବା ବିଚାରାଧୀନ ମାମଲାକୁ ସ୍ଥଗିତ ରଖି ସମସ୍ତ ଆବେଦନ ଉପରେ ଜୁଲାଇ ୮ରେ ଶୁଣାଣି ହେବା ନେଇ ନିର୍ଦ୍ଦେଶ ଦେଇଥିଲେ। ଏହାପୂର୍ବରୁ ଇଡି ଓ ସିବିଆଇ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ହେଁ ନିରାଶ ହେବାକୁ ପଡ଼ିଛି।

    ପ୍ରକାଶ ଥାଉକି, ମେ ୫ରେ ନିଟ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଲାଗି ରହିଛି ବିବାଦ। ୬୭ ଜଣ ପରୀକ୍ଷାର୍ଥୀ  ୭୨୦ରୁ ୭୨୦ ମାର୍କ ରଖିଥିବାରୁ ବିବାଦ ଆରମ୍ଭ ହୋଇଥିଲା। ଭୁଲ ପ୍ରଶ୍ନ ପତ୍ର ଓ ବିଳମ୍ବରେ ପ୍ରଶ୍ନପତ୍ର ପାଇଁ ମଧ୍ୟ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି କିଛି ପିଲାଙ୍କୁ ଗ୍ରେସ ମାର୍କ ଦେଇଥିଲା। ବହୁ ସଂଖ୍ୟକ ପିଲା ରାଙ୍କ ୧ରେ ରହିବା ଏବଂ ଶତପ୍ରତିଶତ ମାର୍କ ରଖିଥିବାରୁ ପକ୍ଷୀରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    89 %
    1.4kmh
    0 %
    Sun
    25 °
    Mon
    30 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ