Wednesday, October 7, 2026
27.2 C
Odisha

    ଅନୀଲ ଅମ୍ବାନୀଙ୍କୁ ଇଡି ଝଟ୍‌କା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   : ବିଶିଷ୍ଠ ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ଇଡି ଝଟକା ଲାଗିଛି। ଦେଶର ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ପାଇଁ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ) ଅଧୀନରେ ଆଟାଚମେଣ୍ଟ ଆଦେଶ ଜାରି କରାଯାଇଛି। ଭୁବନେଶ୍ୱର ସମେତ ନଭି ମୁମ୍ବାଇ, ଚେନ୍ନାଇ, ପୁନେରେ ଥିବା ସମ୍ପତ୍ତି ଗୁଡିକୁ ଇଡି ଆଟାଚ୍ କରିଛି। ପ୍ରାୟ
    ୧୪ ଶହ ୫୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଆଟାଚ୍ କଲା ଇଡି। ବର୍ତ୍ତମାନ ସୁଦ୍ଧା ଇଡି ଆଟାଚ୍ କଲାଣି ୯ ହଜାର କୋଟି ଟଙ୍କାର ସମ୍ପତ୍ତି।

    ସୂଚନାଯୋଗ୍ୟ, ଅକ୍ଟୋବର ୩୧ ତାରିଖରେ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ)ର ଧାରା ୫(୧) ଅନୁଯାୟୀ ନିର୍ଦ୍ଦେଶ ଜାରି ହେବା ପରେ ଏଜେନ୍ସି କାର୍ଯ୍ୟାଳୟ ପରିସର, ଆବାସିକ ୟୁନିଟ୍ ଏବଂ ଜମି ପାର୍ସଲ ସମେତ ଏହି ସମ୍ପତ୍ତି ଗୁଡ଼ିକୁ ଆଟାଚ୍ କରିବା ଆରମ୍ଭ କରିଥିଲା। ନଭେମ୍ବର ମାସ ଆରମ୍ଭରେ କେନ୍ଦ୍ରୀୟ ଏଜେନ୍ସି ଅନୀଲ ଅମ୍ବାନୀଙ୍କ ସହ ଜଡିତ ପ୍ରାୟ ୩,୦୮୪ କୋଟି ଟଙ୍କାର ସମ୍ପତ୍ତିକୁ ଆଟାଚ୍ କରିଥିଲା। ମଙ୍ଗଳବାର ଦିନ, ସୁପ୍ରିମକୋର୍ଟ ଅନିଲ ଅମ୍ବାନୀଙ୍କ ଦ୍ୱାରା ପ୍ରୋତ୍ସାହିତ ରିଲାଏନ୍ସ କମ୍ୟୁନିକେସନ୍ସ ଲିମିଟେଡ୍ ଏବଂ ଅନ୍ୟାନ୍ୟ କମ୍ପାନୀଗୁଡ଼ିକ ଦ୍ୱାରା ହୋଇଥିବା ବ୍ୟାଙ୍କ ଠକେଇ ମାମଲାର କୋର୍ଟ-ତଦାରଖରେ ତଦନ୍ତ ପାଇଁ ଏକ ଆବେଦନ ଉପରେ ଏକ ନୋଟିସ୍ ଜାରି କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ