Sunday, October 4, 2026
24.3 C
Odisha

    ନାଗରିକତା ନିୟମର ଧାରା ‘୬କ’କୁ ବୈଧ ଘୋଷଣା କଲେ ସୁପ୍ରିମ୍‌କୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନାଗରିକତା ନିୟମର ଧାରା ‘୬କ’କୁ ସୁପ୍ରିମ୍‌କୋର୍ଟ ବୈଧ ଘୋଷଣା କରିଛନ୍ତି। ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୁଡ଼ଙ୍କର କହିବା କଥା ହେଲା ୬କ ସେହି ଲୋକମାନ୍‌ଙ୍କୁ ନାଗରିକତା ପ୍ରଦାନ କରୁଛି ଯେଉଁମାନେ ସମ୍ବିଧାନିକ ପ୍ରାବଧାନ ଅନ୍ତର୍ଗତ ନୁହନ୍ତି।

    ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ୪:୧ ବହୁମତ ଆଧାରରେ ଏହି ନିଷ୍ପିତ୍ତି ନେଇଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼, ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ, ଏମ୍‌ଏମ୍‌ ସୁନ୍ଦ୍ରେଶ, ଜେବି ପାର୍ଦିୱାଲ୍‌ ଏବଂ ମନୋଜ ମିଶ୍ରଙ୍କୁ ନେଇ ଏହି ଖଣ୍ଡପୀଠ ଗଠିତ ହୋଇଥିଲା। ଏହି ଖଣ୍ଡପୀଠ‌ରେ ୪ ଜଣ ଧାରା ‘୬କ’ର ସମର୍ଥନରେ ମତ ରଖିଥିବା ବେଳେ ଜ‌ଷ୍ଟିସ୍‌ ଜେବି ପାର୍ଦିୱାଲ୍‌ ବିରୋଧରେ ଯାଇଥିଲେ।

    ଗତ ବର୍ଷ ଡିସେମ୍ବର ୧୨ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରାମଣି, ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, ବରିଷ୍ଠ ଆଡଭୋକେଟ ଶ୍ୟାମ ଦିୱାନ୍‌, କପିଲ ସିବଲ ଏବଂ ଅନ୍ୟମାନଙ୍କ ଦାଖଲ ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ।

    ଏହି ମାମଲାର ଶୁଣାଣି କରି ‌ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ‘‘ଯେଉଁ ବାଂଲାଦେଶୀମାନେ ଜାନୁୟାରୀ ୧୯୬୬ ମସିହା ଜାନୁଆରି ପହିଲାରୁ ନେଇ ୧୯୭୧ ମସିହା ୨୫ ତାରିଖ ପୂର୍ବରୁ ଆସାମକୁ ଆସିଥିଲେ ସେମାନେ ଧାରା ୧୮ ଅନୁଯାୟୀ ନିଜର ପଞ୍ଜିକରଣ କରିବେ। ସେ ସମୟରେ ବାଂଲାଦେଶୀମାନଙ୍କୁ ନାଗରିକତା ପ୍ରଦାନ ପାଇଁ ୧୯୭୧ ମସିହା ମାର୍ଚ୍ଚ ୨୫କୁ ଶେଷ ତାରିଖ ଘୋଷଣା କରାଯାଇଥିଲା।

    ତେବେ ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟ ଏହା ଶୁଣାଣି କରିଛନ୍ତି ଯେ ‘୬କ’ ସେହି ଲୋକମାନଙ୍କୁ ନାଗରିକତା ପ୍ରଦାନ କରିବ ଯେଉଁମାନେ କି ୧୯୬୬ ମସିହା ଜାନୁଆରି ପହିଲା ପୂର୍ବରୁ ପ୍ରବାସିତ ହୋଇଥିଲେ। ଏହିପ୍ରକାର ଏହା ସେହି ଲୋକମାନଙ୍କୁ ନାଗରିକତା ପ୍ରଦାନ କରିବ ଯେଉଁମାନେ ଅନୁଚ୍ଛେଧ ୬ ଓ ୭ ଅଧୀନରେ ନାହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ