Monday, October 5, 2026
24.7 C
Odisha

    ଇଲେକ୍ଟୋରାଲ ବଣ୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ । ଜାଣନ୍ତୁ କ’ଣ ଏହି ନିର୍ବାଚନୀ ବଣ୍ଡ୍

    ଆଗକୁ ପଢନ୍ତୁ

    ଇଲେକ୍ଟୋରାଲ ବଣ୍ଡର ବୈଧତାକୁ ନେଇ ସୁପ୍ରିମକୋର୍ଟରେ ମୋଟ ୪ଟି ପିଟିସନ ଦାଖଲ କରାଯାଇଥିଲା । ଅଦାଲତ ଗତ ବର୍ଷ ଅକ୍ଟୋବରରେ ଏହି ମାମଲାର ଶୁଣାଣି କରି ନଭେମ୍ବରରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ଇଲେକ୍ଟୋରାଲ ବଣ୍ଡ ସ୍କିମକୁ ଚ୍ୟାଲେଞ୍ଜ କରୁଥିବା ପିଟିସନ୍ ଉପରେ ରାୟ ଶୁଣାଇ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ କହିଛନ୍ତି, ବଣ୍ଡର ଗୋପନୀୟତା ବଜାୟ ରଖିବା ଅସାମ୍ବିଧାନିକ । ଏହି ଯୋଜନା ସୂଚନା ଅଧିକାରର ଉଲ୍ଲଂଘନ କରୁଛି । ଇଲେକ୍ଟୋରାଲ ବଣ୍ଡ ଯୋଜନା ଧାରା ୧୯୧(କ) ଅନୁଯାୟୀ ଜାଣିବାର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି। ତେବେ ସବୁ ଡୋନେସନ୍ ସରକାରୀ ନିୟମକୁ ପ୍ରଭାବିତ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ତେଣୁ ମାର୍ଚ୍ଚ ୬ ତାରିଖ ମଧ୍ୟରେ ସମସ୍ତ ରାଜନୈତିକ ଦଳ ଏହାର ସବିଶେଷ ତଥ୍ୟକୁ ସାର୍ବଚନୀନ କରିବାକୁ ବାଧ୍ୟ ।ଇଲେକ୍ଟୋରାଲ ବଣ୍ଡ ବଣ୍ଡ ସ୍କିମ୍ ଅସାମ୍ବିଧାନିକ ।
    ଇଲେକ୍ଟୋରାଲ ବଣ୍ଡ ସ୍କିମ୍ ଆରଟିଆଇର ଉଲ୍ଲଂଘନ ।
    ଆୟକର ଆଇନରେ ୨୦୧୭ ସଂଶୋଧନ (ବଡ଼ ଦାନକୁ ଗୋପନୀୟ ରଖିବା) ଅସାମ୍ବିଧାନିକ।
    ୨୦୧୭ରେ ଜନପ୍ରତିନିଧି ଆଇନରେ ପରିବର୍ତ୍ତନ ମଧ୍ୟ ଅସାମ୍ବିଧାନିକ।
    ସଂଶୋଧନ ଯୋଗୁଁ କାରବାର ଉଦ୍ଦେଶ୍ୟରେ କରାଯାଇଥିବା ଦାନ ସମ୍ପର୍କରେ ମଧ୍ୟ ସୂଚନା ଲୁଚି ରହିଛି ।
    ମାର୍ଚ୍ଚ ୬ ତାରିଖ ସୁଦ୍ଧା ସମସ୍ତ ଦଳକୁ ମିଳିଥିବା ଚାନ୍ଦା ସମ୍ପର୍କରେ ଏସବିଆଇ ନିର୍ବାଚନ କମିଶନଙ୍କୁ ଅବଗତ କରାଇବ।
    ନିର୍ବାଚନ କମିଶନ ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ନିଜ ୱେବସାଇଟରେ ଏହି ସୂଚନା ପ୍ରକାଶ କରନ୍ତୁ ।
    ଯେଉଁ ବଣ୍ଡ୍ ଏପର୍ୟ୍ୟନ୍ତ ବ୍ୟାଙ୍କକୁ ନଗଦ ହୋଇନାହିଁ, ସେହି ବଣ୍ଡକୁ ରାଜନୈତିକ ଦଳ ଫେରାଇ ଦିଅନ୍ତୁ।

    ଇଲେକ୍ଟୋରାଲ ବଣ୍ଡ୍ କ’ଣ?
    କେନ୍ଦ୍ର ସରକାର ୨୦୧୮ରେ ଇଲେକ୍ଟୋରାଲ ବଣ୍ଡ ସ୍କିମ୍ ଆରମ୍ଭ କରିଥିଲେ। ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ଯୋଗାଣରେ ସ୍ୱଚ୍ଛତା ଆଣିବା ଉଦ୍ଦେଶ୍ୟରେ ଏହା ଆରମ୍ଭ କରାଯାଇଥିଲା । ଏହାକୁ ରାଜନୈତିକ ଦଳଗୁଡ଼ିକୁ ନଗଦ ଦାନର ବିକଳ୍ପ ଭାବେ ଦେଖାଯାଉଥିଲା। ଏସବିଆଇର ୨୯ଟି ଶାଖାରେ ଇଲେକ୍ଟୋରାଲ ବଣ୍ଡ ଉପଲବ୍ଧ ଥିଲା । ଏହା ଜରିଆରେ ଯେ କୌଣସି ନାଗରିକ, କମ୍ପାନୀ କିମ୍ବା ଅନୁଷ୍ଠାନ ଯେ କୌଣସି ଦଳକୁ ଦାନ କରିପାରିବେ। ଏହି ବଣ୍ଡ୍ ଗୁଡ଼ିକ ୧୦୦୦, ୧୦,୦, ୧ ଲକ୍ଷ କିମ୍ବା ୧ କୋଟି ଟଙ୍କାର ହୋଇପାରେ। ଖାସ୍ କଥା ହେଉଛି ଦାତାଙ୍କୁ ବଣ୍ଡରେ ନିଜ ନାମ ଲେଖିବାକୁ ପଡ଼ିବ ନାହିଁ।
    ତେବେ ଗତ ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ୧% ରୁ ଅଧିକ ଭୋଟ ପାଇଥିବା ଲୋକ ପ୍ରତିନିଧି ଆଇନ, ୧୯୫୧ର ଧାରା ୨୯ ‘ଏ’ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ରାଜନୈତିକ ଦଳମାନେ ହିଁ ଏହି ବଣ୍ଡ୍ ପ୍ରଦାନ କରିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    80 %
    1.3kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ