Tuesday, September 15, 2026
30.1 C
Odisha

    SWLCରେ ୧୮ ପ୍ରକଳ୍ପକୁ ଅନୁମୋଦନ, ପ୍ରାୟ ୮ହଜାର ୨ଶହ ନିଯୁକ୍ତି ସୁଯୋଗ ଆଶା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ୪ ହଜାର ୫୧୫ କୋଟିର ନିବେଶ ପ୍ରସ୍ତାବକୁ ଅନୁମୋଦନ। ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗିଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଅନୁମୋଦନ ଦିଆଯାଇଛି । ୧୮ ଟି ନୂଆ ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପରେ ୪ ହଜାର ୫୧୫ କୋଟି ଟଙ୍କା ନିବେଶ ହେବ।

    ଆଇଟି, ଉତ୍ପାଦନ, ପାନୀୟ, ପର୍ଯ୍ୟଟନ, ଆତିଥ୍ୟ, ନବୀକରଣୀୟ ଶକ୍ତି ଏବଂ ବୈଦ୍ୟୁତିକ ଯାନବାହନ ସମ୍ବନ୍ଧୀୟ ଏହି ପ୍ରକଳ୍ପଗୁଡ଼ିକ ଆଠଟି ଜିଲ୍ଲାରେ ହେବ। ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି – ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା। ଏହା ମାଧ୍ୟମରେ ରାଜ୍ୟରେ ପ୍ରାୟ ୮ହଜାର ୨ଶହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଆଶା ରହିଛି। ଇନଫର୍ମେସନ ଟେକନୋଲୋଜି, ମାନୁଫାକଚ୍ୟୁରିଂ, ଟୁରିଜିମ ଓ ହସଟିଲାଟି ସେକ୍ଟର, ୱେଷ୍ଟ ମ୍ୟାନେଜମେଣ୍ଟ ସେକ୍ଟର, ଫାର୍ମାସିଟିକାଲ, ଇଲେକ୍ଟ୍ରୋନିକ ଭେହିକଲ ଆଦି କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ହେବ।

    ବାର୍ଷିକ ୧୦,୦୦୦ ୟୁନିଟ୍ କ୍ଷମତା ବିଶିଷ୍ଟ ସନାକା ଅଟୋ କର୍ପ ୩୦୦ କୋଟି ଟଙ୍କାର ଇଭି ଉତ୍ପାଦନ ପ୍ଲାଣ୍ଟ କରିବ। ସେହିପରି ଶ୍ରୀଟେକ୍ ଡାଟା ଲିମିଟେଡ୍ ୫୦୧ କୋଟି ଟଙ୍କାର ଏକ ହାଇପରସ୍କେଲ ଡାଟା ସେଣ୍ଟର ବିକଶିତ କରିବ । ୱେଷ୍ଟ ଏଜ୍ ଡାଟା ସେଣ୍ଟର ପ୍ରାଇଭେଟ୍ ଲିମିଟେଡ୍ ୫୦.୫୦ କୋଟି ଟଙ୍କାର ଏକ ଡାଟା ସେଣ୍ଟର ଏବଂ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ୟୁନିଟ୍ ସ୍ଥାପନ କରିବ ।

    ଏଲିକ୍ସିର ଅଫ୍ ଇଷ୍ଟ – ଦି ଆର୍ଟିସାନ୍ ଡିଷ୍ଟିଲେରୀ LLP ୩.୬୫ କୋଟି ଟଙ୍କାର ଏକ ସ୍ପିରିଟ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ । ଆସୋସିଏଟେଡ୍ ଆଲକୋହଲ୍ସ ଆଣ୍ଡ୍ ବ୍ରୁଅରିଜ୍ ଲିମିଟେଡ୍ IMFL ବୋଟଲିଂ ୟୁନିଟ୍ ସହିତ 200 KLPD ଶସ୍ୟ-ଆଧାରିତ ଡିଷ୍ଟିଲେରୀ ସ୍ଥାପନ କରିବ । ଯେଉଁଥିପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଷ୍ଟାରକ୍ୟାପ୍ସ ଗ୍ଲୋବାଲ୍ LLP ୮୦ କୋଟି ଟଙ୍କାର ଏକ ଔଷଧ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    64 %
    2.3kmh
    0 %
    Tue
    30 °
    Wed
    31 °
    Thu
    30 °
    Fri
    25 °
    Sat
    31 °

    ସମ୍ବନ୍ଧିତ