Saturday, October 3, 2026
30.8 C
Odisha

    ବ୍ୟାନ ହୋଇଥିବା ଅଲିମ୍ପିକ୍ସ ଖେଳାଳିଙ୍କୁ ସମର୍ଥନ କରି ଟ୍ରୋଲ ହେଲେ ତାପସୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଖୋଲାଖୋଲି ଭାବେ ନିଜର ପ୍ରତିକ୍ରିୟା ରଖି ଥାଆନ୍ତି। ତାପସୀ ସେହି କଳାକାରମାନଙ୍କ ମଧ୍ୟରୁ ଜଣେ ଯିଏକି ରାଜନୈତିକ ଓ ସାମାଜିକ ଘଟଣାକୁ ନେଇ ନିଜର ମତାମତ ଦେଇଥାଆନ୍ତି।
    ନିକଟରେ ତାପସୀ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ହୋଇଥିବା ବିବାଦକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଯେଉଁ କାରଣରୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି।

    ତାପସୀ ଅଲିମ୍ପିକ୍ସ ସମୟରେ ଚର୍ଚ୍ଚାକୁ ଆସିଥିବା ଅଲଜିରିୟାଇ ବକ୍ସର ଇମାନ ଖଲିପ ଓ ତାଙ୍କ ଉପରେ ବ୍ୟାନ ଲଗାଇବାକୁ ହୋଇଥିବା ଦାବିକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି।

    ଇମାନଙ୍କୁ ସମର୍ଥନ କରି ତାପସୀ ନିଜର ସିନେମା ‘ରଶ୍ମି ରକେଟ’ର ଆଲୋଚନା କରି କହିଛନ୍ତି, ‘ଏହାର ମୋର କଣ୍ଟ୍ରୋଲ ବାହାରେ କି ମୋର ହରମୋନ କେମିତି? ସିନେମାରେ ଆମର ପକ୍ଷ ଏହା ଥିଲା କି ଏମିତି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଅନ୍ୟ ଖେଳାଳିଙ୍କ ତୁଳନାରେ ଏକ ବାୟୋଲୋଜିକାଲ ଫାଇଦା ସହିତ ଜନ୍ମ ହୋଇଥାଆନ୍ତି।

    ଏହାପରେ ତାପସୀ ଅନେକ ଅଲିମ୍ପିକ୍ସ ପଦକ ଜିତିଥିବା ଉସୈନ ବୋଲ୍ଟ ଓ ମାଇକଲ ଫେଲପ୍ସଙ୍କ ନାମ ନେଇ ତାଙ୍କ ଶାରୀରିକ ଗଠନ ପାଇଁ ଅନ୍ୟ ଖେଳାଳିଙ୍କ ତୁଳନାରେ ପ୍ରତିଯୋଗିତାରେ ଲାଭ ପାଇଥିବା କଥା କହିଥିଲେ। ଏମାନେ ସମସ୍ତେ ଅନ୍ୟମାନଙ୍କ ତୁଳନାରେ ବାୟୋଲୋଜିକଲ ଲାଭ ସହିତ ଜନ୍ମ ହୋଇଛନ୍ତି। ଏମାନଙ୍କୁ କାହିଁକି ବ୍ୟାନ କରାଯାଉନାହିଁ।

    କେବଳ ସେହିମାନଙ୍କୁ କାହିଁକି ଯେଉଁମାନଙ୍କ ଟେଷ୍ଟୋଷ୍ଟେରୋନ ସ୍ତର ଅଧିକ ରହିଛି। ଯଦି ଇମାନ ଏହି ପ୍ରତିଯୋଗିତା ପାଇଁ କିଛି ସପ୍ଲିମେଣ୍ଟ କି ଇଜଜେକସନ ନେଇଛନ୍ତି ତାହା ଅପରାଧ। କିନ୍ତୁ ଯଦି ଏମିତି ନୁହେଁ ତେବେ ହରମୋନ ଶରୀରରେ କେମିତି ଅଛି ଏହା କାହାରି କଣ୍ଟ୍ରୋଲରେ ନଥାଏ। ଆପଣମାନେ ତାଙ୍କୁ ବ୍ୟାନ କରିଦେଲେ। ସେ ସର୍ବଦା ଜଣେ ମହିଳା ଭାବେ ଖେଳି ଆସିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    54 %
    2.9kmh
    5 %
    Sat
    31 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ