Tuesday, February 18, 2025
34.1 C
Odisha

    ଭାରତ ଆସୁଥିବା ଜାହାଜ ଉପରେ ଆତଙ୍କବାଦୀ ଆକ୍ରମଣ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତ ଆସୁଥିବା କାର୍ଗୋ ଜାହାଜ ଉପରେ ଡ୍ରୋନ ଆକ୍ରମଣ । ଗୁଜରାଟ ଉପକୂଳରେ ଜାପାନର ଏହି ଜାହାଜ ଉପରକୁ ହୋଇଛି ଡ୍ରୋନ ଆକ୍ରମଣ । ଏଥିରେ ଜାହାଜରେ ନିଆଁ ଲାଗି ଯାଇଥିଲା । ନିଆଁକୁ ଲିଭାଯାଇଥିବା ଜଣାପଡିଛି । ବିସ୍ଫୋରଣରେ କେହି ମୃତାହତ ହୋଇନାହାନ୍ତି । ଜାହାଜରେ ଅନ୍ୟ ସଦସ୍ୟଙ୍କ ସହ ୨୦ ଜଣ ଭାରତୀୟ ନାବିକ ଥିଲେ । ଇରାନ ସମର୍ଥିତ ୟେମେନରେ ସକ୍ରିୟ ହୁଥି ଆତଙ୍କବାଦୀ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି । ଆମେରିକା ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସହାୟତା ଲାଗି ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ଏକ ଜାହାଜ ମୁତୟନ କରାଯାଇଛି । ସମୁଦ୍ର ଅଞ୍ଚଳରେ ମୁତୟନ କୋଷ୍ଟଗାର୍ଡର ସମସ୍ତ ଜାହାଜକୁ ସହାୟତା ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପୋରବନ୍ଦରରୁ ୨୧୭ ନଟିକାଲ ମାଇଲ ଦୂରରେ ଥିବା ଜାହାଜ ଉପରେ ଆକ୍ରମଣ ହୋଇଥିଲା । ଅଶୋଧିତ ତୈଳ ନେଇ ଏହି ଜାହାଜ ସାଉଦି ଆରବ ବନ୍ଦରରୁ ବାହାରି ମାଙ୍ଗାଲୋର ଅଭିମୁଖେ ଆସୁଥିଲା। ଗତ ସୋମବାର ଦିନ ମଧ୍ୟ ମାଲଟାରୁ ଆସୁଥିବା ଏକ ଜାହାଜ ଉପରକୁ ଆକ୍ରମଣ ହୋଇଥିଲା । ଏଥିରେ ଗୁରୁତର ନାବିକକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ଭାରତୀୟ କୋଷ୍ଟ ଗାର୍ଡ କର୍ତ୍ତୃପକ୍ଷ । କିଛିଦିନର ବ୍ୟବଧାନ ପରେ ପୁଣି କାର୍ଗୋ ଜାହାଜକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.1 ° C
    34.1 °
    34.1 °
    14 %
    3.6kmh
    0 %
    Tue
    33 °
    Wed
    35 °
    Thu
    34 °
    Fri
    35 °
    Sat
    37 °

    ସମ୍ବନ୍ଧିତ