Thursday, September 19, 2024
25.2 C
Odisha

    ଧାମରା ଇଲିଶି ପାଇଁ ଗ୍ରାହକଙ୍କ ଗହଳି, ଦର ଶୁଣି ଖାଲି ହାତରେ ଫେରୁଛନ୍ତି ଗ୍ରାହକ

    ଆଗକୁ ପଢନ୍ତୁ

    ଚାନ୍ଦବାଲି: କଥାରେ ଅଛି ଚାକିରି କରିବ ପୋଲିସ ମାଛ ଖାଇବ ଇଲିଶି । କାରଣ ମାଛ ଭିତରେ ସବୁଠୁ ଦାମିକିଆ ମାଛ ହେଉଛି ଇଲିଶି । ତେଣୁ ପକେଟରେ ଟଙ୍କା ଥିବା ବ୍ୟକ୍ତି ହିଁ ଖାଇପାରିବ ଇଲିଶି ମାଛ । କିନ୍ତୁ ଦାମ୍ ଅଧିକ ଥିବାରୁ ଗ୍ରାହକମାନେ ନେଇ ପାରୁନାହାଁନ୍ତି ଇଲିଶି ମାଛର ଟେଷ୍ଟ । ଅନ୍ୟପଟେ ବ୍ୟବସାୟୀ କହିଛନ୍ତି ଗ୍ରାହକଙ୍କ ଚାହିଦା ମୁତାବକ ପଡୁନି ଇଲିଶି । ଏଇ କିଛି ଦିନ ହେବ ଭଦ୍ରକ ଜିଲ୍ଲା ଧାମରା ମୁହାଣରେ ମତ୍ସ୍ୟଜିବୀଙ୍କ ଜାଲରେ ପଡୁଛି କୁଇଣ୍ଟାଲ୍ କୁଇଣ୍ଟାଲ୍ ଇଲିଶି । ବଡ ଇଲିଶି ଅପେକ୍ଷା ଜାଲରେ ବେଶୀ ମାତ୍ରାରେ ଛୋଟ ଛୋଟ ଇଲିଶି ପଡୁଥିବାର ଦେଖିବାକୁ ମିଳିଛି ।

    ଚନ୍ଦଜିନାପଳରେ ଆପଣମାନେ ବିଭିନ୍ନ ପ୍ରକାରର ସମୁିଦ୍ର ମାଛ ପାଇପାରିବେ କିନ୍ତୁ ଇଲିଶି ମାଛ ପାଇଁ ଧାମରା ଚନ୍ଦିନିପାଳରେ ଲାଗୁଛି ଗ୍ରାହକଙ୍କ ଭିଡ । ଧାମରା ସମୁଦ୍ର ଇଲିଶି ମାଛର ଚାହିଦା ବେଶ ଅଧିକ । ତେଣୁ କାଇଁ କେତେ ଦୂରରୁ ଗ୍ରାହକମାନେ ଇଲିଶି ମାଛ ପାଇଁ ଧାମରାର ଏହି ଚନ୍ଦିନିପାଳକୁ ଆସୁଛନ୍ତି । ଇଲିଶି ଖାଇବାର ଲୋଭ ଦୂରଦୂରାନ୍ତରୁ ଗ୍ରାହକହଙ୍କୁ ଟାଣି ଆଣୁଛି ଚନ୍ଦିନିପାଳକୁ । ହେଲେ ବର୍ତ୍ତମାନ ସମୟରେ ଇଲିଶି ମାଛର ଦାମ୍ ଶୁଣି କାନ ମୁଣ୍ଡ ଆଉଁଶି ଖାଲି ହାତରେ ଫେରୁଛନ୍ତି ଗ୍ରାହକମାନେ । ସବୁ ସମୟରେ ଗ୍ରାହକଙ୍କ ଭିତରେ ଇଲିଶି ମାଛର ଚାହିଦା ଥାଏ ।

    ତେଣୁ ଇଲିଶିର ନାଁ ଶୁଣିଲେ ପାଟିରୁ ଆପେ ଆପେ ଲାଳ ବୋହି ଆସେ । ଇଲିଶି ପଡିବାର ବର୍ତ୍ତମାନ ସଠିକ ସମୟ । ହେଲେ ମତ୍ସ୍ୟଜିବୀଙ୍କ ଜାଲରେ ଚାହିଦା ମୁତାବକ ଇଲିଶି ପଡୁନି । ତେଣୁ ଦର ଉଚ୍ଚା ରହୁଛି ବୋଲି କହିଛନ୍ତି ବ୍ୟବସାୟୀ । ଦୁଇ ଶହରୁ ତିନି ଶହ ଗ୍ରାମ ଇଲିଶିର ଦର ୪ ଶହରୁ ୫ ଶହ ଟଙ୍କା ଥିବା ବେଳେ ୫ ଶହରୁ ୯ ଶହ କିଲୋଗ୍ରାମ ଇଲିଶିର ଦାମ ୭ ଶହରୁ ୮ ଶହ ଟଙ୍କା ରହିଛି । ଆଉ ଯଦି ଇଲିଶି କେଜିଏରୁ ଅଧିକା ହେଲା ତେବେ ଦାମ୍ ଦୁଇ ହଜାରରୁ ଅଢେଇ ହଜାର ଟଙ୍କାରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି ।

    ପୂର୍ବ ବର୍ଷ ତୁଳନାରେ ବର୍ତ୍ତମାନ ସେହି ପରିମାଣରେ ଇଲିଶି ମତ୍ସ୍ୟଜିବୀଙ୍କ ଜାଲରେ ପଡୁନି ତେଣୁ ଦାମ ଉଚ୍ଚା ରହୁଛି ବୋଲି ବ୍ୟବସାୟୀ କହିଛନ୍ତି । ଅନ୍ୟପଟେ ଇଲିଶି ମାଛ କଥା ଶୁଣି ଦୂରଦୂରାନ୍ତରୁ ଆସୁଥୁବା ଗ୍ରାହକମାନେ ଦାମ୍ ଶୁଣି ମାଛ ନନେଇ ଫେରୁଥିବାର କହିଛନ୍ତି । ଆଜିକାଲି କଳକାରଖାନାଗୁଡିକର ରାସାୟନିକ ଜଳକୁ ସିଧାସଳଖ ନଦୀ ଏବଂ ସମୁଦ୍ରକୁ ଛଡା ଯାଉଛି । ଯାହା ଏବେ ଅନେକ ସାମୁଦ୍ରିକ ଜୀବ ଏବଂ ମାଛ ବଂଶ ଲୋପ ହେବାର ମୁଖ୍ୟ କାରଣ ସାଜିଛି । ଏହିଭଳି ଭାବରେ ବଢୁଥିବା ପ୍ରଦୂଷଣର ମାତ୍ରା ଯଦି ଆଗକୁ ବଳବତର ରହେ ତେବେ ଇଲିଶି ମାଛ ଭଳି ସାମୁଦ୍ରିକ ମାଛ ଦିନେ ସବୁଦିନ ପାଇଁ ଲୋପ ପାଇଯିବ ଏଥିରେ କୌଣସି ସନ୍ଦେହ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ