Wednesday, October 7, 2026
22.5 C
Odisha

    ସରକାରଙ୍କ ବିରୋଧରେ ଷଡ଼ଯନ୍ତ୍ର ଚାଲିଛି ବୋଲି ଅଭିଯୋଗ ଆଣିଲେ ଟିଏମ୍‌ସି ନେତା

    ଆଗକୁ ପଢନ୍ତୁ

    କୋଲକାତା: ବିରୋଧ ପ୍ରଦର୍ଶନକାରୀ ଡାକ୍ତର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ବିବାଦ ମଧ୍ୟରେ ବରିଷ୍ଠ ତ୍ରୁଣମୂଳ କଂଗ୍ରେସ ନେତା କୁନାଲ ଘୋଷ ଦାବି କରିଛନ୍ତି ଯେ ମମତା ବାନାର୍ଜୀ ସରକାର ଏବଂ ରାଜ୍ୟର ଶାସକ ଦଳକୁ ବଦନାମ କରିବା ପାଇଁ ବିରୋଧୀ ଦଳ ଚାପ ପକାଉ ଆନ୍ଦୋଳନକାରୀଙ୍କୁ ଉସୁକାଉଛି। ବିରୋଧୀ ଦଳର ଷଡଯନ୍ତ୍ରର ପ୍ରମାଣ ଭାବରେ ଘୋଷ ବାର୍ତ୍ତାଳାପର ଏକ ଅଡିଓ କ୍ଲିପକୁ ବ୍ୟବହାର କରରିଛନ୍ତି।

    ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ହଜାର ହଜାର ଜୁନିୟର୍‌ ଡାକ୍ତର ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି।

    କୁନାଲ ଘୋଷ ପ୍ରକାଶ କରିଥିବା ଅଡିଓରେ ୨ ଜଣ ଯୁବ ନେତା ସରକାରଙ୍କ ବିରୋଧରେ କଥା ହେଉଥିବାର ଶୁଣିବାକୁ ମିଳୁଛି। ସେମାନେ କଥା ହେଉଛନ୍ତି ଯେ ଧାରଣାରତ ଡାକ୍ତରମାନଙ୍କ ଉପରେ ସେମ‌ାନେ ଆକ୍ରମଣ କରିବେ ଓ ବଦ୍‌ନାମ ହେବେ ପଶ୍ଚିମବଙ୍ଗ ସରକାର। ସେ ଦୁହେଁ ପଶ୍ଚିମବଙ୍ଗ ସରକାରଙ୍କୁ ବଦନାମ କରିବା ପାଇଁ ଜାଣି ଜାଣି ଆକ୍ରମଣ ଯୋଜନା କରୁଥିବା ଅଡିଓ କ୍ଲିପ୍‌ରୁ ସ୍ପଷ୍ଟ ଜଣାପଡ଼ିଛି। ଏହା ହେଉଛି ମୁଖ୍ୟ ଷଡଯନ୍ତ୍ର ବୋଲି ଘୋଷ ଶୁକ୍ରବାର ଦିନ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ