Tuesday, June 2, 2026
38.2 C
Odisha

    ପ୍ରତି ଗାଁରେ ଖୋଲିବ ଓମଫେଡ୍ ଷ୍ଟଲ, ଦୁଗ୍ଧ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଗାଁରେ ବଢ଼ୁଛି ଓମଫେଡ୍ ଉତ୍ପାଦର ଚାହିଦା । ପ୍ରତି ଗାଁରେ ହେବ ଓମ୍ଫେଡ ଷ୍ଟଲ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ କହିଛନ୍ତି, ଜିଲ୍ଲାର ସମସ୍ତ ବଡ ବଡ ମନ୍ଦିରରେ ଓମ୍‌ଫେଡ ଘିଅର ବ୍ୟବହାର କରିବାକୁ ସମସ୍ତ ଜିଲ୍ଲାପଳମାନଙ୍କୁ କୁହାଯାଇଛି ।

    ଦୁଗ୍ଧ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ଓମଫେଡ ଗୁଡ଼ିକର ପୁନର୍ଗଠନ ହେବ । ୧୪୨୩ କୋଟି ଟଙ୍କା ବ୍ୟୟରେ କାମଧେନୁ ଯୋଜନା ହେବ । ଏଥିସହ ରାଜ୍ୟର ସମସ୍ତ ବଡ଼ବଡ଼ ମନ୍ଦିରରେ ଓମଫେଡ୍ ଘିଅ ବ୍ୟବହାର କରିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଏଥିସହ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ଦୁଇଟି ଦେଶୀ ଗାଈ ଆନ୍ଧ୍ର ପ୍ରଦେଶରୁ ଅଣାଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ଏହି ଗାଈର ସଂରକ୍ଷଣ ପାଇଁ ପ୍ରୟାସ କରୁଛନ୍ତି ସରକାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    38.2 ° C
    38.2 °
    38.2 °
    31 %
    0.9kmh
    37 %
    Tue
    39 °
    Wed
    41 °
    Thu
    41 °
    Fri
    42 °
    Sat
    42 °

    ସମ୍ବନ୍ଧିତ