Sunday, October 4, 2026
28.6 C
Odisha

    ସୁଭଦ୍ରା ଟଙ୍କାକୁ ନେଇ ଆସିଲା ବଡ଼ ଖବର, ମାର୍ଚ୍ଚ ୮ରେ ମିଳିବ ଦ୍ବିତୀୟ କିସ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନାର ସମସ୍ତ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ଦ୍ବିତୀୟ କିସ୍ତି । କିନ୍ତୁ ଦ୍ବିତୀୟ କିସ୍ତି ଏକକାଳୀନ ମହିଳା ଦିବସ ଦିନ କୋଟିଏ ମହିଳାଙ୍କୁ ପ୍ରଦାନ କରାଯିବ । ସୁଭଦ୍ରା ଯୋଜନାକୁ ନେଇ ଏମିତି କିଛି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

    ସୁଭଦ୍ରା ଯୋଜନାରେ ୯୨ ଲକ୍ଷ ଆବେଦନ ହେଲାଣି । ସୋମବାର ସୁଦ୍ଧା ପାଖାପାଖି ୯୨ ଲକ୍ଷ ମହିଳା ଆବଦେନ କରିଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆସନ୍ତା ସପ୍ତାହ ଭିତରେ ପ୍ରାୟ ୧ କୋଟି ହୋଇପାରେ ଆବଦେନ ସଂଖ୍ୟା । ekyc ପାଇଁ ଟିକେ ସମୟ ଲାଗୁଛି। ସୁଭଦ୍ରା ଯୋଜନା କୋଟିଏ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ୧ରୁ ସ୍ଲାବ ହେବ ପୁଣି ଲୋକଙ୍କୁ ଦିଆଯିବ। ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବ। ଏଥର ୨୫ ଲକ୍ଷ ୧୧ ହଜାର ଲୋକଙ୍କ ପାଖେ ପହଞ୍ଚିବୁ, ପେ ସିଷ୍ଟମ ସୁବିଧା ଅଛି। କରଦାତାଙ୍କୁ ବାଦ୍ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯାଉଛି । ଆମେ ଭାବିଥିଲୁ ୮୦ ପ୍ରତିଶତ ସଫଳତା ପାଇବୁ । କୋଟିଏ ମହିଳାଙ୍କ ନିକଟରେ ଶୀଘ୍ର ପହଞ୍ଚିବୁ । ଟିକିଏ ସମୟ ଲାଗୁଛି, ଟିକିଏ ଅପେକ୍ଷା କରନ୍ତୁ ସମସ୍ତେ ପାଇବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ