Wednesday, October 23, 2024
21.7 C
Odisha

    ମୋଦୀଙ୍କ କ୍ୟାବିନେଟ୍‌ରେ କିଛି ଦଳ କ୍ୟାବିନେଟ ପାହ୍ୟା ଚାହୁଁଥିବା ବେଳେ କିଛି ଦଳ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ କରୁଛନ୍ତି ଦାବି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଶପଥ ନେବା ମୋଦୀଙ୍କର ସ୍ଥିର ହୋଇଛି। ଏନଡିଏର ସଂସଦୀୟ ଦଳ ବୈଠକରେ ଏନଡିଏର ନେତା ଭାବେ ମୋଦୀଙ୍କୁ ମନୋନୀତ କରିଛନ୍ତି ନବ ନିର୍ବାଚିତ ସାଂସଦ। ଆସନ୍ତା ୯ ତାରିଖ (ରବିବାର) ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ଚଳିତ ନିର୍ବାଚନରେ ବିଜେପି ଏକାକୀ ବହୁମତ ପାଇନଥିଲେ ମଧ୍ୟ ଏନଡିଏ ସରକାର ଗଢିବାକୁ ମ୍ୟାଜିକ ନମ୍ବର ପାଇଛି। ବିଜେପି ୨୪୦ ଆସନ ପାଇଥିବା ବେଳେ ଟିଡିପି ୧୬, ଜେଡିୟୁ ୧୨, ଶିବସେନା ୭, ଏଲଜେପି(ଆର) ୫ଟି ଆସନ ପାଇଛନ୍ତି । କିଛି ଏଭଳି ସହଯୋଗୀ ଦଳର ସହଯୋଗ ବଳରେ ମୋଦୀ ୩.୦ ଯୁଗ ଆରମ୍ଭ ହୋଇଛି । ଅନ୍ୟପଟେ ଏନଡିଏରେ ଏମିତି କିଛି ସହଯୋଗୀ ଦଳ ରହିଛନ୍ତି ଯେଉଁମାନଙ୍କର ଦଳର ସାଂସଦଙ୍କ ସଂଖ୍ୟା ବହୁତ କମ କିନ୍ତୁ ସେମାନଙ୍କର ଦାବି ବହୁତ ବଡ଼। ଯେଉଁ ଦଳ ଗୁଡ଼ିକୁ ପ୍ରଧାନମନ୍ତ୍ରୀ ମୋଦୀ ଅଣଦେଖା ମଧ୍ୟ କରିପାରିବେ ନାହିଁ । କିନ୍ତୁ ଏହି ଦଳର ଦାବି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚିନ୍ତା ବଢାଇଛି । ଏନଡିଏରେ ଏମିତି ୧୦ଟି ଦଳ ରହିଛନ୍ତି ଯେଉଁମାନଙ୍କର ସାଂସଦ ସଂଖ୍ୟା ୧ କିମ୍ବା ୨ରେ ସୀମିତ। ସେଭଳି ଦଳ ଗୁଡିକ ମଧ୍ୟରେ ଆରଏଲଡିର ୨ ସାଂସଦ, ଜେଡିଏସ ଓ ଜନସେନା ପାର୍ଟିର ୨ ଜଣ ଲେଖାଏ ସାଂସଦ ରହିଛନ୍ତି । ଏହାବାଦ୍ ଅନୁପ୍ରିୟା ପଟେଲଙ୍କ ଅପନା ଦଳ, (ଏସ) ଜୀତନରାମ ମାଂଝୀଙ୍କ ହିନ୍ଦୁସ୍ତାନୀ ଆୱାମା ମୋର୍ଚ୍ଚା(ଏସ), ଅଜିତ ପାୱାରଙ୍କ ଏନସିପି, ପ୍ରେମ ସିଂ ତମାଙ୍ଗଙ୍କ ଏସକେଏମ, ଆସାମ ଗଣ ପରିଷଦ, ଅଲ୍ ଝାଡଖଣ୍ଡ ଷ୍ଟୁଡେଣ୍ଟସ ୟୁନିୟନ, ୟୁପିପିଏଲର ଜଣେ ଲେଖାଏ ସାଂସଦ ରହିଛନ୍ତି । ଏହି ୧୦ ଦଳ ପାଖରେ ୧୩ ଜଣ ସାଂସଦ ରହିଛନ୍ତି । କିନ୍ତୁ ଏମାନଙ୍କର ଦଳର ଅନେକ ହେଭିୱେଟ ଚେହେରା ମଧ୍ୟ ରହିଛନ୍ତି ଯେଉଁମାନଙ୍କୁ ଅଣଦେଖା କରିବା ବିଜେପି ପକ୍ଷେ ସମ୍ଭବପର ନୁହେଁ । କିନ୍ତୁ ଏହି ଦଳ ଗୁଡିକ ମୋଦୀଙ୍କ ତୃତୀୟ ପାଳିରେ ବଡ଼ ପଦବୀ ପାଇବା ଆଶାରେ ରହିଛନ୍ତି । କିଛି ଦଳ କ୍ୟାବିନେଟ ପାହ୍ୟା ଚାହୁଁଥିବା ବେଳେ କିଛି ଦଳ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଦାବି କରୁଛନ୍ତି । ଏଭଳି ସ୍ଥଳେ ପ୍ରଧାନମନ୍ତ୍ରୀ କାହାକୁ କିଭଳି ସନ୍ତୁଷ୍ଟ କରିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ