Sunday, October 4, 2026
29.6 C
Odisha

    ଚର୍ଚ୍ଚାରେ ଜୁଲିମୋଲଙ୍କ ସଂଘର୍ଷ କାହାଣୀ ; ପ୍ରଥମ ଦିବ୍ୟାଙ୍ଗ ମହିଳା ଡ୍ରାଇଭର ଭାବେ ପାଇଲେ ଡ୍ରାଇଭିଙ୍ଗ ଲାଇସେନ୍ସ

    ଆଗକୁ ପଢନ୍ତୁ

    କେରଳର ୩୨ ବର୍ଷିୟା ଜୁଲିମୋଲ , ଯାହାଙ୍କୁ ସୋସିଆଲ ମିଡିଆରେ ଆପଣ ହୁଏତ ଅନେକ ଥର ଦେଖିଥିବେ । ତେବେ ତାଙ୍କର ଦୃଢ ମନୋବଳ ଆଜି ତାଙ୍କୁ ସାରା ଦେଶରେ ଚର୍ଚ୍ଚାର ପାତ୍ର କରିଛି । ଜୁଲିମୋଲ୍‌ ମାରିଏଟ୍‌ ଥୋମାସଙ୍କର ଜନ୍ମରୁ ଦୁଇ ହାତ ନଥିବାବେଳେ ସେ ପ୍ରଥମ ଏସୀୟ ମହିଳା ଭାବେ ଡ୍ରାଇଭିଂ ଲାଇସେନ୍ସ ହାସଲ କରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟାନ୍‌ ନିଜେ ଜୁଲିମୋଲଙ୍କୁ ବ୍ୟକ୍ତିଗତ ଭାବେ ଲାଇସେନ୍ସ ପ୍ରଦାନ କରିଛନ୍ତି। ଇଡୁକି ଜିଲ୍ଲାର ଜୁଲିମୋଲ୍‌ କୋଚିର ଏକ ଅଗ୍ରଣୀ ଆର୍ଟ ପବ୍ଲିକେସନରେ ଗ୍ରାଫିକ୍‌ ଡିଜାଇନର୍‌ ଭାବେ କାର୍ୟ୍ୟ କରନ୍ତି। ସେ ୬ ବର୍ଷ ଧରି ଅପେକ୍ଷା କରିବା ପରେ ତାଙ୍କ ଡ୍ରାଇଭିଂ ସ୍କୁଲ ଏବଂ ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ଆୟୋଗ ଏବଂ କୋଚିରେ ଥିବା ଏକ ଘରୋଇ ସଂସ୍ଥା ସହାୟତାରେ ଲାଇସେନ୍ସପ୍ରାପ୍ତ ଡ୍ରାଇଭର ହେବାର ସ୍ୱପ୍ନ ପୂରଣ କରିପାରିଛନ୍ତି।
    ଜୁଲିମୋଲ୍‌ ସବୁବେଳେ କାର୍‌ ଚଳାଇବାକୁ ସ୍ୱପ୍ନ ଦେଖୁଥିଲେ। ବିଶେଷ କରି ସେ ତାଙ୍କ ବାପାଙ୍କୁ ହରାଇବା ପରେ ନିଜେ ସ୍ୱାଧୀନ ହେବା ସହ ପରିବାରର ଦାୟିତ୍ୱ ମଧ୍ୟ ନେଇଥିଲେ। ସେ ଭଦୁଥାଲାର ମାରିଆ ଡ୍ରାଇଭିଂ ସ୍କୁଲରେ କାର୍‌ ଚଳାଇବା ଶିଖିଥିଲେ। ପରେ ଲାଇସେନ୍ସ ପାଇଁ ଇଡୁକି ଜିଲ୍ଲାର ଥୋଡୁପୁଜହା ଆରଟିଓରେ ଆବେଦନ କରିଥିଲେ। ସେଠାକାର ଆରଟିଓରେ ଜୁଲିମୋଲଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ତା’ପରେ ସେ କେରଳ ହାଇକୋର୍ଟକୁ ଯାଇଥିଲେ। କୋର୍ଟର ହସ୍ତକ୍ଷେପ ପରେ ଜୁଲିମୋଲ୍‌ ମୋଟର୍‌ ଭେଇକିଲ୍‌ ଡିପାର୍ଟମେଣ୍ଟ୍‌ (ଏମ୍‌ଭିଡି) ଅଫିସରଙ୍କ ସମ୍ମୁଖରେ ତାଙ୍କ କାର୍‌ ଚାଳନାର ଏକ ପରୀକ୍ଷା ଦେଇଥିଲେ। ତେବେ ସେତେବେଳେ ମଧ୍ୟ ଅଧିକାରୀ ତାଙ୍କୁ ଲାଇସେନ୍ସ ଦେବାକୁ ମନା କରିଦେଇଥିଲେ। ଜୁଲିମୋଲ୍‌ ଶେଷରେ ଦିବ୍ୟାଙ୍ଗଙ୍କ ପାଇଁ ଥିବା ରାଜ୍ୟ ଆୟୋଗଙ୍କ ନିକଟକୁ ଯାଇଥିଲେ। ତେବେ ଯାଇ ସେ ଲାଇସେନ୍ସ ପାଇବାକୁ ସକ୍ଷମ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ