Sunday, September 27, 2026
21.7 C
Odisha

    ୭୫ ତମ ସାଧାରଣତନ୍ତ୍ର ଦିବସରେ ଦୁଲୁକିଲା ଦିଲ୍ଲୀ କର୍ତ୍ତବ୍ୟପଥ

    ଆଗକୁ ପଢନ୍ତୁ

    ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀ କର୍ତ୍ତବ୍ୟପଥରେ ଭବ୍ୟ ସମାରୋହ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତୋଳନ କରିବା ପରେ ଆରମ୍ଭ ହୋଇଥିଲା ପରେଡ । ଭାରତୀୟ ବାଦ୍ୟ ଯନ୍ତ୍ର ସହ ମହିଳା କଳାକାରମାନେ ପ୍ରଥମ ପରେଡ କରିଥିଲେ । ପରେ ଅନ୍ୟ ଟ୍ରୁପ୍ ମାନେ ପରେଡ କରିଥିଲେ । ପରେଡରେ ଫ୍ରାନ୍ସ ବ୍ୟାଣ୍ଡ, ଟି,-୯୦ ଭିଷ୍ମ ଟ୍ୟାଙ୍କ, ନାଗ୍ ମିଶାଇଲ ସିଷ୍ଟମ, ପିନାକ ମିଶାଇଲ, ଅସ୍ତ୍ରଶସ୍ତ୍ର ସନ୍ଧାନ ରାଡାର ସିଷ୍ଟମ, ଡ୍ରୋନ ଜାମର ସିଷ୍ଟମ, ବିକଶିତ ରେଡିଓ ଫ୍ରିକ୍ୟୁଏନ୍ସ ମନିଟରିଂ ସିଷ୍ଟମ, ମଲ୍ଟିଂ ଫଙ୍କସନ୍ ରାଡାର ଆଦି ଟ୍ରୁପ ସାମିଲ ହୋଇଛନ୍ତି ।ଗଣତନ୍ତ୍ର ଦିବସ ସମାରୋହର ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ଫ୍ରାନ୍ସର ଏକ ଟୁପ୍ ମଧ୍ୟ ପରେଡରେ ସାମିଲ ହୋଇଛି । ପରେଡ ଦେଖିବାକୁ ୧୩ ହଜାର ଅତିଥୀ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ତିନି ସେନାର ମହିଳା ଟ୍ରୁପ ସାମିଲ ହୋଇ ପରେଡ କରିଛନ୍ତି । ଏଥର ଥିମ ‘ବିକଶିତ ଭାରତ ଓ ଭାରତ ଲୋକତନ୍ତ୍ରର ମାଆ’ ଥିମ ନେଇ ପରେଡ ଆୟୋଜନ କରିଛନ୍ତି । ପରେଡରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ପ୍ରଜ୍ଞାପନ ମେଢ ସାମିଲ ହୋଇଛି । ପତକା ଉତୋଳନ ପରେ ଦେଢ ଘଂଟା ଧରି ପରେଡ ଅନୁଷ୍ଠିତ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.7 ° C
    21.7 °
    21.7 °
    96 %
    1.3kmh
    39 %
    Sun
    29 °
    Mon
    30 °
    Tue
    30 °
    Wed
    30 °
    Thu
    31 °

    ସମ୍ବନ୍ଧିତ