Thursday, December 26, 2024
20.3 C
Odisha

    ବାଇଡେନଙ୍କ ପାଇଁ ଚିନ୍ତାରେ ଡେମୋକ୍ରାଟିକ ପାର୍ଟି: ରାଷ୍ଟ୍ରପତି ନିର୍ବାଚନରେ କମଲା ହ୍ୟାରିସଙ୍କୁ ପ୍ରାର୍ଥୀ କରିବାକୁ ଦଳ ଭିତରେ ଜୋର ଧରିଲାଣି ଦାବି

    ଆଗକୁ ପଢନ୍ତୁ

    ନଭେମ୍ବର ଆମେରିକାରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ। ପୁଣି ଥରେ କ୍ଷମତା ହାତେଇବାକୁ ବାଇଡେନଙ୍କ ଡେମୋକ୍ରାଟ୍ ପାର୍ଟି କଳ ବଳ ଲଗାଇଦେଇଛି । କିନ୍ତୁ ନିଜେ ବାଇଡେନ ହିଁ ଏବେ ଦଳ ପାଇଁ ହୋଇଛନ୍ତି ବଡ ସମସ୍ୟା । ଅଧିକ ବୟସ ଓ ସାନସିକ ସ୍ବାସ୍ଥ୍ୟକୁ ନେଇ ସବୁଠି ଚର୍ଚ୍ଚା । ଏବେ ଦଳ ତାଙ୍କୁ ବଦଳାଇ କମଲା ହ୍ୟାରିସଙ୍କୁ ପ୍ରାର୍ଥୀ କରିବା ନେଇ ଦାବି କରୁଥିବା ଚର୍ଚ୍ଚା ହେଲାଣି । କିଛି ଦିନ ପରେ ହେବ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । ପୁଣି ଥରେ କ୍ଷମତା ହାତେଇବାକୁ ଡେମୋକ୍ରାଟିକ ପାର୍ଟି କଳ ବଳ ଲଗାଇଦେଇଛି । କିନ୍ତୁ ଦଳ ପାଇଁ ସମସ୍ୟା ଆଣିଛନ୍ତି ରାଷ୍ଟ୍ରପତି ବାଇଡେନ । ବୟସାଧିକ ଯୋଗୁଁ ବାଇଡେନଙ୍କ ମାନସିକ ସ୍ବାସ୍ଥ୍ୟବସ୍ଥା ଠିକ ନଥିବା ଚର୍ଚ୍ଚା ହେଉଛି । ନିକଟରେ ବାଇଡେନଙ୍କ କିଛି ଭିଡିଓ ଏଭଳି ସଙ୍କେତ ଦେଇଛି । ଏହାରି ଭିତରେ ଆମେରିକୀୟ ଗଣମାଧ୍ୟମରେ ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା । କୁହାଯାଉଛି ବାଇଡେନ ନୁହେଁ ବରଂ କମଲା ହ୍ୟାରିସ ହୋଇପାରନ୍ତି ଆମେରିକାର ରାଷ୍ଟ୍ରପତି ଚେହେରା । ଦଳ ଭିତରେ ଏହି ଦାବି ବଢ଼ୁଥିବା ଯୋଗୁଁ ହ୍ୟାରିସଙ୍କ ନାଁକୁ ନେଇ ଜୋର ଧରିଲାଣି ଚର୍ଚ୍ଚା ।
    ଚର୍ଚ୍ଚା ହେଉଛି ଡେମୋକ୍ରାଟିକ ପାର୍ଟି ଦ୍ବାରା ଏକ ସିକ୍ରେଟ ସର୍ଭେ କରାଯାଇଛି । ଯେଉଁଥିରେ କମଲା ହ୍ୟାରିସ ଟ୍ରମ୍ପଙ୍କୁ ବେଶ ସହଜରେ ହରାଇପାରିବେ ବୋଲି ଏହି ସର୍ଭେ କହୁଛି ।ଏପରିକି ଏହି ରିପୋର୍ଟ ଆଧାରରେ ଯଦି ଦରକାର ପଡେ ତେବେ ବାଇଡେନଙ୍କୁ ପ୍ରାର୍ଥୀ ନହେବା ପାଇଁ ବୁଝାଇବାକୁ ଚେଷ୍ଟା କରିପାରେ ଦଳ ।

    ସେପଟେ ଆମେରିକା ଗଣମାଧ୍ୟମ ସର୍ଭେରେ ବି ଆଗରେ ରହିଛନ୍ତି କମଲା ହ୍ୟାରିସ୍ । ସର୍ଭେ କହୁଛି–
    କମଲା ହ୍ୟାରିସ ଜଣେ ମଜଭୁତ ମହିଳା ଚେହେରା । ସ୍ବଚ୍ଛ ଭାବମୂର୍ତି ସହ ଯୁବକ ଓ ମହିଳାଙ୍କ ଭିତରେ ବେଶ ଲୋକପ୍ରିୟ । ଯଦି ଜୋ ବାଇଡେନ ବନାମ ଡୋନାଲ୍ଡ ଟ୍ରମ୍ପ ଲଢ଼େଇ ହୁଏ ତେବେ ବାଇଡେନଙ୍କୁ ୪୪% ସମର୍ଥନଙ୍କୁ ମିଳିବ । ଆଉ ଯଦି କମଲା ହ୍ୟାରିସ ବନାମ ଡୋନାଲ୍ଡ ଟ୍ରମ୍ପ ତେବେ କମଲାଙ୍କୁ ୫୦ % ସମର୍ଥନ ପାଇପାରନ୍ତି

    ଯଦି କମଲାଙ୍କୁ ରାଷ୍ଟ୍ରପତି ଚେହେରା କରାଯାଏ ତେବେ ସେ ନିର୍ବାଚନରେ ଟ୍ରମ୍ପଙ୍କୁ କଡା ଟକ୍କର ଦେଇପାରିବେ । କମଲାଙ୍କ ସପକ୍ଷରେ ରହିଛି ପ୍ରବାସୀ ଭାରତୀୟ ଭୋଟରଙ୍କ ବଡ଼ ସମର୍ଥନ । ଦେଶର ଉପରାଷ୍ଟ୍ରପତି ଥିବା ସମୟରେ ମହିଳା ଭୋଟରଙ୍କ ନିକଟତର ହୋଇପାରିଛନ୍ତି

    ଅନ୍ୟପଟେ ଟ୍ରମ୍ପଙ୍କର ରହିଛି ଅନେକ ଅପରାଧିକ ଟ୍ରାକ ରେକର୍ଡ । ଯାହାକୁ ପ୍ରସଙ୍ଗ କରି ଫାଇଦା ନେଇପାରିନ୍ତି କମଲା ହ୍ୟାରିସ୍ । ତେବେ ଆସନ୍ତା ନଭେମ୍ବର ୫ରେ ହେବାକୁ ଥିବା ନିର୍ବାଚନରେ ଯଦି ଡେମୋକ୍ରାଟିକ ପାର୍ଟି ପକ୍ଷରୁ ଯଦି କମଲା ହ୍ୟାରିସ ରାଷ୍ଟ୍ରପତି ପ୍ରାର୍ଥୀଭାବେ ଲଢ଼ନ୍ତି ଓ ଜିତନ୍ତି ତେବେ ତେବେ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇ ଇତିହାସ ରଚିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    20.3 ° C
    20.3 °
    20.3 °
    91 %
    1.6kmh
    42 %
    Thu
    20 °
    Fri
    27 °
    Sat
    29 °
    Sun
    28 °
    Mon
    28 °

    ସମ୍ବନ୍ଧିତ