Sunday, October 4, 2026
24.3 C
Odisha

    ହବିଷ୍ୟାଳିଙ୍କ ପାଇଁ ପୁରୀରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା, ମା ମାନଙ୍କର ଅସୁବିଧାର ହେବ ତ୍ୱରିତ ସମାଧାନ : ଆଇନମନ୍ତ୍ରୀ

    ଆଗକୁ ପଢନ୍ତୁ

    ପୁରୀ : ପାଖେଇ ଆସିଲାଣି କାର୍ତ୍ତିକ ମାସ । ଏହି ପବିତ୍ର ମାସରେ ପୁରୀରେ ଜମିବ ହବିଷ୍ୟାଳିଙ୍କ ଭିଡ଼ । ସୁରୁଖୁରୁରେ ସେମାନଙ୍କ ରହଣି ସହ ସୁବିଧାରେ ପ୍ରଭୁଙ୍କ ଦର୍ଶନ ନିମନ୍ତେ ପ୍ରଣୟନ କରାଯାଇଛି ହବିଷ୍ୟାଳି ଯୋଜନା । ହବିଷ୍ୟାଳିଙ୍କ ପାଇଁ ପୁରୀରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ଯେପରି ମା ମାନଙ୍କ କୌଣସି ଅସୁବିଧା ହେବ ନାହିଁ ସେ ନେଇ ବ୍ୟବସ୍ଥା କରାଯାଇଛି ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

    ଏହା ମଧ୍ୟ କହିଛନ୍ତି ଯେ ତର୍ଜମା ଏବଂ ସମୀକ୍ଷା କରାଯାଇଛି । ମୁଖ୍ୟ ପ୍ରଶାସକ, ଜିଲ୍ଲପାଳଙ୍କଠାରୁ ଆରମ୍ଭ କରି ଅଧିକାରୀମାନେ ଏ ନେଇ ଧ୍ୟାନ ଦେଉଛନ୍ତି । କାର୍ତ୍ତିକ ମାସ ପରେ, ଶୃଙ୍ଖଳିତ ଦର୍ଶନ ପ୍ରକ୍ରିୟା ଆମେ ଆରମ୍ଭ କରିବୁ। ହବିଷ୍ୟାଳିଙ୍କ ଦର୍ଶନ ସାରି କିପରି ଘରକୁ ଫେରିବେ ତାହାର ଦାୟିତ୍ୱ ସରକାର ନେବେ। କୌଣସି ସମସ୍ୟା ହେଲେ ତାର ସମାଧାନ ହେବ ଏନେଇ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

    ଶ୍ରୀମନ୍ଦିରରୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ବର୍ଷକୁ ୧୪ ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ଆମେ ଭକ୍ତ ସମାଜ ଭିତରେ ସମସ୍ତଙ୍କୁ ଅନୁରୋଧ କରିଛୁ, ଏହାରି ଭିତରେ ଅନେକ ଭକ୍ତ ଆସି ସହଯୋଗର ହାତ ବି ବଢ଼ାଇଛନ୍ତି | ସରକାରଙ୍କ ଉପରେ ବର୍ଡ଼ନ ନ କରି ଯେଉଁ ବଦାନ୍ୟ ଭକ୍ତମାନେ ଅଛନ୍ତି ସେମାନଙ୍କ ସହଯୋଗରେ ହେବ । ସେମାନେ ମଧ୍ୟ ପୁଣ୍ୟ ଅର୍ଜନ କରିବେ । ଭକ୍ତମାନେ ଦର୍ଶନ ସାରି ଘରକୁ ଫେରିବା ସମୟରେ, ପରିବାର ପଡୋଶୀ ଅପେକ୍ଷା କରି ରହିଥାନ୍ତି ମହାପ୍ରସାଦ ଲାଗି, ଭକ୍ତ ଜଣଙ୍କ ମହାପ୍ରସାଦ ଟିକେ ତାଙ୍କ ହାତରେ ଦେଇପାରିବ ,ଏହାକୁ ଆଖି ଆଗରେ ରଖି ଏହି ଯୋଜନା ଆରମ୍ଭ କରୁଛୁ ।

    ସେହିପରି ମାର୍ଗଶିର ମାସରୁ ହେବ ଶୃଙ୍ଖଳିତ ଦର୍ଶନ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଏହାର ଡିଜାଇନ ଆରମ୍ଭ ହୋଇଛି , ଭକ୍ତ ସାତ ପାହାଚଠୁ ସିଧା ଯାଇ ଘଣ୍ଟି ଦ୍ୱାର ପଟେ ବାହାରିବେ, ସେଭଳି ଏକ ବ୍ୟବସ୍ଥା କରାଯାଉଛି । ଏହି ବ୍ୟବସ୍ଥା ହୋଇସାରିବା ପରେ ଭକ୍ତମାନଙ୍କ ଦର୍ଶନରେ କୌଣସି ଅସୁବିଧା ହେବ ନାହିଁ ଏବଂ ସମସ୍ତେ ଭଲ ଭାବରେ ପ୍ରଭୁଙ୍କ ଦର୍ଶନ ସାରି ମନ୍ଦିରରୁ ବାହାରିବେ । ଏହାକୁ ଆଖି ଆଗରେ ରଖି ଯୋଜନା ଆରମ୍ଭ କରୁଛୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ