Thursday, December 12, 2024
21.9 C
Odisha

    ଏହିପରି ହୋଇଥାଏ ଥାଇରଏଡ୍, ଏହା ହେଉଛି ଲକ୍ଷଣ

    ଆଗକୁ ପଢନ୍ତୁ

    ଆଜିକାଲି ଅନେକ ଲୋକ ଥାଇରଏଡ୍ ରେ ପିଡିତ । ଥାଇରଏଡରେ ଓଜନ ବଢିବା ସହିତ ହର୍ରମୋନ ଅଶନ୍ତୁଳିତ ରହିଥାଏ । ଏକ ଷ୍ଟଡି ଅନୁସାରେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ପାଖରେ ଏହା ଦଶଗୁଣା ଅଧିକ ହେବାର ଦେଖାଯାଏ । ଏହାର ମୂଖ୍ୟ କାରଣ ହେଉଛି ମହିଳାମାନଙ୍କ ପାଖରେ ଅଟୋ-ଇମୁନୋଜେସନର ସମସ୍ୟା ଅଧିକ ଥାଏ । ଥାଇରଏଡ ହର୍ରମୋନ ଶରୀରର ଅଙ୍ଗକୁ ଦୁର୍ବଳ କରିଦେଇଥାଏ ।

    ଦୁଇପ୍ରକାରର ଥାଇରଏଡ୍ :

    ହାଇପରଥାଇରଏଡଜିମ୍ ଆଟ୍ରିଆଲ୍ ଫିବ୍ରିଲେସନ୍, ଓଷ୍ଟେଓପୋରସି ଓ ଫାକଚର ହେବାର ସଂଭାବନା ରହିଥାଏ । ହାଇପୋଥାଇରଏଡଜିମ୍, ମାଇକୋଡେମା କୋମା ଏବଂ ମୃତ୍ୟୁର କାରଣ ହୋଇଥାଏ । ଥାଇରଏଡ ସମସ୍ୟାର ସବୁଠାରୁ ମୂଖ୍ୟ କାରଣ ହେଉଛି ଅଟୋ-ଇମିନୋନ୍ ଥାଇରଏଡ । ଏହା ଏକ ବଂଶଗତ ରୋଗ ହୋଇଥାଏ ।

    ଏହା ହେଉଛି ଥାଇରଏଡର ଲକ୍ଷଣ :

    ହାଇପରଥାଇରଏଡଜିମରେ ଓଜନ ହ୍ରାସ, ଗରମ ସମ୍ଭାଳି ପାରିବା, ଠିକରେ ନିଦ ନଆସିବା, ଶୋଷ ଲାଗିବା, ଚିନ୍ତା ଲାଗିବା, ହାତ କାଂପିବା, ହାର୍ଟ ଯୋରରେ ଚାଲିବା ଏବଂ ଦୁର୍ବଳ ଲାଗିବା ଏହି ସବୁ ଲକ୍ଷଣ ଦେଖାଯାଇଥାଏ ।

    ହାଇପୋଥାଇରଏଡଜିମରେ ଅନିୟମିତତା ମାସିକ ଧର୍ମ, ଦୁର୍ବଳ, ଶୁଖିଲା ତ୍ବଚା, ହାର୍ଟ ଧିରେ ଧିରେ ଚାଲିବା ଏହି ଲକ୍ଷଣ ସବୁ ଦେଖାଯାଇଥାଏ ।

    ରକ୍ଷାପାଇବାର ବାଟ :

    • ଠିକ୍ ଓଜନ ରଖିବା ପାଇଁ ହେଲେ ଫାଇବର ଜାତୀୟ ଖାଦ୍ୟ ଅଧିକ ମାତ୍ରାରେ ଖାନ୍ତୁ ଏବଂ କମ୍ କମ୍ ଖାନ୍ତୁ ।

    • କିଛିନା କିଛି ଶାରୀରିକ ପରିଶ୍ରମ କରନ୍ତୁ ।

    • ଚିନ୍ତା ଥାଇରଏଡକୁ ବଢାଇବାରେ ସାହାଯ୍ୟ କରିଥାଏ । ଏଥିପାଇଁ ନିଜକୁ ଯେତେ ସମ୍ଭବ ନିଜକୁ ଚିନ୍ତା ମୁକ୍ତ ରଖନ୍ତୁ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.9 ° C
    21.9 °
    21.9 °
    47 %
    1.8kmh
    87 %
    Thu
    18 °
    Fri
    27 °
    Sat
    26 °
    Sun
    26 °
    Mon
    26 °

    ସମ୍ବନ୍ଧିତ