Sunday, September 13, 2026
27.6 C
Odisha

    ତୃତୀୟ ବିଶ୍ୱଯୁଦ୍ଧ !: ଇସ୍ରାଏଲରେ ୪୮ ଘଣ୍ଟିଆ ଜରୁରୀକାଳୀନ ସ୍ଥିତି ଘୋଷଣା

    ଆଗକୁ ପଢନ୍ତୁ

    ଜେରୁଜେଲମ୍: ଲେବାନନର ହିଜବୁଲ ଇସ୍ରାଏଲ ଉପରେ ବଡ଼ ଧରଣର ରକେଟ୍ ଆକ୍ରମଣ ଆରମ୍ଭ କରିଛି। ଏହା ସହିତ ହିଜବୁଲ ମଧ୍ୟ ଏକ ବଡ଼ ଧରଣର ସାମରିକ ଅପରେସନ ପାଇଁ ଘୋଷଣା କରିଛି। ହିଜବୁଲ ଦ୍ବାରା ଜାରି ଏକ ବିବୃତିରେ କୁହାଯାଇଛି ଯେ ଇସ୍ରାଏଲର ଗୁରୁତ୍ୱପୂର୍ଣ୍ଣ ସାମରିକ ଶିବିରକୁ ଟାର୍ଗେଟ କରିବା ପାଇଁ ବିସ୍ଫୋରକ ଲୋଡ୍ ଡ୍ରୋନ୍ ଆକ୍ରମଣ ଆରମ୍ଭ କରାଯାଇଛି।

    ହିଜବୁଲ ଇସ୍ରାଏଲ ଉପରେ ୩୨୦ରୁ ଅଧିକ କାତ୍ୟୁଷା ରକେଟ୍ ମାଡ଼ କରିଥିବା ଦାବି କରିଛି। ଜେରୁଜେଲମ୍ ପୋଷ୍ଟରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀର ମୁଖପାତ୍ର ଡାନିଏଲ୍ ହଗାରୀ କହିଛିନ୍ତି ଯେ ହିଜବୁଲଙ୍କ ଆକ୍ରମଣ ସମୟରେ ଇସ୍ରାଏଲ୍ ଲେବାନନରେ ଆତଙ୍କବାଦୀ ବେସକୁ ଟାର୍ଗେଟ କରୁଥିଲା।

    ହିଜବୁଲର ଏହି ଆକ୍ରମଣ ଇସ୍ରାଏଲ୍ ସେନା ଦ୍ୱାରା ହୋଇଥିବା ଆକ୍ରମଣର ଜବାବରେ କରାଯାଇଛି। ଇସ୍ରାଏଲ୍ ସୈନ୍ୟବାହିନୀ ଲିବାନନରେ ହିଜବୁଲ ବିଦ୍ରୋହୀଙ୍କ ସ୍ଥିତିକୁ ଟାର୍ଗେଟ କରୁଥିବା ଦାବି କରିଛି। ଏହା ଦ୍ବାରା ତୃତୀୟ ବିଶ୍ବଯୁଦ୍ଧର ପଦଧ୍ବନୀ ଶୁଣାଯାଉଥିବା ସମୀକ୍ଷକ ମତପୋଷଣ କରିଛନ୍ତି।

    ହିଜବୁଲ ଏହି ଆକ୍ରମଣ ପରଠାରୁ ଲେବାନନ୍ ସୀମାନ୍ତରେ ଥିବା ଇସ୍ରାଏଲ୍ ଅଞ୍ଚଳରେ କ୍ରମାଗତ ଭାବରେ ସାଇରନ୍ ଶବ୍ଦ ଶୁଣିବାକୁ ମିଳୁଛି। ଏହି ଆକ୍ରମଣ ପରେ ଇସ୍ରାଏଲ୍ ସେନା ସମଗ୍ର ଇସ୍ରାଏଲରେ ୪୮ ଘଣ୍ଟିଆ ଜରୁରୀକାଳୀନ ପରିସ୍ଥିତି ଲଗାଇଛି। ଏହାପୂର୍ବରୁ ରବିବାର ସକାଳେ ଇସ୍ରାଏଲ ଲେବାନନ ସୀମାରେ ପ୍ରବେଶ କରି ହିଜବୁଲ ଶିବିରକୁ ଟାର୍ଗେଟ କରିଥିଲା।ଲେବାନାନର ବିଦ୍ରୋହୀ ଗୋଷ୍ଠୀ ହିଜବୁଲ ରବିବାର ସକାଳେ ଘୋଷଣା କରିଛି ବେରୁଟରେ ଏହାର ଜଣେ କମାଣ୍ଡରଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ବହୁ ସଂଖ୍ୟକ ଡ୍ରୋନ୍ ଇସ୍ରାଏଲ ଉପରେ ଆକ୍ରମଣ କରିଛି। ହିଜବୁଲ ବିବୃତିରେ କୁହାଯାଇଛି ଯେ ଏହି ଆକ୍ରମଣ ଇସ୍ରାଏଲର ଏକ ପ୍ରମୁଖ ସାମରିକ ବେସ୍ଏହି ବିବୃତିରେ କୁହାଯାଇଛି ଗତ ମାସରେ ବେରୁଟର ଦକ୍ଷିଣ ଉପକଣ୍ଠରେ ହୋଇଥିବା ଆକ୍ରମଣରେ ଦଳର ସର୍ବୋଚ୍ଚ କମାଣ୍ଡର ଫୱାଦ ଶୁକରଙ୍କ ହତ୍ୟା ପ୍ରତିଶୋଧ ନେବା ପାଇଁ ଏହି ଆକ୍ରମଣ କରାଯାଇଛି।
    ଏହାପୂର୍ବରୁ ଇସ୍ରାଏଲ ସୈନ୍ୟବାହିନୀ ଲିବାନନରେ ହିଜବୁଲ ଟାର୍ଗେଟ ଉପରେ ଆକ୍ରମଣ କରିଥିବା ନେଇ ଘୋଷଣା କରିଥିଲା। ‌ଇସ୍ରାଏଲ କହିଥିଲା, ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି। ଇସ୍ରାଏଲ ସେନା ଦାବି କରିଛି ସେମାନେ ସେହି ବେସ୍‌କୁ ଟାର୍ଗେଟ କରିଛନ୍ତି ଯେଉଁଠାରୁ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି ଚାଲିଛି। ଏହାକୁ ନେଇ ଆମେରିକା କହିଛି ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ-ହିଜବୁଲର ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଇସ୍ରାଏଲ ପ୍ରତିପକ୍ଷଙ୍କ ସହ ବୈଠକ କରୁଛନ୍ତି। ଆମେରିକା ଏହା ମଧ୍ୟ କହିଛି ଯେ ଆମେ ଇସ୍ରାଏଲର ଆତ୍ମରକ୍ଷା ଅଧିକାରକୁ ସମର୍ଥନ କରିବୁ ଏବଂ ଆଞ୍ଚଳିକ ସ୍ଥିରତା ପାଇଁ କାର୍ଯ୍ୟ ଜାରି ରଖିବୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ