Thursday, December 19, 2024
16.9 C
Odisha

    ଶୀଘ୍ର ବିବାହ କରି ଅଧିକ ସନ୍ତାନ ଜନ୍ମ କରିବାକୁ ଏହି ଦେଶ ସରକାରଙ୍କ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ବେଜିଂ: ଭାରତର ପଡ଼ୋଶୀ ଦେଶ ଜନସଂଖ୍ୟା ହ୍ରାସ ଏବଂ ବୃଦ୍ଧାବୃଦ୍ଧଙ୍କ ସମସ୍ୟାର ସମାଧାନ ପାଇଁ ନାଗରିକମାନଙ୍କୁ ଏକ ନିଆରା ନିବେଦନ କରୁଛି। ଏହା ସହିତ ସରକାର ଶୀଘ୍ର ବିବାହ କରି ଅଧିକ ସନ୍ତାନ ଜନ୍ମ କରିବାକୁ କଡ଼‌ା ନିର୍ଦ୍ଦେଶ ଜାରି କରିଛନ୍ତି। ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଲୋକମାନଙ୍କୁ ଅଳ୍ପ ବୟସରେ ବିବାହ କରିବା ଏବଂ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ଉତ୍ସାହିତ କରୁଛି।

    ଏହା ସହିତ ସରକାର ଅବସର ବୟସକୁ ଧୀରେ ଧୀରେ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଯାହା ଦ୍ବାରା ହ୍ରାସ ପାଉଥିବା ଜନସଂଖ୍ୟା ଆହ୍ବାନର ସମାଧାନ ହୋଇପାରିବ ବୋଲି ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସରକାର ଚିନ୍ତା କରୁଛନ୍ତି।

    ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ନାଗରିକମାନଙ୍କୁ ଉପଯୁକ୍ତ ବୟସରେ ବିବାହ ଏବଂ ସନ୍ତାନ ପ୍ରସବ କରିବାକୁ ନିବେଦନ କରିଛି। ଜନ୍ମହାରକୁ ବୃଦ୍ଧି କରିବ‌େ ପାଇଁ ଏହା ପ୍ରୟାସର ଏକ ଅଂଶ ବୋଲି କୁହାଯାଉଛି। ପିତାମାତାଙ୍କର ସହଭାଗୀ ଦାୟିତ୍ବ ଏବଂ ପାରିବାରିକ ଜୀବନ ପ୍ରତି ଏକ ସକାରାତ୍ମକ ମନୋଭାବ ପାଇଁ ଆୟୋଗ ଗୁରୁତ୍ୱାରୋପ କରିଛନ୍ତି। ଆୟୋଗର ଡେପୁଟି ହେଡ୍ ୟୁ ଜୁଜୁନ୍ କହିଛନ୍ତି ବିବାହ ଏବଂ ସନ୍ତାନ ପ୍ରସବ ପାଇଁ ଏକ ନୂତନ ସଂସ୍କୃତି ସୃଷ୍ଟି କରିବା ଆମର ଲକ୍ଷ୍ୟ। କିନ୍ତୁ, ଏକ ସର୍ବେକ୍ଷଣ ଅନୁଯାୟୀ, ଚୀନ୍‌ର ଯୁବବର୍ଗମାନେ ଶିଶୁ ଯତ୍ନ, କ୍ୟାରିୟର ସମ୍ବନ୍ଧୀୟ ଚିନ୍ତା ଏବଂ ପାରମ୍ପାରିକ ସାମାଜିକ ଆଦର୍ଶ ଯୋଗୁ ବିବାହ କରି ଶୀଘ୍ର ସନ୍ତାନ ଜନ୍ମ କରିବାକୁ ଦ୍ୱିଧା କରୁଛନ୍ତି। ତେବେ ସରକାର ଯୁବବର୍ଗମାନଙ୍କ ମଧ୍ୟରେ ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ପଦକ୍ଷେପ ନେଉଛନ୍ତି। ଅବସର ବୟସ ସୀମା ବୃଦ୍ଧି ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।
    ଚୀନ୍‌ର ଅଫିସିଆଲ୍ ନ୍ୟୁଜ୍ ଏଜେନ୍ସି ଜିନହୁଆର ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ସି ଜିନପିଙ୍ଗ ପୁରୁଷଙ୍କ ଅବସର ବୟସକୁ ୬୦ ବର୍ଷରୁ ୬୩ ବର୍ଷକୁ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ଅପରପକ୍ଷରେ ମହିଳାମାନଙ୍କ ପାଇଁ ଏହି ସୀମା ୫୮ ବର୍ଷକୁ ବୃଦ୍ଧି କରାଯିବ ବୋଲି ଚର୍ଚ୍ଚା ହେଉଛି। ଯାହା ବର୍ତ୍ତମାନ ୫୫ ବର୍ଷ ରହିଛି।
    ଅବସର ବୟସର ଏହି ବୃଦ୍ଧି ୨୦୨୫ ମସିହାରୁ କାର୍ଯ୍ୟକାରୀ ହେବ ଏବଂ ଏହା ୨୦୪୦ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ ସରକାର କହିଛନ୍ତି। ଏଥି ସହିତ, ୨୦୩୦ରୁ ପେନସନ୍ ଯୋଗଦାନ ପାଇଁ ଯୋଗ୍ୟ ବୟସ ୧୫ ରୁ ୨୦ ବର୍ଷ କରାଯିବ। ଏଥିରେ ପ୍ରତିବର୍ଷ ୬ ମାସ ବୃଦ୍ଧି କରାଯିବ ବୋଲି ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    16.9 ° C
    16.9 °
    16.9 °
    80 %
    1.7kmh
    99 %
    Wed
    17 °
    Thu
    28 °
    Fri
    20 °
    Sat
    28 °
    Sun
    28 °

    ସମ୍ବନ୍ଧିତ