Sunday, October 4, 2026
24.6 C
Odisha

    ଅକ୍ଟୋବର ୨୩ରେ ଓଡ଼ିଶା ଗସ୍ତରେ ଆସିବେନି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୩ ତାରିଖରେ ଓଡ଼ିଶା ଆସିବେ ନାହିଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଗ୍ରସ୍ତ ସ୍ଥଗିତ ରଖା ଯାଇଛି। ଏନେଇ ମୟୂରଭଂଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ହେବ।

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୩ ତାରିଖରୁ ୩ଦିନିଆ ଗସ୍ତ କରିବାର ଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଗସ୍ତକାଳରେ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି, ଉପରବେଡ଼ା, ରାଇରଂଗପୁର ସହ ପୁରୀ ଓ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତେ। ତେବେ ଅନିବାର୍ଯ୍ୟ କାରଣ ଯୋଗୁଁ ରାଷ୍ଟ୍ରପତିଙ୍କ ଗସ୍ତ ସ୍ଥଗିତ ରହିଛି ବୋଲି କୁହାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିଲା। ସୋମବାର ବାୟୁସେନାର ଦୁଇଟି ହେଲିକେପ୍ଟରରେ ନଅ ଜଣ ରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀ ଆସି ରାଷ୍ଟ୍ରପତି ଓହ୍ଲାଇବାର ହେଲିପେଡ ତଦାରଖ କରି ଫେରିଯାଇଥିଲେ। ଧୂଳି ଉଡୁଥିବାରୁ ପାଣି ପଡ଼ିଆ ସାରା ଦେବା ପାଇଁ କୁହାଯାଇଥିଲା। ଜାମଦାପାଳ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ହୋଇଥିବା ତିନୋଟି ହେଲିପେଡରେ ରାଷ୍ଟ୍ରପତି ସହିତ ଅନ୍ୟ ଦୁଇଟି ହେଲିପେଡରେ ସୁରକ୍ଷା କର୍ମୀ ଓହ୍ଲାଇବାର କାର୍ଯ୍ୟକ୍ରମ ଥିଲା। ସରରାଷପୋଷି ନୋଡାଲ ଉପ୍ରାବିଦ୍ୟାଳୟ ପଡ଼ିଆରେ ଦୁଇ ହେଲିପେଡରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓହ୍ଲାଇ ଥାନ୍ତେ। ସେହିପରି ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଳାଗୁଂଜା ସରସ୍ୱତୀ ହାଇସ୍କୁଲ ପଡ଼ିଆରେ କେନ୍ଦ୍ର ସରକାରଙ୍କ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓହ୍ଲାଇବା ପାଇଁ ପ୍ରଶାସନ ହେଲିପେଡ ପ୍ରସ୍ତୁତ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ