Saturday, July 27, 2024
24.6 C
Odisha

    ସୋଆର ୩ ଆଇନ୍ ଛାତ୍ରଛାତ୍ରୀ ଓ ଦୁଇ ଫ୍ୟାକଲ୍ଟିଙ୍କର ଓଜେଏସ୍ ପରୀକ୍ଷାରେ ସଫଳତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ଡିସେମ୍ବର ୨୮: ନିକଟରେ ପ୍ରକାଶ ପାଇଥିବା ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ୍ ସର୍ଭିସ୍ (ଓଜେଏସ୍‌) ପରୀକ୍ଷାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୩ ଜଣ ପୂର୍ବତନ ଆଇନ ଛାତ୍ରଛାତ୍ରୀ ଓ ଦୁଇଜଣ ଫ୍ୟାକଲ୍ଟି ସଫଳତା ହାସଲ କରିବା ସହ କୃତିତ୍ୱ ଅର୍ଜନ କରିଛନ୍ତି ।
    ଓଜେଏସ୍ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଥିବା ବେଳେ ସୋଆ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌) ର ପୂର୍ବତନ ଛାତ୍ରୀ ନୀଲିଶା ପଟ୍ଟନାୟକ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଅନ୍ୟ ଦୁଇ ଜଣ ପୂର୍ବତନ ଛାତ୍ରଛାତ୍ରୀ ଅମ୍ଳାନ୍ ରଥ ଓ ସୁଦତା ପାଣିଗ୍ରାହୀ ଯଥାକ୍ରମେ ୨୨ ଓ ୩୦ ସ୍ଥାନରେ ରହିଛନ୍ତି ।
    ସେହିପରି ସ୍ନିଲ୍‌ର ଆସିଷ୍ଟାଂଟ ପ୍ରଫେସର ବୈଶାଳୀ ବାହୁବଳେନ୍ଦ୍ର ଏବଂ ଅଂଶୁମାନ ରଥ ଯଥାକ୍ରମେ ୩୨ ଓ ୫୦ ତମ ସ୍ଥାନ ଅଧିକାର କରିଛନ୍ତି ।
    ନୀଲିଶା ପଟ୍ଟନାୟକ ସ୍ନିଲ୍‌ର ୨୦୨୨-୨୩ ବ୍ୟାଚ୍‌ରେ ଏଲଏଲ୍‌ଏମ୍ ପାସ୍ କରିଥିବା ବେଳେ ଅମ୍ଳାନ ରଥ ୨୦୧୪-୧୯ ବ୍ୟାଚ୍‌ର ବିବିଏ ଏଲଏଲ୍‌ବି (ଅନର୍ସ)ର ଛାତ୍ର ଓ ସୁଦତା ପାଣିଗ୍ରାହୀ ୨୦୧୨-୧୭ ବ୍ୟାଚର୍ ବିବିଏ ଏଲ୍‌ଏଲ୍‌ବି (ଅନର୍ସ)ର ଛାତ୍ରୀ ଅଟନ୍ତି ।
    ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସ୍ନିଲ୍‌ର ପୂର୍ବତନ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟି ମେମ୍ବରଙ୍କୁ ସେମାନଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ