Thursday, March 19, 2026
22.8 C
Odisha

    ବାଘଛାଲ ସହ ଦେଶୀ ବନ୍ଧୁକ ଜବତ

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ଶକ୍ତିଶାଳୀ ବାଘ ଦୁର୍ବଳ ହୋଇଯାଇଛି। ମନୁଷ୍ୟର ବିଚକ୍ଷଣ ବୁଦ୍ଧି ଆଗରେ ବାଘମାନେ ହାରମାନିଛନ୍ତି। ସେଥିପାଇଁ ମନୁଷ୍ୟ ଦ୍ବାରା ଅକ୍ରୋଶର ଶିକାର ହେଉଛନ୍ତି। ରାଜ୍ୟରେ ବାରମ୍ବାର ବାଘ ଶିକାର ଘଟଣା ଲୋକଲୋଚନକୁ ଆସୁଛି। ଜି ଉଦୟଗିରି ବନ ବିଭାଗ ପକ୍ଷରୁ ବାଘ ଛାଲ ଓ ଦେଶୀ ବନ୍ଧୁକ ଜବତ କରାଯାଇଛି। କିନ୍ତୁ ବନ ବିଭାଗ ଏନେଇ ମୁହଁ ଖୋଲୁ ନାହାନ୍ତି। କଳିଙ୍ଗା ସେକ୍ସନରେ ବାଘ ଶିକାର ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦୁଇଟି ସ୍ଥାନରେ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କ ଘରୁ ଏକ ଦେଶୀ ବନ୍ଧୁକ ପାଇଥିବା ବେଳେ ଅନ୍ୟଜଣକୁ ଏହିଭଳି ଦୁଇ ଜଣକୁ ଆଣି ଅଟକ ରଖି ପଚରାଉଚରା କରୁଥିବା ବେଳେ ଏହି ବାଘ ଶିକାରରେ ଅନ୍ୟ କିଛି ଜଣ ସମ୍ପୃକ୍ତ ଥିବା ନେଇ ତନାଘନା ଚଳେଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। କିନ୍ତୁ ଏହି ଘଟଣାକୁ ନେଇ ବନ ବିଭାଗ ଅଧିକାରୀ ମୁଁହ ଖୋଲୁନାହାନ୍ତି। କୌଣସି ପ୍ରତିକ୍ରିୟା ଦେବାକୁ ପ୍ରସ୍ତୁତ ନାହାନ୍ତି।

    ଏହି ବିଷୟରେ ସ୍ଥାନୀୟ ବନ ବିଭାଗ ଏସିଏଫ କାଜଲ ନାୟକଙ୍କୁ ଫୋନ ଯୋଗେ ପଚାରିବା ପରେ ସେ ତଦନ୍ତ ଚାଲିଛି। ଆପଣମାନେ ସହଯୋଗ କରନ୍ତୁ। ଡିଏଫଓ ସାର ଆସିଲେ ସମସ୍ତ ତଥ୍ୟ ପ୍ରଦାନ କରିବେ ବୋଲି କହିଥିବା ବେଳେ ଫୁଲବାଣୀ ଡିଏଫଓ ପ୍ରଶାନ୍ତ ପଟେଲଙ୍କୁ ଏହି ଘଟଣା ବିଷୟରେ ପଚାରିବା ପରେ ସେ କହିଲେ ତଦନ୍ତ ଚାଲିଛି। ଏବେ କିଛି କହି ହେବନି ।ତଦନ୍ତରେ ବାଧା ସୃଷ୍ଟି ହେବ। ଏଣୁ ତଦନ୍ତ ସାରିବା ପରେ ସମସ୍ତ ତଥ୍ୟ ଦିଆଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.8 ° C
    22.8 °
    22.8 °
    58 %
    3kmh
    95 %
    Thu
    23 °
    Fri
    33 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ