Thursday, March 19, 2026
23.2 C
Odisha

    ସରିଗଲା ନିର୍ବାଚନ, ହେଲେ ସରୁନି ହିଂସାକାଣ୍ଡ

    ଆଗକୁ ପଢନ୍ତୁ

    ନିର୍ବାଚନ ପରଠାରୁ ଗାଁରେ ଲାଗି ରହିଛି ଅଶାନ୍ତି । ପୁଣି ଥରେ କଟକ ଜିଲ୍ଲା ତିଗିରିଆ ଥାନା ଅଞ୍ଚଳ ଅଶାନ୍ତି ପାଲଟିଲା। ଫୁଟିଲା ବୋମା, ଗାଁରେ ମୁତୟନ ହୋଇଛନ୍ତି ପୁଲିସ । ଭୟଭୀତ ହୋଇ ଘର ଛାଡିଲେ ଦେଇଛନ୍ତି ଲୋକେ। ତିଗିରିଆ ଥାନା ଅନ୍ତର୍ଗତ ବେଲଅଣ୍ଟା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ ହୋଇଛି। କାହାର କିଛି କ୍ଷୟକ୍ଷତି ହୋଇନଥିବା ବେଳେ ପୂର୍ବରୁ ହୋଇଥିବା ଗୋଷ୍ଠୀ ସଂଘର୍ଷକୁ ନେଇ ଗୋଟିଏ ରାଜନୈତିକ ଗୋଷ୍ଠୀ ଅନ୍ୟ ରାଜନୈତିକ ଗୋଷ୍ଠୀଙ୍କ ସମର୍ଥକଙ୍କ ଘରେ ବୋମା ମାଡ କରିଥିବା ଅଭିଯୋଗ ହୋଇଛି । ଗ୍ରାମରେ ଏବେ ବି ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଛା ଲାଗି ରହିଛି । ପୂର୍ବରୁ ହୋଲି ଦିନ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ପାଞ୍ଚଜଣ ଆହତ ହୋଇଥିଲେ। ସଙ୍ଘର୍ଷରେ ଭୋଗଡାର ସରପଞ୍ଚଙ୍କ ସ୍ୱାମୀ ଓ ଦିଅର ଆହତ ହୋଇଥିଲେ । ଘଟଣା କିଛି ଦିନ ଶାନ୍ତ ପଡିବା ପରେ ଏବେ ଗାଁ ପୁଣି ଅଶାନ୍ତ ହୋଇପଡିଛି । ଖବର ପାଇ ଆଠଗଡ ଏସଡିପିଓ ଓ ତିଗିରିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମାଜିଷ୍ଟେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ଦ୍ବାରା ତଦନ୍ତ କରୁଛି ପୋଲିସ। ଗାଁରେ ଚାପା ଉତ୍ତେଜନା ଥିବାରୁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ତିଗିରିଆ ଥାନାରେ ହୋଇଥିବା ଏତଲାକୁ ଆଧାର କରି ଗୋଟିଏ ମାମଲା ରୁଜୁ ହୋଇଥିବା ଆଠଗଡ ଏସଡିପିଓ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    55 %
    2kmh
    97 %
    Thu
    23 °
    Fri
    33 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ